ଦେଖନ୍ତୁ ଭିଡିଓ: "ଥରେ ସେ ଭୁଲ ମାଗିବା ପରେ ମୁଁ ତାଙ୍କୁ କ୍ଷମା କରିଥିଲି, କିନ୍ତୁ ଏବେ ପୁଣି ଥରେ କଲେ"

 

ଟ୍ୟୁସନ ବନ୍ଦ ହେବାରୁ ଗୁରୁଜୀ ଅଶ୍ଳୀଳ ଭାଷାରେ ବିଦ୍ୟାର୍ଥୀଙ୍କୁ ଗାଳି କରିଛନ୍ତି ବୋଲି ବିଦ୍ୟାର୍ଥୀଙ୍କ ମା ମିଡ଼ିଆ ରେ ଅଭିଯୋଗ କରିଛନ୍ତି। ଆଜ୍ଞା ହଁ ଏଭଳି ଘଟଣା ଦେଖିବାକୁ ମିଳିଛି ଖାରବେଳ ନଗର ଭୁବନେଶ୍ୱର ୟୁନିଟ-୩ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ  ବିଦ୍ୟାର୍ଥୀଙ୍କୁ ପାଠ ପଢ଼ିବା ବଦଳରେ ଅଶ୍ଳୀଳ ଭାଷାରେ ଗାଳି କରିଥିବା ଅଭିଯୋଗ ଆଣିଛନ୍ତି ବିଦ୍ୟାର୍ଥୀଙ୍କ ମା। କାହିଁକି ଅଶ୍ଳୀଳ ଭାଷାରେ ଗାଳି ଦେଲେ ବୋଲି ପଚାରିବାରୁ ଗୁରୁମା ବିଦ୍ୟାର୍ଥୀଙ୍କ ମାଙ୍କୁ ଭୁଲ ମାଗିଥିଲେ।

ଏହାର ୮ ଦିନ ପରେ ଗୁରୁଜୀ ବିନା କାରଣରେ ପୁଣିଥରେ ବିଦ୍ୟାର୍ଥୀଙ୍କୁ ଗାଳି କରଥିଲେ ଏବଂ ରାଗ ରଖି ଏମିତି ବାଡେଇଥିଲେ ଯେ ବିଦ୍ୟାର୍ଥୀଙ୍କ ଗୋଡ ହାଡ ଫାଟି ଯାଇଥିଲା। ତା ପରେ ବିଦ୍ୟାର୍ଥୀଙ୍କ ମା ତାଙ୍କ ସ୍କୁଲ ରେ ଅଭିଯୋଗ ଦେଇଥିଲେ ମଧ୍ୟ ସ୍କୁଲ ମେନଗେମେଣ୍ଟ ତରଫରୁ କୌଣସି ପଦକ୍ଷେପ ନିଆଯାଇ ନଥିଲା।

<a href=https://youtube.com/embed/vwPROYLqBpk?autoplay=1&mute=1><img src=https://img.youtube.com/vi/vwPROYLqBpk/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ଯଦି ଏଭଳିଭାବରେ ବିଦ୍ୟାର୍ଥୀଙ୍କୁ ପାଠ ପଢା ଯାଏ ତେବେ ଦେଶର ଆଗାମୀ ଭବିଷ୍ୟତ କଣ ହେବ ବୋଲି ବିଦ୍ୟାର୍ଥୀଙ୍କ ମା ଥାନାରେ ଏତଲା ଦେଇଛନ୍ତି ଏବଂ କହିଛନ୍ତି ପାଠପଢାକୁ ନେଇ ରାଜନୀତି ନ କରାଯାଉ। ଆଇନ ଏଥିପ୍ରତି କିଛି ପଦକ୍ଷେପ ନେବା ଉଚିତ।