ଦେଖନ୍ତୁ ଭିଡ଼ିଓ: ପ୍ରେମିକା ପାଇଁ କ୍ରିମିନାଲ ହେଲା Untalented Guy, ମୋ ପ୍ରେମିକାକୁ ଦେଖନି କହି ମାରିଲା ଗୁଳି

 

ବାଲେଶ୍ୱର ରେମୁଣା ଗୋଲେଇ ଛକରେ ଦୁର୍ବୃତ ଙ୍କ ଗୁଳିମାଡ଼ରେ ଜଣେ ଆହତ ହୋଇଥିବା ବେଳେ ଅନ୍ୟଜଣେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୁଇ ଯୁବକଙ୍କ ମଧ୍ୟରୁ ମନ୍ଦାରପୁରର ପିକୁଙ୍କ କାନ୍ଧରେ ଗୁଳି ବାଜିଛି । ଦୁହେଁ ଗୋଲେଇ ଛକରେ ଥିବା ବେଳେ ସେମାନଙ୍କ ଉପରକୁ ଦୁର୍ବୃତ୍ତ ଗୁଳିମାଡ଼ କରିଥିଲେ ।

ଆହତ ପିକୁକୁ ବାଲେଶ୍ୱର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଗୁଳିମାଡ଼ କରିଥିବା ଯୁବକ ଜଣକ ଗୁଡ଼ିପଦା ଅଞ୍ଚଳର ଉଦିତ ବୋଲି ଆହତ ପିକୁର ବାପା କହିଛନ୍ତି । ଉଦିତଙ୍କର ଏକ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ରହିଥିବା ସୂଚନା ମିଳିଛି । ପୂର୍ବ ଶତ୍ରୁତାକୁ ନେଇ ଏହି ଗୁଳିକାଣ୍ଡ ହୋଇଥିବା ଜଣାପଡ଼ିଛି । ସୂଚନା ମୁତାବକ, ବୁଧବାର ଅପରାହ୍‌ଣ ୪ଟା ସମୟରେ ପିଙ୍କୁ ଓ ଅମିତ ରେମୁଣା ଗୋଲେଇସ୍ଥିତ ପେଟ୍ରୋଲ ପମ୍ପକୁ ବାଇକ୍‌ ରେ ତେଲ ପକାଇବାକୁ ଆସିଥିଲେ । ଏହି ସମୟରେ ଜୋର୍‌ ରେ ବର୍ଷା ହେଉଥିବାରୁ ଉଭୟ ରେମୁଣା ଗୋଲେଇ ‌ପୋଲ ତଳେ ଅଟକି ରହିଥିଲେ । 

<a href=https://youtube.com/embed/mYSD9VsYWHc?autoplay=1&mute=1><img src=https://img.youtube.com/vi/mYSD9VsYWHc/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ଏତିକି ବେଳେ ୩ଟି ବାଇକ୍‌ ରେ ୬ ଜଣ ଯୁବକ ବିଭିନ୍ନ ମାରଣାସ୍ତ୍ର ଧରି ପିଙ୍କୁ ଓ ଅମିତ୍‌ ଙ୍କୁ ଗାଳିଗୁଲଜ କରିବା ସହ ଭୁଜାଲି, ବନ୍ଧୁକ ବାହାର କରି ଅତର୍କିତ ଆକ୍ରମଣ କରିଥିଲେ । ସେମାନଙ୍କ ମଧ୍ୟରୁ ସହଦେବଖୁଣ୍ଟା ଥାନା ଭାସ୍କରଗଞ୍ଜ ଅଞ୍ଚଳର ଉଦିତ ନାୟକ ହଠାତ ଏକ ବନ୍ଧୁକ ବାହାର କରି ଅମିତ ଓ ରିଙ୍କୁ ଉପରକୁ ଗୁଳି ଚଳାଇଥିଲା। ଦୁହେଁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ଅମିତଙ୍କ ବେକରୁ ଏକ ସୁନାଚେନ୍‌ ଛଡ଼ାଇ ନେଇ ସେଠାରୁ ଫେରାର ହୋଇ ଯାଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ଶିଳ୍ପାଞ୍ଚଳ ଥାନା ପୁଲିସ ଘଟଣାସ୍ଥଳରୁ ରିଙ୍କୁ ଓ ଅମିତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନା ଆଣି ଥିଲା ।