ଭାଉଜ ପ୍ରେମରେ ଉବୁଟୁବୁ ହେଉଥିଲା ସ୍ୱାମୀ ଦେଖିଦେଲା ସ୍ତ୍ରୀ, ଶାବଳ ପକାଇ ସ୍ତ୍ରୀ ସହ ଏମିତି କରଛି ସ୍ୱାମୀ, ପୁରା ଘଟଣା ଜାଣନ୍ତୁ

 

ନବ ବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ । ପରକୀୟା ପ୍ରୀତିରୁ ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ । ଝିଅକୁ ଶାଶୁଘର ଲୋକ ହତ୍ୟା କରିଥିବା କଟକ ତିଗିରିଆ ଥାନାରେ ଅଭିଯୋଗ କରିଛନ୍ତି ମୃତକଙ୍କ ବାପା ଶୁଶାନ୍ତ ରାଉତ। କଟକ ଜିଲ୍ଲା ତିଗିରିଆ ଥାନା ବନମାଳୀପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । 

ସୂଚନାଯୋଗ୍ୟ ଯେ, ଗତ ବର୍ଷେ ତଳେ ତିଗିରିଆ ଥାନା ବନମାଳୀପୁର ଗାଁର ସନ୍ତୋଷ ଜେନାକୁ ବିବାହ କରିଥିଲେ ବାଙ୍କୀ ଥାନା ଅନ୍ତର୍ଗତ ପାଳପୁଟ ଗାଁର ଶୁଶାନ୍ତ ରାଉତଙ୍କ ଝିଅ ।

ଝିଅର ହଠାତ ଦେହ ଖରାପ ହୋଇଥିବା ନେଇ ଜ୍ବାଇଁ ଘରୁ ଫୋନ୍ ଆସିଥିଲା । ଫୋନ୍ କଲ୍ ପାଇ ଜ୍ବାଇଁ ଘରକୁ ଯାଇ ଦେଖିଲେ ଝିଅର ମୃତଦେହ ପଡିଛି । ଝିଅ ବେକରେ ଦାଗ ଦେଖି ଝିଅକୁ ଶାଶୁଘର ଲୋକ ମାରିଦେଇଥିବା ନେଇ ତିଗିରିଆ ଥାନାରେ ପରିବାର ପକ୍ଷରୁ ଲିକ୍ଷିତ ଅଭିଯୋଗ କରାଯାଇଛି । 

ବିବାହ ପରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ସ୍ବାମୀଙ୍କର ତାଙ୍କ ଭାଉଜ ସହ ପରକୀୟା ପ୍ରୀତି ସଂପର୍କ ଅଛି । ସେ ଅନେକ ଥର ଏହାକୁ ବିରୋଧ କରିବାରୁ ତାଙ୍କୁ ବିଭିନ୍ନ ସମୟରେ ନିର୍ଯାତନା ଦେବା ସହିତ ଜୀବନରୁ ମାରିଦେଇଥିବା ତିଗିରିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତକଙ୍କ ବାପା । ଅଭିଯୋଗ ପରେ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ତିଗିରିଆ ପୋଲିସ।