ଦେଖନ୍ତୁ ଭିଡିଓ: ଲିଙ୍ଗରାଜ ମନ୍ଦିର ସାମ୍ନାରେ ଭିକ ମାଗୁଥିବା ଏହି ମହିଳାଙ୍କ ଗୀତ ଶୁଣି ହୋଇଯିବେ ଫ୍ୟାନ୍

 

ତାଙ୍କ ଗୀତ ଆପଣଙ୍କୁ ମଧ୍ୟ ମନମୁଗ୍ଧ କରିଦେବ, ସେ କୋୖଣସି ସୁପରଷ୍ଟାର ଗାୟିକା ନୁହଁନ୍ତି କି ପରିଚିତ ଚେହେରା ମଧ୍ୟ ନୁହଁନ୍ତି। ସେ ହେଉଛନ୍ତି ମନ୍ଦିର ପାଖରେ ଭିକ ମାଗୁଥିବା ଜଣେ ଭିକାରୁଣୀ। ତାଙ୍କ ଗୀତ ଶୁଣି ଆପଣ ମଧ୍ୟ ତାଙ୍କ ଫ୍ୟାନ୍ ହୋଇଯିବେ। ସେ ହେଉଛନ୍ତି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଭିକ୍ଷା ବୃତ୍ତି କରୁଥିବା ଶଶ୍ମିତା ଜେନା। 

ବାଲେଶ୍ଵରରୁ ଭୁବନେଶ୍ୱର ଆସି ସେ ଭିକ ମାଗି ନିଜ କୁନି ଝିଅକୁ ପୋଷଣ କରୁଛନ୍ତି। ବାହା ହୋଇ ସ୍ୱାମୀ କ୍ରିମିନାଲ ଥିବାରୁ ସ୍ୱାମୀକୁ ଛାଡ଼ି ଆଜି ବୁଲିବୁଲି ଭିକ ମାଗୁଛନ୍ତି ସେ। ତାଙ୍କ କଣ୍ଠର ସ୍ବର ଏବେ ଲୋକ ଲୋଚନକୁ ଆସିଥିବା ବେଳେ ସେ ଏବେ ଭାଇରାଲ୍ ହେବାରେ ଲାଗିଛନ୍ତି।

<a href=https://youtube.com/embed/HDSlD0iDLLA?autoplay=1&mute=1><img src=https://img.youtube.com/vi/HDSlD0iDLLA/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">