ଦେଖନ୍ତୁ ଭିଡ଼ିଓ: ମହିଳା ଇନ୍ସପେକ୍ଟରଙ୍କ କାରକୁ ଧକ୍କା ଦେବାରୁ ରାସ୍ତା ଉପରେ ଡ୍ରାଇଭରକୁ କଲେ ଗୋଇଠା ମାଡ଼, ଭାଙ୍ଗିଦେଲେ ମୋବାଇଲ୍

 

ଓଡିଶା ସରକାରଙ୍କ ତରଫରୁ ଲୋକଙ୍କ ସୁରକ୍ଷା ଏବଂ ସୁବିଧା ପାଇଁ 'ମୋ ବସ୍' ବ୍ୟବସ୍ଥା କରାଯାଇଛି। କିନ୍ତୁ ଏହି ସୁରକ୍ଷା ବ୍ୟବସ୍ଥା ଦିନକୁ ଦିନ ଭୁଷୁଡିବାରେ ଲାଗିଛି। ମୋ ବସ୍ ସେବାରେ ବୃଦ୍ଧି ପାଉଛି ଅପରାଧୀକ କାର୍ଯ୍ୟକଳାପ। ବାରମ୍ବାର ମୋ ବସ୍ ଦୁର୍ଘଟଣା ଘଟାଇଥିବା ବେଳେ ଏଥିରୁ ଚୋରି ଏବଂ ଲୁଟ ଭଳି ମାମଲା ରୁଜୁ ହେଉଛି।

ତେବେ ଏକ ଦୁର୍ଘଟଣା ଘଟଣା ସାମ୍ନାକୁ ଆସିଛି। ବେପରୁଆ ଗାଡି ଚଳାଇ ଦୁର୍ଘଟଣା ଘଟଇଥିବା ମୋ ବସ ଡ୍ରାଇଭରଙ୍କୁ ଭୁବନେଶ୍ବର ଏଜି ଛକରେ ଗୋଡାଇ ଗୋଡାଇ ବାଡେଇଲେ ମହିଳା ଇନସ୍ପେକ୍ଟର। ମୋ ବସ୍ ଟି ମହିଳା ଇନ୍ସପେକ୍ଟରଙ୍କ କାରକୁ ପଛରୁ ପିଟିଥିଲା। ଏହା ପରେ ଉତେଜିତ ହୋଇ ମହିଳା ଇନସ୍ପେକ୍ଟର ଓ ତାଙ୍କ ସ୍ୱାମୀ ଡ୍ରାଇଭରକୁ ଗୋଇଠା ମାଡ଼ ସହ ଡ୍ରାଇଭରର ମୋବାଇଲ ତଳେ ପକାଇ ଭାଙ୍ଗି ଦେଇଥିଲେ।

<a href=https://youtube.com/embed/uU7EVIqaU2U?autoplay=1&mute=1><img src=https://img.youtube.com/vi/uU7EVIqaU2U/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ସୂଚନାଯୋଗ୍ୟ, ମହିଳା ଇନସ୍ପେକ୍ଟର ଜଣକ ରୁନୁ ସ୍ବାଇଁ ବୋଲି ଜଣା ପଡିଛି। ସେ ହସ୍ପିଟାଲରୁ ଫେରିବା ବାଟରେ ଏଜି ଛକରେ ଏହି ଘଟଣା ଘଟିଥିଲା। ମହିଳା ଇନ୍ସପେକ୍ଟରଙ୍କ କାରକୁ ପଛରୁ ପିଟିଥିଲା ମୋ ବସ୍। ଅଳ୍ପକେ ବର୍ତ୍ତିଥିଲେ କାରରେ ବସିଥିବା ଅଧିକାରୀଙ୍କ ପରିବାର। ଏହାପରେ ବେପରୁଆ ଗାଡି ଚଳାଇ ଦୁର୍ଘଟଣା ଘଟଇଥିବା ମୋ ବସ ଡ୍ରାଇଭରଙ୍କୁ ଗୋଡାଇ ବାଡେଇଲେ ମହିଳା ଇନସ୍ପେକ୍ଟର ରୁନୁ ସ୍ବାଇଁ। ଏହା ସହ ସ୍ଥାନୀୟ ଲୋକ ମଧ୍ୟ ମୋ ବସ୍ ଡ୍ରାଇଭରକୁ ରାସ୍ତା ଉପରେ ପିଟିଛନ୍ତି।