ଦେଖନ୍ତୁ ଭିଡିଓ: ବୁଢ଼ୀ ମା'କୁ କାନ୍ଧରେ ବସାଇ ଜଗା ଦର୍ଶନ କରଉଛି ଏଯୁଗର ଶ୍ରବଣ କୁମାର

 

କିଏ କହିଲା ଏ କଳିଯୁଗରେ ଆଉ ଶ୍ରବଣ କୁମାରଙ୍କ ଭଳି ପିତୃ ମାତୃ ଭକ୍ତ ନାହାନ୍ତି । ଦୁନିଆରେ ଏବେ ବି ବହୁତ ଭଲ ଲୋକ ଅଛନ୍ତି ଯେଉଁମାନେ ଆମକୁ ହୃଦବୋଧ କରାନ୍ତି ଯୁଗ କର୍ମ ନିର୍ଦ୍ଧାରିତ କରେ ନାହିଁ ବରଂ କର୍ମ ଦ୍ୱାରା ଯୁଗ ନିର୍ଦ୍ଧାରିତ ହୋଇଥାଏ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ପୁରୀ ଶ୍ରୀକ୍ଷେତ୍ର ଧାମରେ ।

ପୁରୀ ଶ୍ରୀକ୍ଷେତ୍ରରେ ଜଣେ ବ୍ୟକ୍ତି ନିଜ ବୃଦ୍ଧା ମାଆକୁ କାନ୍ଧରେ ବସାଇ ଜଗା ଦର୍ଶନ କରାଉଛନ୍ତି । ବୃଦ୍ଧା ମାଆ ଜଣକ ଚାଲିବା ପାଇଁ ସକ୍ଷମ ନ ଥିବା ହେତୁ ତାଙ୍କୁ ନିଜ ପିଠିର ସାହାରା ଦେଇଛନ୍ତି ତାଙ୍କର ପୁଅ । ଏହି ଦୃଶ୍ୟ ଦେଖିବା ପରେ ସମସ୍ତଙ୍କର ମନ ଭାବ ବିହ୍ୱଳ ହୋଇ ପଡିଛି । 

ଏ ସଭ୍ୟ ସମାଜ ଯେତେବେଳେ ଉନ୍ନତିର ଆଳରେ ମାଆର ଭୂମିକା ଭୁଲି ଯାଏ ସେତେବେଳେ ଏହି ଭଳି ମହାନ୍ ବ୍ୟକ୍ତିତ୍ଵଙ୍କର କର୍ମ ହିଁ ମନେ ପକାଇ ଦିଏ ବହୁତ କିଛି ।

<a href=https://youtube.com/embed/hi_8qnFmUE8?autoplay=1&mute=1><img src=https://img.youtube.com/vi/hi_8qnFmUE8/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ମାଆ ଯାହାର ସବୁଠାରୁ ଅନନ୍ୟ ଓ ନିଆରା ଭୂମିକା ଦୁନିଆରେ । ସର୍ବ ପ୍ରଥମେ ମାଆ ଓ ସର୍ବ ଶେଷରେ ବି ମାଆ । ଏହି କଥା ଆମ ସମସ୍ତଙ୍କୁ ବି ମନେ ରଖିବା ଉଚିତ୍ ।