ଦେଖନ୍ତୁ ଭିଡିଓ: କ୍ୟାନସର ହୋଇଥିବା ଭାଇରାଲ୍ ଖବରକୁ ନେଇ ମୁହଁ ଖୋଲିଲେ ଅନୁ ଚୌଧୁରୀ, କହିଲେ ଏମିତି କଥା

 

ସାଇବର ଥାନାର ଦ୍ଵାରସ୍ଥ ହେଲେ ଓଡିଶାର ଲୋକପ୍ରିୟ ଅଭିନେତ୍ରୀ ଅନୁ ଚୌଧୁରୀ। ମିଥ୍ୟା ଖବର ପ୍ରସାରଣ କରି ଗୁଜବ ସୃଷ୍ଟି କରୁଥିବା ୱେବ ଚ୍ୟାନେଲ ନାଁରେ ଦେଲେ ଏତଲା। ଅଭିନେତ୍ରୀଙ୍କୁ କ୍ୟାନସର ହୋଇଥିବା ନେଇ ଏକ ୱେବ୍ ପୋର୍ଟାଲରେ ମିଛ ଖବର ପ୍ରକାଶ କରାଯିବା ପରେ ଏପରି ପଦକ୍ଷେପ ନେଇଛନ୍ତି ଅନୁ।

ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ତାଙ୍କୁ କ୍ୟାନସର ହୋଇଥିବା କହିବା ହୀନ ମାନସିକତା ବୋଲି ଅନୁ ଚୌଧୁରୀ କହିଛନ୍ତି। ଏଭଳି କୁଶ୍ଚିତ ମାନସିକ ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଓଲିଉଡର ଏହି ଲୋକପ୍ରିୟ ଅଭିନେତ୍ରୀ। ଅଭିଯୋଗ ପରେ ମାମଲାର ତଦନ୍ତ ଆରମ୍ଭ କରିଛି ସାଇବର ଥାନା ପୋଲିସ।

ସୂଚନା ଅନୁସାରେ, ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ କ୍ୟାନ୍ସର ହୋଇଥିବା ନେଇ ଏକ ମିଥ୍ୟା ଖବର ପ୍ରଚାର କରିଥିଲା ଏକ ୱେବ୍ ଚ୍ୟାନେଲ। ଖବରରେ କୁହାଯାଇଥିଲା କି ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ କ୍ୟାନସର ଭଳି ମାରାତ୍ମକ ରୋଗ ହୋଇଛି। ପ୍ରଚାର ହୋଇଥିବା ଖବରକୁ ଅନୁଧ୍ୟାନ କରିବା ପରେ ଆଇନର ଆଶ୍ରୟ ନେଇଛନ୍ତି ଅଭିନେତ୍ରୀ ଅନୁ।

<a href=https://youtube.com/embed/Bip5mmINYLE?autoplay=1&mute=1><img src=https://img.youtube.com/vi/Bip5mmINYLE/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ସାଇବର ଥାନାର ଦ୍ଵାରସ୍ଥ ହୋଇ ଉକ୍ତ ୱେବ୍ ପୋର୍ଟାଲ ନାଁରେ ଏତଲା ଦେବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅନୁ। ଏଭଳି ମିଥ୍ୟା ଖବରକୁ ନିନ୍ଦା କରିବା ସହ ଏଭଳି ଗୁଜବରୁ ଦୁରେଇ ରହିବାକୁ ପରାମର୍ଶ ଦେଇଛନ୍ତି ଅଭିନେତ୍ରୀ ଅନୁ ଚୌଧୁରୀ। ଅଭିଯୋଗ ପରେ ମାମଲାର ତଦନ୍ତ ଆରମ୍ଭ କରିଛି ସାଇବର ଥାନା ପୋଲିସ।