ଦେଖନ୍ତୁ ଭିଡିଓ: ଜୀବନ ଚାଲିଯିବା ପୂର୍ବରୁ ସ୍ୱରୂପ ନାୟକଙ୍କ ଶେଷ ଦୃଶ୍ୟ, ଚେୟାରରେ ବସି କରିଥିଲେ ଏଭଳି କିଛି

 

ଓଡ଼ିଆ ସିନେ ଜଗତର ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ ହୋଇଯାଇଛି। ବହୁଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ ସ୍ୱରୂପ। କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା। ଅନେକ ଓଡ଼ିଆ ସିନେମାରେ ସେ ସଂଗୀତ ଦେଇଥିଲେ।

ସେ ଏକାଧାରରେ ଜଣେ ସଙ୍ଗୀତକାର, ଗୀତିକାର, ପ୍ରଚ୍ଛଦପଟ୍ଟ ଗାୟକ ଓ ଅଭିନେତା ଥିଲେ। ଚାନ୍ଦିନୀ ମଝିରେ ଚାନ୍ଦିନୀ, ଚାନ୍ଦିଆ ପାଖେ କୁଅ, ସେଇ କୂଅମୂଳେ ବସିଛି, ଗୋଟେ ସୁନ୍ଦରୀ ଝିଅ। ଏ ଗୀତ ଥିବା ଯାଏଁ ମନେ ରହିବେ ସ୍ୱରର ବିନ୍ଧାଣୀ ସ୍ୱରୂପ ନାୟକ।

ତାଙ୍କ ଆବର୍ତ୍ତମାନରେ ସେ କଳ୍ପନାର ଚାନ୍ଦିନୀ ପାଖେ ବସିଥିବ ଖାଲି ଶୂନ୍ୟତା। ସେ ସୁନ୍ଦରୀ ଝିଅ କଥା ଛାଡ, ପଥରର ଚାନ୍ଦିନୀ ବି ଆଜି ବୁକୁ ଫଟେଇ କାନ୍ଦୁଥିବ। ଛାତିରେ ଛାତିଏ କୋହ ନେଇ ଝୁରି ହେଉଥିବ ତାର ହସକୁରିଆ ସେଇ ପ୍ରେମିକକୁ।

'ମୁଁ ତୁମକୁ ଭଲ ପାଏ', 'ଗାଁ ମଝିରେ ଚାନ୍ଦିନି', 'ଚାଲିରେ ତୋର ପଦ୍ମ ଫୁଟେ' ଏବଂ ' ଓଢଣି ଓଢଣି ନାଲି ଓଢଣି' ଭଳି ଅନେକ ଲୋକ ପ୍ରିୟ ଗୀତରେ ସ୍ୱରୂପ ନିର୍ଦ୍ଦେଶନା ଦେଇଥିଲେ। ସ୍ୱରୂପ ନାୟକ ସତୀ ଅନସୂୟା, ସୁନା ସଂସାର, କଳାମାଣିକ, କଣ୍ଢେଇ ଆଖିରେ ଲୁହ, ଯଶୋଦା ଭଳି କେତୋଟି ଓଡ଼ିଆ ଛବିରେ ଅଭିନେତା ଭାବେ ନଜର ଆସିଥିଲେ।

<a href=https://youtube.com/embed/NUW12S-Nrhc?autoplay=1&mute=1><img src=https://img.youtube.com/vi/NUW12S-Nrhc/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

୧୯୪୭ ମସିହା ଫେବ୍ରୁଆରୀ ୮ ତାରିଖରେ ଜନ୍ମ ହୋଇଥିବା ସ୍ୱରୂପ ୪୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ସେ ୩୦ଟି ଫିଲ୍ମ ପାଇଁ ଗୀତ ଲେଖିଥିଲେ। ୬ଟି ଫିଲ୍ମରେ ସେ ଅଭିନୟ କରିଛନ୍ତି। ସେହିପରି ୬ଟି ଫିଲ୍ମରେ ଗୀତ ଗାଇ ଥିଲେ। ୧୯୬୨ ମସିହାରେ ରିଲିଜ ହୋଇଥିବା 'ଜୟଦେବ' ଚଳଚ୍ଚିତ୍ରରେ ସେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ। ୧୯୮୪ ମସିହାର ଓଡ଼ିଆ ଚଳଚ୍ଚିତ୍ର 'ହୀରାଲୀଳା'ରେ ସେ ପ୍ରଥମେ ସଙ୍ଗୀତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ।