ପ୍ରଧାନମନ୍ତ୍ରୀ ମୋଦିଙ୍କୁ କାହିଁକି ଲାଗୁଛି ୨୦୨୪ରେ ସେ ପୁଣି କ୍ଷମତାକୁ ଆସିବେ? ଜାଣନ୍ତୁ ୫ ବଡ଼ କାରଣ

 

୨୦୨୪ ସାଧାରଣ ନିର୍ବାଚନକୁ ନେଇ ଦେଶ ଏବେ ସରଗରମ। ରାଜନୈତିକ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ଆଗ୍ରହି ଓ ଆଶାବାଦୀ ନିଜ ନିଜ ଦଳ ଏବଂ ନେତାକୁ ନେଇ । ଏଥି ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ସ୍ୱାଧିନତା ଦିବସ ଅବସରରେ ନୂଆଦିଲ୍ଲୀଠାରେ ଭାଷଣ ଖୁବ୍ ଚର୍ଚ୍ଚାରେ ରହିଛି। 

ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି ଯେ, ମୁଁ ଲାଲକିଲାକୁ ଆପଣଙ୍କୁ ସମ୍ବୋଧନ କରିବାକୁ ଆସନ୍ତା ବର୍ଷ ମଧ୍ଯ ଆସିବି। ଆଜ୍ଞା ହଁ ବାକ୍ୟଟି ସାଧାରଣ ଲାଗୁଥିଲେ ମଧ୍ୟ ରାଜନୈତିକ ଦୃଷ୍ଟି କୋଣରୁ ଏହା ବିବାଦ ସୃଷ୍ଟି କରିଛି । ଏହି ବାକ୍ୟ ପ୍ରଧାନମନ୍ତ୍ରୀଙ୍କ ଆଗାମୀ 2024 ସାଧାରଣ ନିର୍ବାଚନରେ ଦୃଢ଼ ବିଜୟର ମନୋଭାବ ପ୍ରକାଶ କରୁଛି।

ଅନ୍ୟ ଦେଶ ତୁଳନାରେ ଭାରତର ନିର୍ବାଚନର ରୂପରେଖ ସମ୍ପୂର୍ଣ୍ଣ ଭିନ୍ନ।ଏହାର କାରଣ ହେଉଛି ଭାରତର ବିବିଧତା। ଏକ ଗଣତାନ୍ତ୍ରିକ ଦେଶ ଭାବେ ଭାରତ ବିଶ୍ୱାସ କରେ ଜନପ୍ରତିନିଧି ଉପରେ। ଯାହାର ଚୟନ ବିଭିନ୍ନ ନିର୍ବାଚନ ମାଧ୍ୟମରେ ଘଟିଥାଏ। ତତ୍ ମଧ୍ୟରୁ ପ୍ରତି 5 ବର୍ଷକୁ ଥରେ ହେଉଥିବା ସାଧାରଣ ନିର୍ବାଚନ ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। କାରଣ ଏହା ମାଧ୍ୟମରେ  ରାଜ୍ୟ ଓ କେନ୍ଦ୍ର ଉଭୟରେ ଗଢି ଉଠେ ସରକାର।

