ଦେଖନ୍ତୁ ଭିଡ଼ିଓ: ସଂସ୍କୃତ ମାଷ୍ଟର ର କଳା କାରନାମା, ନବମ ଶ୍ରେଣୀ ଝିଅକୁ ଦୁଷ୍କର୍ମ କରି ହେଲା ଗିରଫ, ଜାଣନ୍ତୁ ସମ୍ପୂର୍ଣ ଘଟଣା

 

ରାଜ୍ୟରେ ଶିକ୍ଷକ ନାଁରେ କଳଙ୍କ ଲଗାଇଛନ୍ତି ଜଣେ ସଂସ୍କୃତ ଶିକ୍ଷକ। ଏହି ରସିକିଆ ଶିକ୍ଷକ ଜଣକ ଜଣେ ନବମ ଶ୍ରେଣୀରେ ପଢ଼ୁଥିବା ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ତେବେ ସେ ଏହି କାର୍ଯ୍ୟରେ ଫେଲ୍ ମାରିଥିଲେ। କିନ୍ତୁ ବର୍ତ୍ତମାନ ସେ ନାବାଳିକା ଛାତ୍ରୀ ଙ୍କୁ ଅସଦାଚରଣ କରିବା ମାମଲାରେ ଗିରଫ ହୋଇଛନ୍ତି।

ସମାଜରେ ଜଣେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସମ୍ପର୍କ ସବୁଠୁ ଉର୍ଦ୍ଧ୍ବରେ ରହିଥାଏ। କିନ୍ତୁ ଏଠାରେ ଜଣେ ଶିକ୍ଷକଙ୍କ କାରନାମା ଦେଖି ଆପଣମାନେ ମଧ୍ୟ ବିଶ୍ଵାସ କରିପାରିବେ ନାହିଁ। କାରଣ ଶିକ୍ଷକଙ୍କ ନାମରେ ଅସଦାଚରଣର ଅଭିଯୋଗ ଥାନାରେ କରାଯାଇଛି। ପୋଲିସ ଏହି ଘଟଣାରେ ତଦନ୍ତ କରିବା ପରେ ସଂସ୍କୃତ ମାଷ୍ଟରଙ୍କ ହାତରେ ହାତ କଡ଼ି ପକାଇଛି। ତେବେ ଏହି ରସିକିଆ ଶିକ୍ଷକଙ୍କ ନାମ ହେଉଛି ସତ୍ୟନାରାୟଣ ନାୟକ। ପାଟଣାଗଡ଼ ଅଞ୍ଚଳରୁ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ ନବମ ଶ୍ରେଣୀରେ ଜଣେ ଛାତ୍ରୀ ଙ୍କୁ ଏମ ବି ଡି ବହି କିଣି ଦେବା ବାହାନାରେ ଶିକ୍ଷକ ସତ୍ୟ ନାରାୟଣ ଗାଡ଼ି ରେ ବସାଇ ନେଇ ଯାଇଥିଲେ।ଏହାପରେ ଶିକ୍ଷକ ଜଣଙ୍କ ଭଲ ରାସ୍ତାରେ ନ ଯାଇ ଜଙ୍ଗଲ ରାସ୍ତାରେ ଯିବାବେଳେ ଅଧ ବାଟରେ ଅସଦାଚରଣ କରିବାକୁ ଉଦ୍ୟମ କରିଥିଲେ। ଫଳରେ ଛାତ୍ରୀ ଜଣଙ୍କ ଜୋରେ ଚିତ୍କାର କରିବାରୁ ଛାତ୍ରୀଙ୍କୁ ସେଠାରେ ଛାଡି ଦେଇ ଶିକ୍ଷକ ଜଣଙ୍କ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ।ଏହାପରେ ଛାତ୍ରୀ ଜଣଙ୍କ ଘରକୁ ଆସି ପରିବାର ଲୋକଙ୍କୁ ସବୁ କଥା କହିବା ପରେ ପରିବାର ଲୋକେ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

<a href=https://youtube.com/embed/woX0_SC5zGw?autoplay=1&mute=1><img src=https://img.youtube.com/vi/woX0_SC5zGw/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ଏହାପରେ ପୋଲିସ ଅଭିଯୁକ୍ତ ଶିକ୍ଷକ ଙ୍କୁ ପଚରାଉଚରା କରିବା ପରେ ଗିରଫ କରିଥିଲେ।ଏହାପରେ ବଲାଙ୍ଗୀର କୋର୍ଟ ଚାଲାଣ କରିଥିବା ପାଟଣାଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ସେହିପରି ପୂର୍ବରୁ ଶିକ୍ଷକ ଙ୍କ ନାମରେ ଏଭଳି ଅଭିଯୋଗ ହୋଇଥିଲା। ଏହି ଘଟଣା ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।