ଦେଖନ୍ତୁ ଭିଡ଼ିଓ: ସମସ୍ତଙ୍କ ସାମ୍ନାରେ ପାଣ୍ଡିଆନଙ୍କୁ 'ଆମ ପ୍ରିୟ ମୁଖ୍ୟମନ୍ତ୍ରୀ' କହିଲେ ପ୍ରମିଳା ବିଶୋୟୀ

 

ଗଞ୍ଜାମ ଜିଲ୍ଲା ଶେରଗଡ଼ ଓ ପୁରୀ ମଧ୍ୟରେ 'ଜଗନ୍ନାଥ ଏକ୍ସପ୍ରେସ୍ ଏସି ବସ୍' ଚଳାଚଳ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ ପତାକା ଦେଖା‌ଇ ଏହାର ଶୁଭାରମ୍ଭ କରିଛନ୍ତି। ଓଏସ୍‌ଆର୍‌ଟିସି ପକ୍ଷରୁ ଏହି ବସ୍ ସେବା ଆରମ୍ଭ ହୋଇଥିବାରୁ ଶେରଗଡ଼ରେ ଖୁସିର‌ ଲହରି ଖେଳିଯାଇଛି।

ତେବେ ଏହି ସଭାରେ ବିଜେଡି ସାଂସଦ ପ୍ରମିଳା ବିଶୋୟୀ ଉପସ୍ଥିତ ଥିଲେ। ନିଜର ବକ୍ତବ୍ୟ ରଖିବା ବେଳେ ପ୍ରମିଳା ବିଶୋଇ 5T ସଚିବ ଭି.କେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ ବୋଲି କହିଥିଲେ। ଥରେ ନୁହେଁ, ଦୁଇ ଦୁଇ ଥର ପାଣ୍ଡିଆନଙ୍କୁ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ସମ୍ବୋଧନ କରି ସଭାରେ ନିଜର ଅଭିଭାଷଣ ରଖିଥିଲେ।

<a href=https://youtube.com/embed/q6T0NRccRkk?autoplay=1&mute=1><img src=https://img.youtube.com/vi/q6T0NRccRkk/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ଶେରଗଡ଼ରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କୀର୍ତ୍ତିଭାସନ୍, ଯାତ୍ରୀ ବିଷ୍ଣୁପ୍ରିୟା ମହାରଣା, ପୂର୍ବତନ ସମିତିସଭ୍ୟ କାଳୁ ଗୌଡ଼, ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଶୁଭ୍ରାଂଶୁ ମିଶ୍ର, ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ବିଡିଓ ଶିବାଶିଷ ବରାଳ ପ୍ରମୁଖ ଉପସ୍ଥିତ ଥିଲେ।