ପ୍ରଧାନମନ୍ତ୍ରୀଙ୍କ ଏଭଳି ଦୃଢ଼ ବିଶ୍ବାସକୁ ଯଦି ରାଜନୈତିକ ଦୃଷ୍ଟି କୋଣରୁ ସମିକ୍ଷା କରଯାଏ ତେବେ ଏହା ପ୍ରମାଣ କରେ ପ୍ରଧାନମନ୍ତ୍ରୀ ନିଜକୁ ଏକ ସୁଶାସକ ଭାବେ ପ୍ରତିଷ୍ଠା କରିବା ସହିତ ତାଙ୍କ ଦ୍ଵାରା କରିଥିବା ସମସ୍ତ ପ୍ରତିଶ୍ରୁତିକୁ ପୁରା କରିବାରେ ସକ୍ଷମ ହୋଇଛନ୍ତି ବୋଲି ମନେ କରନ୍ତି। ଯଥା - ଦୁର୍ନୀତି ମୁକ୍ତ ଶାସ  ,ସର୍ବଦା ଦେଶର ସର୍ବାଙ୍ଗିନ ଉନ୍ନତି ପାଇଁ କାମ କରିବା , ବିଶ୍ୱସ୍ତରରେ ଭାରତର ଏକ ବିଶାଳ ପରିଚୟ ସୃଷ୍ଟି କରିବା , ଅଯୋଧ୍ୟାରେ ରାମ ମନ୍ଦିର ଉଦ୍ଘାଟନ,  ଯୁବପିଢିଙ୍କୁ ରୋଜଗାର ଯୋଗାଇବା ଏବଂ ସାମରିକ କ୍ଷେତ୍ରରେ ଉନ୍ନତି ଆଦି।

ହୁଏତ ଏକ ବିଶ୍ଵାସ କେବଳ ନୂତନ ଯୋଜନା ପ୍ରତିଶ୍ରୁତି ପୁରା କରିବାର ନୁହେଁ। ଦେଶର ଏପରି ଅନ୍ୟ କିଛି ରାଜନୈତିକ ପରିସ୍ଥିତି ରହିଛି ଯାହା ବିଜେପିକୁ ପୁନରାୟ ସରକାର ଗଠନ କରିବାରେ ସାହାଯ୍ୟ କରିପାରେ। ଯେପରିକି ; ଉତ୍ତରପ୍ରଦେଶରେ 2019 ପରି ଏସପି ଓ ବିଏସପି ମଧ୍ୟରେ କୌଣସି ମେଣ୍ଟ ନାହିଁ ଏବଂ ଆଦିତ୍ୟଙ୍କୁ ମଧ୍ୟ ଉତ୍ତରପ୍ରଦେଶର ଲୋକ ବହୁତ୍ ପସନ୍ଦ କରୁଛନ୍ତି ଏବଂ ଏପଟେ ନୀତିଶ ମଧ୍ୟ ତାଙ୍କ ଆଶା ହରାଇଛନ୍ତି।

ଯଦି ମହାରାଷ୍ଟ୍ର କଥା କୁହାଯାଏ ତେବେ ଶିବସେନା ଓ ଏନ୍ସିପିର ଖଣ୍ଡିତ ଦଳ ବିଜେପି ସହ ମେଣ୍ଟ କରିଛି । ଏବଂ କୁହାଯାଉଛି ଦୀର୍ଘ ଦିନ ଧରି ଓଡ଼ିଶାରେ ପଶିପାରୁନଥିବା ବିଜେପିପାଇଁ ଓଡ଼ିଶାରୁ ରାଷ୍ଟ୍ରପତି ପଦର ଚୟନ ଦ୍ଵାରା ଓଡ଼ିଆ ବାସୀଙ୍କ ମନରେ ପରିବର୍ତନ ଆସିଛି। ଏଥର ସ୍ଵାଧୀନତା ଦିବସର ଭାଷଣ ଆଳରେ ମୋଦୀ ସିଧାସଳଖ ଟାର୍ଗେଟ କରିଥିଲେ କଂଗ୍ରେସକୁ । ତାଙ୍କ ବିଶ୍ବାସକୁ ସ୍ପଷ୍ଟ ଉପସ୍ଥାପନ କରି ସେ କହିଛନ୍ତି ପୂର୍ବ ସାଧାରଣ ନିର୍ବାଚନ ଗୁଡ଼ିକ ପରି ଏଥର ମଧ୍ୟ ବିଜେପି ଜନସମର୍ଥନ ହାସଲ କରିବାରେ ସକ୍ଷମ ହେବ । ଏଭଳି ପରିବାରବାଦ ଦୁର୍ନୀତି ରାଜନୀତି ଆଉ ଚାଲିବ ନାହିଁ ବୋଲି ସେ ମତବ୍ୟକ୍ତ କରିଛନ୍ତି।