ପୁଣି ମାଡି ଆସିବ ବିପଦ... ନଭେମ୍ବରରେ ରହିଛି ବାତ୍ୟା ହେବାର ବହୁତ ବଡ଼ ସମ୍ଭାବନା, ଜାଣନ୍ତୁ ପୁରା ଖବର
ବାତ୍ୟା 'ଦାନା' ଯିବାର ମାସେ ନ ପୁରୁଣୁ ଆସୁଛି ଆଉ ଏକ ବାତ୍ୟା। ଆସନ୍ତା ୫ ତାରିଖ ବେଳକ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଧିରେ ଧିରେ ଏହା ଅଧିକ ଘନୀଭୂତ ବୋଇ ୭ ତାରିଖ ବେଳକୁ ଅବପାତରେ ପରିଣତ ହେବେ। ଅବପାତଟି ବାତ୍ୟାରେ ପରିଣତ ହେବାର ସମ୍ଭାବନା କମ୍ ଥିବା ବେଳେ ପଶ୍ଚିମ ଦିଗକୁ ଗତି କରି ତାମିଲନାଡୁ ଉପକୂଳରେ ପହଞ୍ଚିବ।
ପ୍ରଭାବରେ ୭ରୁ ୧୧ ତାରିଖ ମଧ୍ୟରେ ତାମିଲନାଡୁ, ରାୟଲସୀମା ଓ କେରଳ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଓଡି଼ଶା ଉପରେ ଏହାର ପ୍ରଭାବ ପଡିବ ନାହିଁ। ଆସନ୍ତା ୭ ଦିନ ଯାଏଁ ରାଜ୍ୟର ପାଗ ମୁଖ୍ୟତ ଶୁଖିଲା ରହିବ ବୋଲି ଆଇଏମଡି ପକ୍ଷରୁ ସୂଚନା ମିଳିଛି।
ଉତ୍ତର- ପୂର୍ବ ଉତ୍ତର ଦିଗରୁ ଆସୁଥିବା ପବନ , ଉପକୂଳ ଶୁସ୍କ ବାୟୁ ସାଙ୍ଗରେ ମିଶିବା ପରେ କିଛି ଅଞ୍ଚଳରେ ଘଡ଼ଘଡି଼ ବିଜୁଳି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉପକୂଳ ଓ ଦକ୍ଷିଣ ଓଡି଼ଶାରେ ବିଜୁଳି ଘଡଘଡି ସହ ହାଲୁକା ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ଭୁବନେଶ୍ବର ସମେତ ଦକ୍ଷିଣ ଓଡି଼ଶାର ଉପକୂଳରେ ନଭେମ୍ବର ୨ରୁ ୬ ମଧ୍ୟରେ ରାତି ତାପମାତ୍ରା ପ୍ରାୟ ୨ ଡିଗ୍ରୀ କମିବାକୁ ଥିବା ବେଳେ ଦକ୍ଷିଣ ଆଭ୍ୟନ୍ତରିଣ ରେ ୨.୫ ଡିଗ୍ରୀ କମିବ। ୬ ତାରିଖ ପରେ ୨ ରୁ ୩ ଦିନ ପର୍ଯ୍ୟନ୍ତ ପାଗ ମେଘୁଆ ରହିବା ସହ ସର୍ବନିମ୍ନ ତାପମାତ୍ରା ବଢିବ।
ପୂର୍ବ ଦକ୍ଷିଣ ବଙ୍ଗୋପସାଗରରେ ସଂଲଗ୍ନ ଥାଇଲାଣ୍ତରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୫ ତାରିଖରେ ପୂର୍ବ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପରିଣତ ହେବ। ଏହାର ତିନି ଦିନ ପରେ ଏହା ଅବପାତରେ ପରିଣତ ହେବ। ମଡେଲରୁ ଜଣାପଡୁଛି ଯେ, ଏହା ପ୍ରାୟତଃ ପଶ୍ଚିମ କିମ୍ବା ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଆନ୍ଧ୍ରପ୍ରଦେଶ କିମ୍ବା ତାମିଲନାଡୁ ମୁହାଁଇବ। ଯଦି ଅବପାତରେ ପରିଣତ ହୁଏ ।ତେବେ ଉପକୂଳ ଓଡି଼ଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।