ଦେଖନ୍ତୁ ଭିଡିଓ: ଫିଟିଲା ଗୁମର, ବୋହୂ ପାଇଁ ୯୦ ଲକ୍ଷଟଙ୍କା ହାର ପଠେଇ କାହିଁକି ପୁଅ ବାହାଘରକୁ ଆସିଲେନି ମାନ୍ୟବର

 

ବାହା ହେଲେ ଆତ୍ମଘୋଷିତ ବାବା ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ପାଳିତ ପୁଅ ସତ୍ୟମ ରାଉଳ। ବିବାହ ଉତ୍ସବରେ ସାମିଲ ହେଲେ ନାହିଁ ସାରଥୀ। ପାରାଦୀପରେ ଧୁମଧାମରେ ପାଳିତ ହେଲା ବାହାଘର। ତେବେ ବାହାଘରରେ ୯୦ ଲକ୍ଷ ଟଙ୍କାର ଏକ ହୀରା ହାର ଉପହାରକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି।

ପାରାଦୀପର ନୂଆଗଡ଼ ପଞ୍ଚାୟତର ବାଲିଡିଆ ଗାଁରେ ଧୁମଧାମରେ ବିବାହ ସମ୍ପନ୍ନ ହୋଇଛି। ଗ୍ରାମର ଅଶୋକ ସେନାପତିଙ୍କ ଝିଅଙ୍କୁ ସତ୍ୟ ବୈଦିକ ରୀତିନୀତିରେ ବିବାହ କରିଛନ୍ତି। ତେବେ ବାହାଘରକୁ ସାରଥୀ ଆସିବାର ସମ୍ଭାବନା ଥିବା ଚର୍ଚ୍ଚା ହୋଇଥିଲା। 

<a href=https://youtube.com/embed/IMtTWUQDwrg?autoplay=1&mute=1><img src=https://img.youtube.com/vi/IMtTWUQDwrg/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ସାରଥୀ ଜେଲରୁ ମୁକୁଳିବାର ୩ ବର୍ଷ ହୋଇଗଲାଣି। ହେଲେ ବର୍ତ୍ତମାନ ଯାଏଁ କୌଣସି ସର୍ବସାଧାରଣ ସ୍ଥାନରେ ସେ ନଜର ଆସିନାହାନ୍ତି। କିନ୍ତୁ ଅନୁଗାମୀଙ୍କ ଜରିଆରେ ନିଜର ପ୍ରଚାର ପ୍ରସାର କରାଇ ପୁଣିଥରେ ନିଜ ଧର୍ମ ବେଉସା ମେଲିବାକୁ ଯୋଜନା କରୁଥିବା ଚର୍ଚ୍ଚା ଜୋର ଧରିଛି।