ଦେଖନ୍ତୁ ଭିଡିଓ: କେବଳ ରାଜନୀତି ନୁହେଁ କ୍ରିକେଟ ମୈଦାନରେ ବି ପାଣ୍ଡିଆନ୍ ଛକା, ଏମିତି ସଟ୍ ମାରିଲେ ସମସ୍ତେ ଆଶ୍ଚର୍ଯ୍ୟ

 

ରବିବାର ସକାଳୁ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସମ୍ବଲପୁର ଗସ୍ତରେ ଆସି ବିଭିନ୍ନ ଉନ୍ନତିମୂଳକ କାର୍ୟ୍ୟର ସମୀକ୍ଷା କରିଛନ୍ତି। ସମଲେଇ ପ୍ରକଳ୍ପ ବୁଲିବା ସହିତ କିଭଳି ସମଲେଇ ପ୍ରକଳ୍ପ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିପାରିବ ସେନେଇ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ୍। ଏହି ଦିଗରେ ସମସ୍ତ ବ୍ୟବସ୍ଥା କରିବାକୁ ମନ୍ଦିର ଟ୍ରଷ୍ଟବୋର୍ଡ ସହ ଆଲୋଚନା କରାଯାଇଛି।

ପରେ ମହାନଦୀ ହାଫ୍ ମାରାଥନର ଶୁଭାରମ୍ଭ କରିଥିଲେ। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭୀମସାର ସୁପରିଟେଣ୍ଡେଣ୍ଟ ଓ ଅନ୍ୟ କର୍ମଚାରୀଙ୍କ ସହ ସମୀକ୍ଷା କରିଛନ୍ତି । ଏହାପରେ ଭୀମସାର ଷ୍ଟାଡିୟମରେ ପହଞ୍ଚିଥିଲେ କାର୍ତ୍ତିକ ପାଣ୍ଡିଆନ । ସେଠାରେ କିଛି ସମୟ କ୍ରିକେଟ ଖେଳିଥିଲେ । ଏହାସହ ଜିଲ୍ଲାର ସ୍ପୋର୍ଟସ ଓ ଆଥଲେଟିକ କମିଟି ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି 5T ଅଧ୍ୟକ୍ଷ । ସାରା ଦିନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା ସହ କେନ୍ଦୁପତ୍ର ତୋଳାଳିଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ତେବେ କ୍ରିକେଟ୍ ପଡିଆରେ ପାଣ୍ଡିଆନଙ୍କ ବ୍ୟାଟିଂ ଦେଖି ସମସ୍ତେ ପ୍ରଶଂସା କରିଛନ୍ତି। କାରଣ ଜଣେ କ୍ରିକେଟର ଭଳି ବ୍ୟାଟିଂ କରିଥିଲେ। ବ୍ୟାଟ୍ ଧରି ପିଚରେ କଲେ ବ୍ୟାଟିଂ ମାଳିଲେ ଛକା ଚଉକା। କେବଳ ରାଜନୀତି ନୁହେଁ କ୍ରିକେଟ ମୈଦାନରେ 5T ତଥା ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ଛକାକୁ ନେଇ ଚର୍ଚ୍ଚା ଜୋର୍ ରରିଛି।

ଏହାପରେ ସମ୍ୱଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ପହଞ୍ଚି ଆଥଲେଟିକ ଏସୋସିଏସନ କର୍ମକର୍ତ୍ତା ଓ ଖେଳାଳିଙ୍କ ସହ ଆଲୋଚନା କରିଥିଲେ ପାଣ୍ଡିଆନ। ଏହି ସମୟରେ ଷ୍ଟାଡିୟମରେ କ୍ରିକେଟ ଖେଳାଳିଙ୍କ ସହ ସେ କ୍ରିକେଟ ଖେଳିଥିଲେ।

<a href=https://youtube.com/embed/Hs7_rA9fu-E?autoplay=1&mute=1><img src=https://img.youtube.com/vi/Hs7_rA9fu-E/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବଲପୁରରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରାଯିବା ସହ ସମ୍ବଲପୁରରେ ବହୁତ ବଡ କ୍ରିକେଟ ଷ୍ଟାଡିୟମ ଓ ଫୁଟବଲ ଷ୍ଟାଡିୟମ କରିବା ପାଇଁ ଜାଗା ଚିହ୍ନଟ କରାଯାଇଥିବାରୁ ଖୁସି ପ୍ରକାଶ କରିଛନ୍ତି ଖେଳାଳି। ଫୁଟବଲ ଓ କ୍ରିକେଟ ଷ୍ଟାଡିୟମ ନିର୍ମାଣ ପାଇଁ ୩୫୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଷ୍ଟାଡିୟମ ନିର୍ମାଣ ପରେ କ୍ରୀଡ଼ାବିତଙ୍କୁ ଏହା ବଡ ବୁଷ୍ଟ ହେବ ବୋଲି କୁହାଯାଉଛି।