ବରମୁଣ୍ଡା ଓଭରବ୍ରିଜ୍ ଉପରେ ଅଜଣା କାର୍, ରାସ୍ତା ମଝିରେ ଗାଡ଼ି ରଖି ଡ୍ରାଇଭର ମାରିଲେ ଛୁ, ଭିତରେ ଅଛି...
ଭୁବନେଶ୍ୱର ବରମୁଣ୍ଡା ଓଭରବ୍ରିଜ ଉପରେ ଶୁକ୍ରବାର କେହି ଜଣେ କାର୍ ଥୋଇ ପଳାଇଛନ୍ତି। ଫଳରେ ରାସ୍ତା ଉପରେ ଅଜଣା କାର୍କୁ ନେଇ ସନ୍ଦେହ ଘନିଭୂତ ହେବାରେ ଲାଗିଛି। କାରଟି ଜାତୀୟ ରାଜପଥ ମଝିରେ ଅଟକି ରହିଥିବାରୁ ଟ୍ରାଫିକ ଜାମ୍ ହୋଇଛି। ଅନ୍ୟପକ୍ଷେ କେଉଁ ପରିସ୍ଥିତିରେ ଡ୍ରାଇଭର କାର ଛାଡି ପଳାଇଛନ୍ତି ତାକୁ ନେଇ ମଧ୍ୟ ସନ୍ଦେହ ବଢୁଛି।
କାର ଭିତରେ ଆଉ କିଏ ଅଛି ନାହିଁ, ଆଉ କିଛି ଜିନିଷ ଅଛି କି ନାହିଁ, ଏଭଳି ଭୟ ଲୋକଙ୍କ ମନରେ ସୃଷ୍ଟି ହେଉଛି । ତେଣୁ ଲୋକମାନେ କେହି ଉକ୍ତ ଗାଡ଼ି ପାଖକୁ ଯାଉନଥିବା ଦେଖାଯାଉଛି ।
ସୂଚନା ମୁତାବକ, ସବୁଦିନ ପରି ଆଜି ବରମୁଣ୍ଡାର ରାସ୍ତାରେ ଲୋକମାନେ ନିଜ ନିଜ କାମରେ ଯାଉଥିଲେ । ତେବେ ସେହି ସମୟରେ ଘଟିଥିଲା ଏକ ବଡ଼ ଅଘଟଣ । ଗୋଟିଏ କାରକୁ ରାସ୍ତା ମଝିରେ ରଖିଦେଇ ଡ୍ରାଇଭର ହଠାତ୍ କୁଆଡ଼େ ଚାଲିଯାଇଥିଲେ । ତେଣୁ ଡ୍ରାଇଭର ଜଣଙ୍କ ଏପରି କରିବା ପଛର ଉଦ୍ଦେଶ୍ୟ କ'ଣ ତାହା ଏବେ କାହାକୁ ଜଣା ନାହିଁ ।
ଗାଡ଼ିଟି ମଝି ରାସ୍ତାରେ ରହିଥିବା ବେଳେ ଲୋକମାନେ ଭୟରେ ତା' ପାଖକୁ ଯାଇନଥିଲେ । ଏପରିକି କିଛି ଲୋକ ଗାଡ଼ିଟିକୁ ଦେଖି ପଛକୁ ମଧ୍ୟ ଫେରିଯାଇଥିଲେ । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଥିଲା ।