ଦେଖନ୍ତୁ ଭିଡିଓ: ଅଧାରେ ରହିଗଲା ଦୁଇ ଭଉଣୀଙ୍କର ପୁରୀ ଖାଇବାର ଇଛା, ଚୁଲିରୁ ଲାଗିଲା ନିଆଁ, ଆଉ ତାପରେ..
ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ। ସାନିଟାଇଜର ଜାର୍ରୁ ନିଆଁ ଲାଗି ୨ ଭଉଣୀ ଗୁରୁତର। ଚୁଲି ଜଳୁଥିବା ବେଳେ ପାଖରେ ଥିବା ସାନିଟାଇଜର ଡବାରେ ଅଗ୍ନି ସଂଯୋଗ ହୋଇଯିବାରୁ ବିସ୍ପୋରଣ ଘଟି ଦୁଇ ନାବାଳିକା ଭଉଣୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଦୁଇ ଭଉଣୀ ହେଲେ ଅଭିଲିପ୍ସା ମଲ୍ଲିକ ଓ ସମୀକ୍ଷା ମଲ୍ଲିକ। ଦୁଇ ଉଭଣୀଙ୍କୁ ଚିକିତ୍ସା ପାଇଁ ଯାଜପୁର ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ ଆଜି ସକାଳ ପ୍ରାୟ ସାଢ଼େ ୮ଟା ବେଳେ ଅଭିଲିପ୍ସା ଚୁଲି ପାଖରେ ବସି ପୁରୀ ବେଲୁଥିଲେ। ତାଙ୍କ ପାଖରେ ସାନ ଭଉଣୀ ସମୀକ୍ଷା ମଧ୍ୟ ଥିଲେ। ଚୁଲି ପାଖରେ ଏକ ୫ ଲିଟିରିଆ ସାନିଟାଇଜର ଡବା ଥିଲା। କୌଣସି କାରଣରୁ ସେହି ସାନିଟାଇଜର ଡବାଟି ନିଆଁ ସଂସ୍ପର୍ଶରେ ଆସି ଯାଇଥିଲା। ତା' ଭିତରେ ସାନିଟାଇଜର ଥିଲା। ସାନିଟାଇଜର ଅଗ୍ନି ସଂସ୍ପର୍ଶରେ ଆସିବା ପରେ ବିସ୍ଫୋରଣ ହୋଇଥିଲା।
ଏଥିରେ ଅଭିଲିପ୍ସା ଜଳି ଯାଇଥିଲେ। ତେବେ ବଡ ଭଉଣୀ ଜଳିଯାଉଥିବା ଦେଖି ବଞ୍ଚାଇବାକୁ ଚାଲି ଆସଲିଥିଲା ସାନଭଉଣୀ। ଆଉ ବଡ ଭଉଣୀଙ୍କୁ ବଞ୍ଚାଇବାକୁ ଉଦ୍ୟମ କଲାବେଳେ ସାନ ଭଉଣୀ ସମୀକ୍ଷା ମଧ୍ୟ ପୋଡି ଯାଇଥିଲା। ପରିବାର ଲୋକେ ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଦୁଇ ଭଉଣୀଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ସେମାନଙ୍କ ହାତ, ଗୋଡ଼, ପିଠି ଆଦିରୁ ଚମ ଛାଡ଼ି ଯାଇଛି।