ବେକରେ ଫୁଳମାଳ ପାଦ ତଳେ ତୁଳସୀ, ଭଣ୍ଡ ନାବାଳକର ରହସ୍ୟ ଜାଣିଲେ ଆପଣଙ୍କ ଉଡିଯିବ ହୋସ୍
ରାଜଧାନୀର ଖଣ୍ଡଗିରି ଅଞ୍ଚଳରେ ଜଣେ ନାବାଳକଙ୍କୁ କଳ୍କୀ ଅବତାର କହି ପୂଜା କରିବା ପ୍ରସଙ୍ଗ ଏବେ ତେଜିବାରେ ଲାଗିଲାଣି । ଆଶ୍ରମ ଟ୍ରଷ୍ଟିଙ୍କ ବୟାନ ଏବଂ ଆଶ୍ରମ ପରିସର ଭିତକୁ ପ୍ରବେଶ ନକରେଇ ଦେବା ସନ୍ଦେହ ବଢାଇଛି । ଜଣେ ଶିଶୁକୁ ଭଗବାନଙ୍କ ଅବତାର କହି ପୂଜା କରୁଥିବାରୁ ଏହି ଘଟଣାରେ ଏବେ ନିଜ ଆଡ଼ୁ ମାମଲା ରୁଜୁ କରିଛି ଶିଶୁ ଆୟୋଗ ।
ତେବେ ମିଳିଥିବା ସୂଚନା ଅନୁଯାୟୀ, ଜଣେ ଶିଶୁଙ୍କୁ ବାବା ସଜାଇ ତାଙ୍କ ପାଦରେ ଜୁଳସୀ ଚଢାଇବା ଫଟୋ ଭାଇରାଲ ହେବା ପରେ ଏହି ଆଶ୍ରମର ଗୁମର ଫିଟିଥିଲା । କିନ୍ତୁ ଏହାକୁ ନେଇ ଆଶ୍ରମ ଟ୍ରଷ୍ଟିଙ୍କ ବୟାନ ଏହି ଘଟଣକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଆଶ୍ରମ ଲୋକେ କହୁଛନ୍ତି ଶିଶୁ ଜଣଙ୍କ ହେଉଛନ୍ତି କଳିଯୁଗର ବାବା। ନାଁ ତାଙ୍କର କଳକୀ ଭଗବାନ। ଏହି ନାବାଳକଙ୍କ ଜଣଙ୍କ ହେଉଛନ୍ତି ଖଣ୍ଡଗିରି ବାସିନ୍ଦା କାଶୀନାଥ ମିଶ୍ରଙ୍କ ପୁଅ ଅନନ୍ତ ମାଧବ। ପୁଅକୁ ଜଗନ୍ନାଥଙ୍କ ଅବତାର ବୋଲି ଅପପ୍ରଚାର କରୁଛନ୍ତି କାଶୀନାଥ। ପୁଅକୁ ବାବା ସଜେଇ ଲୋକଙ୍କଠୁ ରୋଜଗାର କରୁଥିବା ଅଭିଯୋଗ ହୋଇଛି । ଯାହାକି ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଗଭୀର ଭାବେ ମର୍ମାହତ କରିଛି।
ଭାଇରାଲ ହେଉଥିବା ଫଟୋଟି ୧୦ ବର୍ଷର ପୁରୁଣା । ଆଶ୍ରମରେ କୌଣସି ଅନୈତିକ କାମ ଚାଲିଛି କି ନାହିଁ, ସେନେଇ ପୋଲିସ୍ ଅଧିକ ତଦନ୍ତ କରୁଛି । ଅନ୍ୟପଟେ ଏତେ ପୁରୁଣା ଫଟୋଟିକୁ କିଏ ଭାଇରାଲ କଲା? ସେନେଇ ଆଶ୍ରମ ପକ୍ଷରୁ ସାଇବର ଥାନାରେ ଏକ ଏତଲା ଦିଆଯାଇଛି ।
୧୮ ବର୍ଷୀୟ କଳ୍କୀ ଅବତାର ବାବା ଅନନ୍ତ ମାଧବ କେଟିଏମ୍ ଚଢୁଛନ୍ତି । ହଜାରେ କି ୨ହଜାର ବର୍ଗଫୁଟ୍ ନୁହେଁ । କୋଳଥିଆ ମୌଜାର ଜୟଦେବ ବାଟିକା ସାମ୍ନା ଖଣ୍ଡଗିରି ବାରି ବସ୍ତିରେ ଅଧ ଏକର ସରକାରୀ ଜମିକୁ ମାଡି ବସିଛନ୍ତି । ଗୋଟିଏ ଛୋଟିଆ କୁଟୀରରୁ ଆଶ୍ରମର କାୟା ଧୀରେ ଧୀରେ ଖେଦି ଚାଲିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ହେଲେ ସେଠି ସ୍ଥାନୀୟ ଲୋକଙ୍କୁ ପ୍ରବେଶ ମନା । ଯାହା ଏବେ ପ୍ରସଙ୍ଗକୁ ଆହଚରି ବିବାଦ ଘେରକୁ ଟାଣି ଆଣିଛି ।
ଆଶ୍ରମ ଭିତରେ ଥିବା ଦାମୀ କାର ଓ କେଟିଏମ୍ ବାଇକ୍ ବି ଗଣମାଧ୍ୟମ ସାମ୍ନାକୁ ଆସିଥିଲା । କୁହାଯାଉଛି ଏହି କେଟିଏମ୍ ବାଇକ୍ କଳକୀ ଅବତାର ବୋଲି ଭକ୍ତ ଦର୍ଶାଉଥିବା ନାବାଳକ ଚଳାଉଛି । ନାବାଳକ ପାଦରେ ତୁଳସୀ ରଖି ହିନ୍ଦୁ ଧର୍ମକୁ କୁଠାରଘାତ କରାଯିବା ସହ ଲୋକଙ୍କୁ ବିଭ୍ରାନ୍ତି କରାଯାଉଥିବା ଓ ସରକାରୀ ଜମି ମାଡ଼ିବସି ଆଶ୍ରମ ନିର୍ମାଣ କରାଯାଇଥିବା ଅଭିଯୋଗରେ ଗତ ଶୁକ୍ରବାର ରାତିରେ ଭରତପୁର ଥାନାରେ ଏତଲା ଦେଇଥିଲା ସମାଜସେବୀ ମହାସଂଘ । ଏହାପରଠୁ କାଲି ଦିନତମାମ ଓ ଆଜି ମଧ୍ୟ ଆଶ୍ରମ ପରିସରରେ ଲାଗି ରହିଛି ଉତ୍ତେଜନା ।