ବଡ଼ଦାଣ୍ଡରେ ମରାମରି ହେଲେ ପ୍ରେମୀଯୁଗଳ, ବିଧା ଗୋଇଠା ଠୁ ଆରମ୍ଭ କରି ଚାଲିଲା ହାଇଡ୍ରାମା, ଜାଣନ୍ତୁ ପୁରା ଘଟଣା

 

ବଡ ଦାଣ୍ଡରେ ପ୍ରେମିକ ଓ ପ୍ରେମିକାର ହାଇଡ୍ରାମା ! କଥା କଟା କଟିରୁ ଆରମ୍ଭ ହୋଇ ଯାଇଥିଲା ମରା ମରି । ଦୁହେଁ ଦୁହିଁଙ୍କ ଉପରେ ଅନ୍ୟକୁ ପ୍ରେମ କରୁ ଥିବାର ଆରୋପ ଲଗାଇ ଆରମ୍ଭ କରି ଦେଇଥିଲେ ଯୁକ୍ତି ତର୍କ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ରାତ୍ରି ପ୍ରାୟ ୮.୩୦ ମିନିଟ ସମୟରେ ବଡ଼ଦାଣ୍ଡ ଡାକ୍ତରଖାନା ଛକରେ ଦେଖିବାକୁ ମିଳିଥିଲା ଏଭଳି ଏକ କଳହ ଦୃଶ୍ୟ । ପ୍ରେମକୁ ନେଇ ସେଠାରେ ହୋଇଥିଲା ମହାଭାରତ । ଯୁକ୍ତି ତର୍କରୁ ଆରମ୍ଭ ହୋଇ ଯାଇଥିଲା ମରା ମରି ।

ନାଇଟ୍ ପେଟ୍ରୋଲିଂ ସମୟରେ ପୋଲିସ ସେଠାରେ ପହଞ୍ଚି ଘଟଣାକୁ ସମ୍ଭାଳିବା ସହିତ ଦୁହିଁଙ୍କ ମଧ୍ୟରେ ଝଗଡାର ସମର୍ଥନ କରିଥିଲା । ଏହା ପରେ ଦୁହେଁ ସେଠାରୁ ଚାଲି ଯାଇଥିଲେ ।

ବଡ଼ଦାଣ୍ଡରେ ଏଭଳି ଦୃଶ୍ୟକୁ ଦେଖୁଥିବା  ଲୋକେ କେହି ମଧ୍ୟ ଘଟଣାରେ  ହସ୍ତକ୍ଷେପ କରି ନଥିଲେ । ଏହାପରେ  ଉଭୟ ଜେଲ୍‌ରୋଡ୍‌ ଆଡ଼କୁ ଚାଲି ଚାଲି  ଯାଇଥିଲେ । ଏତିକିବେଳେ ସେଠାରେ  ପହଞ୍ଚିଥିଲେ କୁମ୍ଭାରପଡ଼ା ଥାନା ଏସ୍‌ଆଇ  ରଶ୍ମିରଞ୍ଜନ ପୃଷ୍ଟି । ରାସ୍ତାରେ ଉଭୟଙ୍କୁ  ବୁଝାଶୁଝା କରି ବିଦା କରିଥିଲେ।