ଦେଖନ୍ତୁ ଭିଡିଓ: ପୂର୍ଣ୍ଣିମାରେ ଅଲୌକିକ ଘଟଣା, ଅଙ୍କାଯାଇଥିବା ମୁରୁଜ ମଝିରୁ ଘୁଞ୍ଚିଗଲେ ମହାପ୍ରଭୁ, ଇଏ କି ସଙ୍କେତ?

 

କାର୍ତ୍ତିକ ପୂର୍ଣ୍ଣିମାରେ ଦେଖିବାକୁ ମିଳିଛି ଏକ ଅଲୌକିକ ଘଟଣା। ଛାତ ଉପରେ ଚଉରା ମୂଳେ ପଡିଥିଲା ମୁରୁଜ । ମୁରୁଜରେ ଅଙ୍କା ଯାଇଥିଲା ଶ୍ରୀଜଗନ୍ନାଥଙ୍କ ଚିତ୍ର। ହେଲେ କିଛି ଘଣ୍ଟା ପରେ ସ୍ଥାନ ବଦଳି ଯାଇଥିଲା। ଅର୍ଥାତ ମୁରୁଜରେ ପଡିଥିବା ପ୍ରଭୁ ଜଗନ୍ନାଥଙ୍କ ଚିତ୍ର ଅନ୍ୟ ସ୍ଥାନକୁ ଘୁଂଚି ଯାଇଥିଲେ। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ଘଟଣା।

ଏଭଳି କିଛି ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଛି କଟକ ରାଣୀହାଟ ତେଲି ସାହି ଅଞ୍ଚଳର ସୁଚିତ୍ରା ପୃଷ୍ଟିଙ୍କ ପରିବାରରେ। ପବିତ୍ର କାର୍ତ୍ତିକ ମାସ ପାଇଁ ସୁଚିତ୍ରାଙ୍କ ପରିବାର ଲୋକେ ମୁରୁଜ ପକାଇଥିଲେ।

ହେଲେ ପ୍ରଭୁ ଜଗନ୍ନାଥଙ୍କ ଚିତ୍ର ମୁରୁଜ ର ଗୋଟିଏ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ପରିବର୍ତ୍ତନ ଦେଖି ସ୍ଥାନୀୟ ଅଞ୍ଚଳରେ ଏବେ ଚର୍ଚ୍ଚା ଜୋର ଧରିଛି।

<a href=https://youtube.com/embed/vY_5M6SlrB4?autoplay=1&mute=1><img src=https://img.youtube.com/vi/vY_5M6SlrB4/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ପ୍ରଥମେ ଫୁଲ ମଝି ଗୋଲ ଭିତରେ ମୁରୁଜରେ ଅଙ୍କା ଯାଇଥିବା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚିତ୍ର କିପରି ଗୋଟେ କଡ଼କୁ ଘୁଂଚି ଆସିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଏହା ବୋଧେ ଶ୍ରୀଜଗନ୍ନାଥଙ୍କର ଲୀଳା ବୋଲି ଆଲୋଚନା ଚାଲିଛି।