ଧର୍ମେନ୍ଦ୍ରଙ୍କ ସହି ଶତ୍ରୁତା ପଡ଼ିଲା ଭାରି, ଜୟନାରାୟଣ ଆଉ ପାଇବେନି ଦଳୀୟ ଟିକେଟ, ଜାଣନ୍ତୁ ପୁରା ଖବର

 

ଦଳୀୟ ନେତାଙ୍କ ମଧ୍ୟରେ ଦେଖା ଦେଉଛି ଷଡ଼ଯନ୍ତ୍ର। ଦଲିୟ ସଦସ୍ୟ ହୋଇ ଦଳ ର ଉନ୍ନତି ପାଇଁ କାମ କରିବା ପରିବର୍ତ୍ତେ, ଗୋଡ ଟଣା ଟଣି ହେଉଛନ୍ତି ନେତାଏ। ଏଥି ମଧ୍ୟରେ ସାମ୍ନାକୁ ଆସିଛି ଜୟନାରାୟଣ ମିଶ୍ର ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଡ଼ୁଆ ରାଜନୀତି।

ଆଗରୁ ଦଳରେ ବହୁ ଏକ୍ଟିଭ ଥିବା ଜୟନାରାୟଣ ଏବେ କିନ୍ତୁ ପୁରା ଚୁପ୍। ହଁ ଆଜ୍ଞା ଚୁପ୍ ରହିବେନି ବା କେମିତି ଯେତବେଳେ ନିଜ ଅସ୍ଥିତ୍ଵ କୁ ନେଇ ଭୟ ରହିଛି ସେତବେଲେ ଆଉ କିଛି କଥାରେ ମୁଣ୍ଡ ନପୁରେଇବାଟା ହିଁ ଭଲ।

ଶୁଣିବାକୁ ମିଳୁଛି ଏଥର ଜୟନାରାୟଣ ଙ୍କୁ ମିଳିବ ନାହିଁ ଟିକେଟ୍। ଆଗକୁ ଆଉ ନିର୍ବାଚନ ଲଢ଼ିବେ ନାହିଁ ଜୟନାରାୟଣ। ଏହା ପଛରେ କୁଆଡେ ହାତ ରହିଛି ପ୍ରଧାନ ବାବୁଙ୍କର। ପ୍ରଧାନ ବାବୁ ଅର୍ଥାତ୍ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ରେ ଥାଇ ଏହା ସୁନିଶ୍ଚିତ କରିବେ ଯେ, ଯେପରି ଜୟନାରାୟଣ ଏଥର ପାର୍ଟି ତରଫରୁ ଟିକେଟ ନପାନ୍ତି ବୋଲି।

ପୂର୍ବରୁ ଶୁଣିବାକୁ ମିଳିଥିଲା ଯେ ଧର୍ମେନ୍ଦ୍ର ସମ୍ବଲପୁର ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ। ଏହା ଏକ ପ୍ରକାରର ସ୍ଥିର ମଧ୍ୟ ହୋଇଥିଲା। ହେଲେ ଜୟନାରାୟଣ ଏହି ନିଷ୍ପତ୍ତିରେ ଅମଙ୍ଗ ଥିଲେ। କାରଣ ଯଦି ପଶ୍ଚିମ ଓଡ଼ିଶାରେ ଧର୍ମେନ୍ଦ୍ର ଏଣ୍ଟ୍ରି କରନ୍ତି ତେବେ ଜୟନାରାୟଣ ତାଙ୍କର ଓଜନ ହରାଇ ବସିବେ ବୋଲି ଅନୁମାନ କରିଥିଲେ।

<a href=https://youtube.com/embed/v8MXZHMCses?autoplay=1&mute=1><img src=https://img.youtube.com/vi/v8MXZHMCses/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ତେଣୁ କରି ମିଶ୍ରେ, ନିଜର ବୁଦ୍ଧି ପ୍ରୟୋଗ କରି ଧର୍ମେନ୍ଦ୍ରଙ୍କ ସମ୍ବଲପୁର ରୁ ନିର୍ବାଚନ ଲଢିବାରୁ ରୋକିବାକୁ ଚେଷ୍ଟା କରିଥିଲେ। ହେଲେ ଦିଲ୍ଲୀ ବାବୁ ବା କେଉ କଥା ଅଛପା ରହିବା। ଏହି କଥା ଧର୍ମେନ୍ଦ୍ରଙ୍କ ଟିମ୍ ଜାଣିବାପରେ ଏବେ ଧର୍ମେନ୍ଦ୍ର ପୁରା ପଡ଼ି ଯାଇଛନ୍ତି ଜୟନାରାୟଣ ଙ୍କ ପଛରେ।