ଦେଖନ୍ତୁ ଭିଡିଓ: ଲକ୍ଷ୍ମୀ ବସର ଏମିତି ଅବସ୍ଥା, କିଏ ବସର କାଚ ଝରକାବାଟେ ପଶିଗଲେଣି ତ କିଏ କସରତ କରୁଛନ୍ତି

 

ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମାଲକାନଗିରି ଗସ୍ତରେ ଯାଇ ସେଠାରେ ସାରା ରାଜ୍ୟ ପାଇଁ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ କରିଥିଲେ। ଦକ୍ଷିଣ ଓଡ଼ିଶାର ଅର୍ଥନୀତିକୁ ମୂଜଭୁତ୍ କରିବା ସହ ଗାଁ ଗାଁ ରେ ସମୃଦ୍ଧି ଆଣିବା ଲକ୍ଷ୍ୟରେ ପ୍ରଥମ ପର୍ୟ୍ୟାୟରେ ମାଲକାନଗିରି ସମେତ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା,ଗଜପତି ଓ କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଥିବା ସବୁ ପଞ୍ଚାୟତକୁ ଲକ୍ଷ୍ମୀ ବସ ଚାଲିବ।

ହେଲେ ଲକ୍ଷ୍ମୀ ବସର ଏମିତି ଅବସ୍ଥା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି। ଲକ୍ଷ୍ମୀ ବସ୍ ରେ ବସିବା ପାଇଁ ଚାଲିଛି ଜୋରଦାର୍ ପ୍ରତିଯୋଗିତା। କଣ୍ଡକ୍ଟର ମନା କରିବା ସତ୍ତେ୍ୱ ଝରକା ବାଟ ଦେଇ ବିପଦପୂର୍ଣ୍ଣ ଭାବରେ ଭିତରକୁ ପଶୁଛନ୍ତି ମହିଳା।

କବାଟ ଛାଡି ଝରକାବାଟେ ଚଢିଗଲେ ମହିଳା ବସରେ ଯିବା ପାଇଁ ଲୋକେ ଫାଟକ ପରିବର୍ତ୍ତେ ଝରକା ଦେଇ ପ୍ରବେଶ କରୁଛନ୍ତି। ପ୍ରବେଶ ସମୟରେ ବସର ଲାଗିଥିବା ସାମଗ୍ରୀ ଭାଙ୍ଗିବାର ଚିତ୍ର ମଧ୍ୟ ଦେଖିବାକୁ ମିଳିଛି। ଏପରି ଚାଲିଲେ ବସ କେତେଦିନ ଚାଲିବ ଓ ବସର ଅବସ୍ଥା କଣ ରହିବ।

ସବୁଠାରୁ ଦୁଃଖର କଥା ମହିଳାମାନେ ଅତି ବିପଦପୂର୍ଣ୍ଣ ଭାବେ ଝରକା ଦେଇ ବସ୍‌ ଭିତରେ ପଶୁଥିଲେ। ଆଉ କିଛି ପୁରୁଷ ବସ୍‌ ଭିତରକୁ ଯାଇ ଝରକା ଦେଇ ବାହାରେ ଛିଡ଼ା ହୋଇଥିବା ମହିଳାଙ୍କ ହାତକୁ ଧରି ଭିତରକୁ ଟାଣି ନେଉଥିଲେ। ଏପରିକି ବସ୍‌କୁ ଭଙ୍ଗାରୁଜା କରିଥିଲେ। ବସ୍‌ର କାଚ ପାର୍ଶ୍ୱରେ ଲାଗିଥିବା ଲୁହା ରଡ୍‌ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ବସ୍‌ କର୍ମଚାରୀଙ୍କ ତାଗିଦ୍‌କୁ ଖାତିର କରିନଥିଲେ।

<a href=https://youtube.com/embed/Hkz1GC_6I8c?autoplay=1&mute=1><img src=https://img.youtube.com/vi/Hkz1GC_6I8c/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ମାଲକାନଗିରି ଜିଲ୍ଲାରେ ବାସ କରୁଥିବା ଆଦିମ ଜନଜାତି ବଣ୍ଡା ଲୋକଙ୍କ ଲାଗି ମଧ୍ୟ ଏହି ବସ ସେବା ଆରମ୍ଭ ହୋଇଥିଲା । ଖୈରପୁଟ ବ୍ଲକରୁ ବଣ୍ଡା ଘାଟିକୁ ମଧ୍ୟ ଲକ୍ଷ୍ମୀ ବସ ଗଡିଥିଲା । ତେବେ ପ୍ରଥମ କରି ବସ ସେବା ପାଇଥିବା ରୁ ଏବେ ବଣ୍ଡା ଜନ ଜାତି ବେଶ ଖୁସି ହୋଇଥିବା ବେଳେ ସିଟ ଟିଏ ପାଇବା ଲାଗି ଏଭଳି କସରଥ କରୁଥିବା ଦେଖିଵାକୁ ମିଳିଛି।