ଦେଖନ୍ତୁ ଭିଡ଼ିଓ: ମୋ ଘର ଲେବୁଲ କ୍ରସିଂ ପାଖରେ.. ଦୁର୍ଘଟଣା ପୂର୍ବରୁ ଆସିଥିଲା ଡବଲ ରିଙ୍ଗ୍‌ ସିଗ୍ନାଲ ଆଉ ତାପରେ...

 

ଓଡ଼ିଶା ଇତିହାସରେ ସର୍ବବୃହତ୍ ତଥା ଭୟାବହ ଟ୍ରେନ ଦୁର୍ଘଟଣାକୁ ନେଇ ସମଗ୍ର ବିଶ୍ୱ ସମବେଦନା ବ୍ୟକ୍ତ କରିଛି। ବାଲେଶ୍ୱର ଜିଲ୍ଲାର ବାହାନଗା ଷ୍ଟେସନରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଦୁର୍ଘଟଣାରେ ପାଖାପାଖି ୨୬୧ ଜଣଙ୍କର ପ୍ରାଣ ଯାଇଥିବା ବେଳେ ୯୦୦ ରୁ ଅଧିକ ଆହତ ହୋଇଛନ୍ତି। ତେବେ ଏହି ଦୁର୍ଘଟଣାକୁ ନିଜ ଆଖିରେ ଦେଖିଥିବା ଜଣେ ବୃଦ୍ଧ ପୁରା ଘଟଣା ସମୟର ଦୃଶ୍ୟ ବଖାଣିଛନ୍ତି।

ସେ କହିଛନ୍ତି- ପୁରା ଘଟଣା ମୋ ଆଖି ଆଗରେ ଘଟିଛି। ମୋ ଘର ଲେବୁଲ କ୍ରସିଂ ପାଖରେ । ମୁଁ ପ୍ରାୟ ସେହି ଲେବୁଲ କ୍ରସିଂ ପାଖରେ ବସେ। ପବନ ଖାଇବାକୁ ସେଠି ବସେ । କାଲି ବି ବସିଥିଲି। ମୁଁ ଗେଟ୍‌ ପାଖରେ ବସିଥାଏ। ପ୍ରଥମେ ମାଲ୍‌ ଗାଡ଼ି ଅଫ୍‌ ଲାଇନ୍‌ରେ ଆସିଥିଲା। ଆଉ ଏକ ନମ୍ବର ପ୍ଲାଟ୍‌ଫର୍ମରେ ରହିଥିଲା । ପରେ ଦୁଇ ନମ୍ବର ପ୍ଲାଟ୍‌ଫର୍ମରେ ସିଗ୍‌ନାଲ ଥ୍ରୋ ହେଲା। ଗେଟ୍‌ ମ୍ୟାନ୍‌କୁ ଡବଲ ରିଙ୍ଗ୍‌ ଆସିଲା। ସେଥିରେ ନିର୍ଦେଶ ହେଲା ଯେ, ଗେଟ୍‌ ପକାଅ। କିନ୍ତୁ ଗେଟ୍‌ ଆଗରୁ ପଡ଼ିକି ଥିଲା। ସେ ଗେଟ୍‌ ଉଠାଇନଥିଲେ। ପରେ ଡାଉନ୍ ଲାଇନ୍‌ରେ ଗଡ଼ି ରହିଛି ବୋଲି ତିନିଟା ରିଙ୍ଗ୍‌ ଆସିଲା।’

<a href=https://youtube.com/embed/fsJAa5thLew?autoplay=1&mute=1><img src=https://img.youtube.com/vi/fsJAa5thLew/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

‘ଏହାପରେ ଆମେ ଭାବିଲୁ ଏବେ ଏକ୍ସପ୍ରେସ୍‌ ଆସିବ ବୋଧେ। ଠିକ୍‌ ଏତିକି କଥା ହେଉ ହେଉ କରମଣ୍ଡଳ ୨ ନମ୍ବର ପ୍ଲାଟ୍‌ଫର୍ମରେ ଯାଉଥିଲା, କିନ୍ତୁ ହଠାତ୍‌ ଏକ ନମ୍ବରକୁ ଟ୍ରାକ୍‌ ବଦଳାଇ ଆସିଲା। ଅନ୍ୟ ଦିନ ଅପେକ୍ଷା କରମଣ୍ଡଳ ଟିକେ ଅଧିକ ସ୍ପିଡ୍‌ରେ ଥିଲା ଭଳି ଲାଗୁଥିଲା। ଆଉ ମାଲ୍‌ଗାଡ଼ିକୁ ଧକ୍କା ଦେଲା। ଗୋଟିଏ ମୁହୁର୍ତ୍ତରେ ଛିନ୍‌ଛତ୍ର ହୋଇଗଲା।’ ଏହା ପରେ ସେପଟୁ ଆଉ ଗୋଟେ ଏକ୍ସପ୍ରାସ୍‌ ଆସିଲା,ଆଉ ଧକ୍କା ଦେଲା। ଅନେକ ବଗି ଛିନ୍‌ଛତ୍ର ହୋଇଗଲା। ଇଲେକ୍ଟ୍ରି ପୋଲ ସବୁ ଭାଙ୍ଗିଗଲା।