ଦେଖନ୍ତୁ ଭିଡିଓ: କାହିଁକି ଏମିତି କଲେ ନବୀନ? ବରପୁତ୍ରଙ୍କୁ ସମ୍ମାନ ଦେବାରେ କୁଣ୍ଠାବୋଧ, ବିଜେଡି ଉତ୍ତରୀୟ ବି କାଢ଼ିଦେଲେ

 

ପାଖେଇ ଆସୁଛି ସାଧାରଣ ନିର୍ବାଚନ। ବିଭିନ୍ନ ଦଳ ନିଜର ରାଜନୈତିକ ଗୋଟି ଚାଳନା ଆରମ୍ଭ କରିଥିବାବେଳେ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି। ପଦଯାତ୍ରାର ଶୁଭାରମ୍ଭ ସହ ଦଳର ସଭାପତି ନବୀନ ପଟ୍ଟନାୟକ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି।

ତେବେ ବିଜେଡି ପକ୍ଷରୁ ଆୟୋଜିତ ଏହି ସଭାରେ ନବୀନ ସଭାମଂଚରେ ଥିବା ବରପୁତ୍ରମାନଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଜଣାଇବାରେ ବି କୁଣ୍ଠାବୋଧ କରିବା ସହ ବିରକ୍ତ ହୋଇ ଦଳୀୟ ଉତ୍ତରୀୟ ଓ ବ୍ୟାଜକୁ ନିଜ ଦେହରୁ କାଢ଼ି ଦେଇଥିବା ଦେଖିବାକୁ ମିଳିଛି। ଏହି ଜନସମ୍ପର୍କ ପଦଯାତ୍ରାରେ ଶ୍ରୀ ପଟ୍ଟନାୟକ ୨୦-୩୦ମିଟର ଚାଲିବା ପରେ ଜନସଭାକୁ ସମ୍ବୋଧିତ କରିବା ପାଇଁ ଯାଇଥିଲେ। 

ତେବେ ସଭାମଂଚରେ ଥିବା ସମସ୍ତ ବରପୁତ୍ରଙ୍କ ଫଟୋଚିତ୍ରରେ ପୁଷ୍ପ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିବାକୁ ବିଶେଷ ଆଗ୍ରହ ଦେଖାଇନଥିଲେ। ଏପରିକି ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କୁ କିଛି ତାଗିଦ୍ କରୁଥିବା ଦେଖିବାକୁ ମିଳିଥିଲା। ସଭାସ୍ଥଳରେ ଉପସ୍ଥିତ ଦଳର ବରିଷ୍ଠ ପଦାଧିକାରୀ, ନେତା-ମନ୍ତ୍ରୀ,ବିଧାୟକ,ସାଂସଦ ଓ କର୍ମୀମାନେ ସମସ୍ତେ ଦଳୀୟ ଉତ୍ତରୀୟ ପକାଇଥିଲେ ମଧ୍ୟ ନିଜ ଦଳର ଉତ୍ତରୀୟ ଓ ବ୍ୟାଜ୍ ପିନ୍ଧିବାବେଳେ ସୁପ୍ରିମୋ ଶ୍ରୀ ପଟ୍ଟନାୟକ ବିରକ୍ତି ପ୍ରକାଶ କରିଥିଲେ।

<a href=https://youtube.com/embed/aki8cqeFJjk?autoplay=1&mute=1><img src=https://img.youtube.com/vi/aki8cqeFJjk/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ଏହି ଅବସରରେ ଆୟୋଜିତ ଏକ ଜନସଭାକୁ ସମ୍ଭୋଧନ କରି କହିଥିଲେ ଯେ ବିଜେଡି ସରକାର କରିଆସୁଥିବା ଓଡ଼ିଶାର ନିରନ୍ତର ବିକାଶ ବିରୋଧି ଖୁସି ନାହାନ୍ତି। ଯେଉଁଥି ପାଇଁ ସେମାନେ ଲୋକଙ୍କୁ ଭୁଲ ଖବର ଦେଉଛନ୍ତି। ନିର୍ବାଚନ ଆସିଲେ ସେମାନେ ସବୁବେଳେ ଏମିତି କାମ କରିଥାନ୍ତି। ତେଣୁ ଜନତା ସେମାଙ୍କୁ ସବୁବେଳେ ପ୍ରତ୍ୟାଖାନ କରି ଆସୁଛନ୍ତି। ସେମାନଙ୍କ ଜନବିରୋଧୀ ଓ ବିକାଶ ବିରୋଧୀ ମନୋଭାବକୁ ଲୋକେ ଠିକ ବୁଝିଛନ୍ତି। ଲିଙ୍ଗରାଜ ଓ ଜଗନ୍ନାଥ ମନ୍ଦିର ବିକାଶ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି। ଲୋକେ ସେମାନଙ୍କୁ କ୍ଷମା ଦେବେନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।