ପୋଲିସ ଆଗରେ ମୁହଁ ଖୋଲିଲେ ବିକି ପପ୍‌... ପ୍ରେମିକାର କାହିଁକି ଭିଡ଼ିଓ କରିଥିଲେ ଭାଇରାଲ କହିଲେ

 

ବିକି ପପକୁ ପୋଲିସ ଗିରଫ କଲାପରେ ଏବେ ଗୋଟି ଗୋଟି କରି ସବୁ ସତ କହିଛି ବିକି। ପ୍ରଥମେ ଓଡ଼ିଶାର ଏହି ରିଲ୍ସ ଷ୍ଟାରଙ୍କ ଭିଡିଓ ଭାଇରାଲ୍ ହେଇଥିଲା। ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ଗୋଟେ ଭିଡିଓ କଲର ରେକର୍ଡିଂ କରାଯାଇଥିଲା। ଯେଉଁଥିରେ ଇନଷ୍ଟଗ୍ରମା ରିଲ୍ସ ଷ୍ଟାର ବିନା ବସ୍ତ୍ରରେ ଅନ୍ତରଙ୍ଗ ମୁହୂର୍ତ୍ତ କାଟୁଥିଲେ। କିନ୍ତୁ ଯେଉଁ ମଣିଷ ଆଗରେ ଭରଷା କରି ସବୁ କରୁଥିଲେ ସେହି ମଣିଷ ଭିଡିଓ ଭାଇରାଲ କରିଥିଲା। ଦୁହିଁଙ୍କ ଯୋଡିକୁ ଲୋକେ ବେଶ୍ ପସନ୍ଦ କରୁଥିଲେ କିନ୍ତୁ କଣ ହେଲା ବିକି ପପ ନିଜ ପ୍ରେମିକାର ଭିଡିଓ ଭାଇରାଲ କରିଥିଲା। 

ଆଉ ତାପରେ ଯୁବତୀ ଜଣଙ୍କ ଯାଇ ଚନ୍ଦ୍ରଶେଖରପୂର୍ ଥାନାରେ ଅଭିଯୋଗ କରିବା ପରେ ବିକି ପପକୁ ପୋଲିସ ଖୋଜି ଖୋଜି ଗିରଫ କରିଥିଲା। ଆଉ ତାଙ୍କ ପାଖରୁ ସେହି ମୋବାଇଲ ଜବତ କରାଯାଇଛି ଯେଉଁ ମୋବାଇଲରେ ଭିଡିଓ ରେକର୍ଡ଼ିଂ କରିଥିଲେ ବିକି ପପ। ବିକି ପପ୍ ଯେତେବେଳେ ଆଉ ଜଣେ ଯୁବତୀଙ୍କ ସହ ଗୁମସୁମ୍ ପ୍ରେମ ଆଲବମରେ ଅଭିନୟ କରିଥିଲେ ସେତିକିବେଳେ ନିଜ ପ୍ରେମିକା ଠାରୁ ଦୂରେଇ ଯାଇଥିଲେ। 

କିନ୍ତୁ ପୁଣି ଚାହୁଁଥିଲେ ସଂପର୍କ ରଖିବାକୁ କିନ୍ତୁ ଯୁବତୀ ଜଣଙ୍କ ମନା କରିଦେଇଥିଲେ। ପ୍ରେମିକାର ଅଭିଯୋଗ ଅନୁସାରେ, ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରି ପ୍ରେମିକାର ଅଶ୍ଳୀଳ ଭିଡିଓକୁ ଭାଇରାଲ କରି ଦେଲା ପ୍ରେମିକ। ଏମିତି ଅଭିଯୋଗକୁ ନେଇ ଚନ୍ଦ୍ରଶେଖରପୁର ଥାନା ପୋଲିସ ଜଟଣୀର  ବିକି ବାରିକଙ୍କୁ ଗିରଫ କରିଥିଲା। ତା'ଠାରୁ ମୋବାଇଲ ଜବତ କରି ସବୁକଥା ଆଦାୟ କରିଥିଲା। ତେବେ ବିକି ଓ ଅଭିଯୋଗକାରିଣୀ ଦୁଇଜଣ ସୋସିଆଲ ମିଡିଆ ଏବଂ ଆଲବମରେ ଅଭିନୟ କରନ୍ତି। 

ସେମାନେ ପ୍ରାୟ ୨୦ରୁ ଅଧିକ ଆଲବମରେ ନାୟକ ଓ ନାୟିକା ଭାବରେ କାମ କରିଛନ୍ତି। ଯୁବତୀଙ୍କ ଅଭିଯୋଗ ଅନୁସାରେ, ସେମାନେ ପରସ୍ପରକୁ ଭଲପାଇ ବସିଥିଲା ମାତ୍ର ବିକି ସବୁବେଳେ ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରୁଥିଲା। ତେଣୁ ଅତିଷ୍ଠ ହୋଇ ସେ ବିକି ଠାରୁ ଦୂରେଇ ଯିବାକୁ ଚାହୁଁଥିଲେ। ବିବାହ ନକରି ଶାରୀରିକ ସଂପର୍କ ରଖିବାକୁ ସିଧା ମନା କରିଦେଉଥିଲେ ପ୍ରେମିକା ଜଣଙ୍କ। କିନ୍ତୁ ବିକି ତାଙ୍କ ଅଶ୍ଳୀଳ ଭିଡିଓକୁ ଭାଇରାଲ କରିବ ବୋଲି ବ୍ଲାକମେଲ କରୁଥିଲା। 

ଭୟରେ ଯୁବତୀ ଜଣଙ୍କ ବିକି ସହ ପୁଣି ମିଳାମିଶା କରିଥିଲେ। ଏବଂ ବାହା ହେବାକୁ ଜିଦ୍ ଧରି ବସିଥିଲେ ଯୁବତୀ ଜଣଙ୍କ। କିନ୍ତୁ କ୍ୟାରିୟର ପାଇଁ ବିକି ବାହା ହେବାକୁ ମନା କରିଦେଇଥିଲା। ତେଣୁ ଯୁବତୀ ଆଉ ବିକି ସହ ମିଳାମିଶା କରୁନଥିଲେ। ଏଥିରେ ବିକି ରାଗି ଯାଇ ଅଶ୍ଳୀଳ ଭିଡିଓକୁ ଭାଇରାଲ କରିଦେଇଥିଲା। ଏହିସବୁ ଭିଡିଓ ବିକି ଆଗରୁ ରେକର୍ଡିଂ କରି ରଖିଥିଲା। ଆଉ ଗିରଫ ହେଲା ପରେ ଗୋଟେ ଗୋଟେ ସତ ସାମ୍ନାକୁ ଆସିଥିଲା।