ଦେଖନ୍ତୁ ଭିଡ଼ିଓ: ରଥଯାତ୍ରାରେ ସେବାୟତଙ୍କ ମତିଭ୍ରଷ୍ଟ, ମହାପ୍ରଭୁଙ୍କ ରଥ ପଛରେ କଲେ ପରିସ୍ରା

 

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଓଡ଼ିଶାର କୋଣ ଅନୁକୋଣରେ ମହାପ୍ରଭୁଙ୍କ ରଥଯାତ୍ରା ଧୁମଧାମରେ ଆୟୋଜନ କରାଯାଉଛି। ଶ୍ରୀକ୍ଷେତ୍ର ଠାରୁ ଆରମ୍ଭ କରି ରାଜ୍ୟର ସମସ୍ତ ସ୍ଥାନରେ ଭକ୍ତିମୟ ପରିବେଶ। ତେବେ ଏହାରି ଭିତରେ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ତୃତୀୟ ଶ୍ରୀକ୍ଷେତ୍ର କୁହା ଯାଉଥିବା ରଣପୁର ରଥଯାତ୍ରାରେ ଦେଖା ଯାଇ ଥିବା ଅଘଟଣ, ରଥଯାତ୍ରା ସମୟରେ ଜଣେ ସେବାୟତ ରଥ ପଛ ପଟେ ପରିସ୍ରା କରିବା ଘଟଣାକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ର ବିଷୟ ବସ୍ତୁ ପାଲଟିଛି।

ସେବାୟତଙ୍କ ଲାଗି ରଣପୁର ବାସି ତଥା ଲକ୍ଷ ଲକ୍ଷ ଜଗନ୍ନାଥପ୍ରେମୀଙ୍କ ମନରେ ଗଭୀର ଆଘାତ ସୃଷ୍ଟି ହେବା ସହିତ ଭକ୍ତ ମାନଙ୍କର ଧାର୍ମିକ ଭାବନା ପ୍ରତି କୁଠାର ଘାତ ହୋଇଛି, ସେବାୟତଙ୍କ ଏଭଳି ଦାୟିତ୍ୱ ହୀନ କାର୍ଯ୍ୟ କୁ ନିନ୍ଦା କରିବା ସହିତ ମନ୍ଦିର ପ୍ରଶାସନ ତରଫରୁ ଆଗାମୀ ୬ ମାସ ପାଇଁ ମନ୍ଦିର ନୀତିକାନ୍ତି, ଏବଂ ଜାତ ସମୟ ରେ କୌଣସି ସେବା ପୂଜା କାର୍ଯ୍ୟ କରିବା ପାଇଁ ବାରଣ କରାଯାଇଛି। 

<a href=https://youtube.com/embed/rq4WhWhZDiQ?autoplay=1&mute=1><img src=https://img.youtube.com/vi/rq4WhWhZDiQ/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ଯଦି ଏଥିରେ କୌଣସି ତ୍ରୁଟି ପରିଲିକ୍ଷିତ ହୁଏ ତେବେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରଣପୁର ତହସିଲଦାର ତଥା ଦେବୋତର ବିଭାଗ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ ରଣପୁର ସହର ପାଟରା ସାହିର ସେବାୟତ ସନାତନ ନନ୍ଦଙ୍କ ପୁଅ ପ୍ରସନ କୁମାର ନନ୍ଦ ରଥ ଯାତ୍ରା ସମୟ ରେ ରଥ ପାଖରେ ଛିଡା ହୋଇ ପରିସ୍ରା କରୁଥିବାର ଭିଡି଼ଓ ଭାଇରାଲ ହୋଇଥିଲା।