ଦେଖନ୍ତୁ ଭିଡିଓ: ବନ୍ୟା ଜଳରେ ଭାସି ଆସିଲା ବିରାଟ ମାଛ, ଲୋକେ ଦେଖି ହୋଇଗଲେ କାବା

 

କମିଲା ବର୍ଷା, ବଢିଲା ବନ୍ୟା ବିଭିଷୀକା। ଫୁଲୁଛି ମହାନଦୀ, ତାଣ୍ଡବ ଚରୁଛନ୍ତି ବ୍ରାହ୍ମଣୀ, ବୈତରଣୀ। ବନ୍ୟା ଘେରରେ ଅଧା ଓଡ଼ିଶା। ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ। କେଉଁଠି ଗର୍ଜନ ଛାଡ଼ୁଛି ବନ୍ୟା ଜଳ ତ ଆଉ କେଉଁଠି ସ୍ଥଳ ମୁହାଁ ନଦୀକୁ ଦେଖି ଲାଗୁଛି ଭୟ।

ଆଜିଠାରୁ ରାଜ୍ୟରେ ବର୍ଷାର ମାତ୍ରା କମିଛି। ତେବେ ଗତ ୨୪ ଘଂଟାରେ ରାଜ୍ୟର ୧୫ ସହରରେ ପ୍ରବଳ ବର୍ଷା ହୋଇଛି। ମହାନଦୀ ଉପର ମୁଣ୍ଡରେ ୨୬ରୁ ୩୭ ସେଂଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି।