ଆସିଲା ଦୁଃଖଦ ଖବର, ଭୟଙ୍କର ଦୁର୍ଘଟଣାରେ ଚାଲିଗଲା ସିରିଏଲ୍ ଅଭିନେତ୍ରୀଙ୍କ ଜୀବନ, ଜାଣନ୍ତୁ ପୁରା ଘଟଣା

 

କୁଆଖାଇ ନଦୀ ବ୍ରିଜ୍ ଉପରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ମହିଳା କଳାକାରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଓଡ଼ିଆ ଧାରାବାହିକ ସୁଟିଂ ସାରି ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି। କାର୍ ଓ ଟ୍ରକ୍ ଡ୍ରାଇଭରଙ୍କ ସମେତ ୪ ଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି।

ଏହି ଦୁର୍ଘଟଣାରେ କାରରେ ବସିଥିବା ଜି ସାର୍ଥକ ଟିଭିରେ ପ୍ରସାରିତ ‘ଭାଗ୍ୟରେଖା’ ସିରିଏଲ୍‌ର ଜଣେ ଟେଲି ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ସହଯୋଗୀ ଗୁରୁତର ଭାବେ ଆହତ ହୋଇଛନ୍ତି।

ସିମେଣ୍ଟ ବୋଝେଇ ଟ୍ରକ କାରକୁ ଧକ୍କା ଦେବା ପରେ ବ୍ରିଜରୁ ନଦୀ ଭିତରକୁ ଖସିପଡ଼ିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚିି ଗୁରୁତର ମାନଙ୍କୁ ମେଡିକାଲକୁ ପଠାଇବା ସହ ଘଟଣାକୁ ନେଇ ଅଧିକ ତଦନ୍ତ କରୁଛି।

ତେବେ ଅଭିନେତ୍ରୀ ଜଣକ କିଏ ସେନେଇ ତଥ୍ୟ ମିଳିପାରି ନାହିଁ। ବାଲିକୁଦାରୁ ସୁଟିଂ ସାରି ଫେରୁଥିବା ସମୟରେ ଦୁର୍ଘଟଣା ହୋଇଛି। ଦୁର୍ଘଟଣା ପରେ ବାରଙ୍ଗ ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରି କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରିଥିଲେ।