ଦେଖନ୍ତୁ ଭିଡିଓ: ମୁଁ ଗରିବ ଲୋକଟେ ବହୁତ କଷ୍ଟକରି ଝିଅକୁ ଭୁବନେଶ୍ୱରରେ ବାହା କରିଥିଲି ..ମୋ ଝିଅକୁ ମାରିଦେଲେ

 

ରାଜଧାନୀ ଭୁବନେଶ୍ବରରେ ବଧୂହତ୍ୟା ଅଭିଯୋଗ। ଏୟାରଫିଲ୍‌ଡ ଥାନା ଅରବିନ୍ଦ ନଗରରେ ଗତକାଲି ପ୍ରିୟଙ୍କା ମିଶ୍ରଙ୍କ ମୃତଦେହ ମିଳିବା ପରେ ବାପଘର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। ଜ୍ବାଇଁ ସୁରଜ ଦାସଙ୍କର ଅନ୍ୟ ଝିଅ ସହ ସମ୍ପର୍କ ଥିଲା। ଏହା ସହ ଶାଶୂ ଓ ଶ୍ବଶୁର ଅଧିକ ଯୌତୁକ ମାଗୁଥିଲେ। ବାପଘର ଟଙ୍କା ଦେଇ ନପାରିବାରୁ ମାରପିଟ କରୁଥିଲେ ଶାଶୂଘର ଲୋକ।

ବିବାହ ପରଠାରୁ ଶାଶୁଘର ଲୋକେ ପ୍ରିୟଙ୍କାଙ୍କୁ ଅଧିକ ଯୌତୁକ ଓ ଜମି ଜାଗା ପାଇଁ ଚାପ ଦେବା ସହ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିଲେ I ଏପରିକି ମାଡ଼ ମାରି ପୂର୍ବରୁ ପ୍ରିୟଙ୍କାଙ୍କ ଗର୍ଭ ନଷ୍ଟ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏନେଇ ଏୟାର ଫିଲ୍ଡ ଥାନାରେ ଅଭିଯୋଗ ହେବା ପରେ ସ୍ବାମୀ ସୁରଜ ଦାସଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ ।

ଅଭିଯୋଗ ମୁତାବକ, କେନ୍ଦ୍ରାପଡ଼ା ଅଞ୍ଚଳର ପ୍ରିୟଙ୍କା ମିଶ୍ର (୨୬) ଅଢ଼େଇ ବର୍ଷ ତଳେ ପୁରୁଣା ଭୁବନେଶ୍ବର ଅଞ୍ଚଳର ସୁରଜ ଦାଶଙ୍କୁ ବିବାହ କରିଥିଲେ। ବିବାହର କିଛିଦିନ ସବୁ ଠିକ୍‌ ଚାଲିଥିଲା। ତେବେ ପରେ ଶ୍ବଶୁର ଘର ଲୋକ ୫ଲକ୍ଷ ଟଙ୍କା ଯୌତୁକ ଆଣିବା ପାଇଁ ପ୍ରିୟଙ୍କାଙ୍କ ଉପରେ ଚାପ ପକାଇଥିଲେ। ସେଥିପାଇଁ ବିଭିନ୍ନ ସମୟରେ ମାନସିକ ଓ ଶାରୀରିକ ନିର୍ଯାତନା ବି ଦେଉଥିଲେ। ନିର୍ଯାତନା ସୀମା ଟପିବା ପରେ ପ୍ରିୟଙ୍କା ତାଙ୍କ ବାପା ବିଦ୍ୟାଧର ମିଶ୍ରଙ୍କୁ ଜଣାଇଥିଲେ। 

ଉଭୟ ପରିବାର ବୁଝାମଣା ପରେ କିଛିଦିନ ଭଲରେ ବିତିଲା ସତ, ହେଲେ ଶ୍ବଶୁର ଘର ଲୋକେ ସତରେ ବଦଳି ନଥିଲେ। ଆଜି ଅର୍ଥାତ୍‌ ସୋମବାର ସନ୍ଧ୍ୟାରେ ଶାଶୂ ପ୍ରିୟଙ୍କାଙ୍କ ମାମୁ ରଂଜନ ତ୍ରିପାଠୀଙ୍କୁ ଫୋନ୍‌କରି କହିଥିଲେ, ''ତମ ଭାଣିଜୀ ଆତ୍ମହତ୍ୟା କରିଛି।'' ଏହା ଶୁଣି ପରିବାର ଲୋକ ରାତାରାତି ଆସି ପୁରୁଣା ଭୁବନେଶ୍ବରରେ ପହଞ୍ଚିଥିଲେ। ସେମାନେ ଆସିବା ବେଳକୁ ପ୍ରିୟଙ୍କାଙ୍କୁ ତଳେ ଶୁଆଇ ଦିଆ ଯାଇଥିଲା। ତାଙ୍କ ବେକରେ ଏକ ରଶିର ଦାଗ ଥିଲା। 

<a href=https://youtube.com/embed/ujt5Zyu5i_0?autoplay=1&mute=1><img src=https://img.youtube.com/vi/ujt5Zyu5i_0/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ସେମାନେ ତୁରନ୍ତ ପୁଲିସକୁ ଫୋନ୍‌କରି ଘଟଣା ବିଷୟରେ ଜଣାଇଥିଲେ। ପ୍ରିୟଙ୍କାଙ୍କୁ ହତ୍ୟା କରାଯାଇଥିବା ସେମାନେ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଏୟାରଫିଲ୍ଡ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଏ ନେଇ ପୁଲିସ ସ୍ବାମୀଙ୍କୁ ଅଟକ ରଖିବା ସହ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଛି।