ଗୋଟେ ପରେ ଗୋଟେ ଝିଅକୁ ବାହା ହେଇ ଶାରୀରିକ ସମ୍ପର୍କ ରଖି ତାଙ୍କ ସହ ଏପରି କରୁଛନ୍ତି ରସିକିଆ ପୋଲିସ୍, ଜାଣନ୍ତୁ ପୁରା ଘଟଣା

 

ପୋଲିସ୍ ହୋଇ ମହିଳା ମାନଙ୍କୁ ଦେଉଛନ୍ତି ଧୋକା ! ତେବେ ମହିଳା ମାନେ ବିଶ୍ୱାସ କରିବେ କାହା ଉପରେ । ପୁଣି ପୋଲିସ୍ କୁ ନେଇ ଉଠିଲା ପ୍ରଶ୍ନ । ସାଧାରଣରେ ଲୋକେ ପୋଲିସ୍ ର ଦୁର୍ନୀତିକ ନେଇ ସେତେଟା ପୋଲିସ୍ ଉପରେ ବିଶ୍ୱାସ କରନ୍ତି ନାହିଁ । 

​​​​​​ଆମର WhatsApp ଚ୍ୟାନେଲକୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp chanel and get all the Latest news 

WhatsApp Channel (Join Now) Join Now
ତେବେ ମଝିରେ ମଝିରେ ପୋଲିସ୍ ର ଏଭଳି କାରନାମା ପୋଲିସ୍ ଉପରୁ ଲୋକଙ୍କ ବିଶ୍ୱାସ ହଟାଇ ଦିଏ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାରେ । ଯେଉଁଠାରେ ଜଣେ ପୋଲିସ୍ ଗୋଟିଏ ପରେ ଗୋଟିଏ ମହିଳାଙ୍କୁ ଭଲପାଉଛନ୍ତି ଓ ତାଙ୍କ ସହ ସମ୍ପର୍କ ରଖିବା ପରେ ତାଙ୍କୁ ବିବାହ ମଧ୍ୟ କରୁଛନ୍ତି । 

ତେବେ ଅନ୍ୟ ମହିଳା ମାନେ ମଧ୍ୟ ତାଙ୍କୁ ପୋଲିସ୍ ଭାବେ ଅତି ସରଳରେ ବିଶ୍ୱାସ କରି ନେଉଛନ୍ତି। ହେଲେ ମହିଳା ମାନଙ୍କ ସେହି ବିଶ୍ୱାସ ସହିତ ଖେଳୁଛନ୍ତି ଏହି ପୋଲିସ୍ ଜଣଙ୍କ । ଆଜ୍ଞା ହଁ ,ଏପରି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଅଞ୍ଚଳର ରାମଚନ୍ଦ୍ରପୁରରେ। ଯେଉଁଠାରେ ସୁଧୀର ପାତ୍ର ନାମକ ଜଣେ ପୋଲିସ୍ ଯୁବତୀ ମାନଙ୍କ ସହିତ ଏପରି ଠକେଇ କରିଛନ୍ତି। ସୁଧୀର ଓଡ଼ିଶା ପୋଲିସରେ କାର୍ଯ୍ୟ ରତ । ଗତ ଫେବୃୟାରୀ ୧୪ ତାରିଖ ଭ୍ୟାଲେଣ୍ଟାଇନ୍ସ ଡେ ଦିନ ସୁଧୀର ରାମଚନ୍ଦ୍ରପୂର୍ ର ସମଲେଇ ମନ୍ଦିରରେ ମିଲି ନାମକ ଏକ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ। ପରେ ଡ୍ୟୁଟି କରିବା ନାଁରେ ସେଠାରେ ମିଲିଙ୍କୁ ଛାଡ଼ି ଆସି ଏପ୍ରିଲ ୩ ତାରିଖରେ ଅନ୍ୟ ଏକ ଯୁବତିଙ୍କୁ ବିବାହ କରିଛନ୍ତି ସୁଧୀର। ଏ କଥା ସୁଧୀରଙ୍କ ପ୍ରଥମ ସ୍ତ୍ରୀ ଜାଣିବା ପରେ ଥାନାରେ ସେ ଏ ନେଇ ଅଭିଯୋଗ କରିଛନ୍ତି।

ସମ୍ବଲପୁରର ମିଲି ନାମକ ଯୁବତୀଙ୍କୁ ସୁଧୀର ପାତ୍ର ନାମକ ଜଣେ ଯୁବକ ବିବାହ କରିଥିଲେ। ସୁଧୀର ଓଡ଼ିଶା ପୋଲିସରେ କାର୍ଯ୍ୟ ରତ । ସେ ମିଲିଙ୍କୁ ବିବାହ କରିବା ପରେ ଘରକୁ ଯାଉଛି କହି ଆସିଥିଲେ। ଆସିବା ପରେ ମିଲିଙ୍କ ସହିତ ପ୍ରତି ଦିନ ଫୋନ୍ ରେ କଥା ବାର୍ତ୍ତା ମଧ୍ୟ ହେଉଥିଲେ। ମାତ୍ର ମିଲି ତାଙ୍କୁ ଘରକୁ ଆସିବା ପାଇଁ କହିଲେ ସେ କୌଣସି ନା କୌଣସି ବାହାନା କରି ମନା କରି ଦେଉଥିଲେ। 

ଏ ନେଇ ମିଲିଙ୍କର ସନ୍ଦେହ ହେବାରୁ ମିଲି ଦିନେ ସୁଧୀର ରହିଥିବା ସ୍ଥାନକୁ ଆସିଥିଲେ। ସେଠାରେ ମିଲି ଜାଣିବାକୁ ପାଇଥିଲେ ଯେ ସୁଧୀର ସୁନେଲି ନାମକ ଅନ୍ୟ ଏକ ଯୁବତୀଙ୍କୁ ମଧ୍ୟ ପ୍ର ବିବାହ କରିଛନ୍ତି।ଏ ନେଇ ମିଲି ଥାନାରେ ଅଭିଯୋଗ କରିଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ମିଲି ଥାନାରେ ଅଭିଯୋଗ କରିଥିବାର ଜାଣି ସୁଧୀର ତାଙ୍କୁ ଫୋନ୍ କରି ଧମକାଇ ଥିଲେ। ସେ କହିଥିଲେ ମୁଁ ଜଣେ ପୋଲିସ୍। ପୋଲିସ୍ ମୋର କିଛି କରି ପାରିବନି।