ଯୌତୁକରେ ମାଗିଥିଲା ନଗଦ ଟଙ୍କା, ୧୫୦ ବରଯାତ୍ରୀ କହି ଏକା ନକଲି ସୁନା ଆଣି ବାହା ହେବା ପାଇଁ ପହଞ୍ଚିଲା ବର, ଜାଣନ୍ତୁ ପୁରା ଘଟଣା

 
ନକଲି ସୁନାର ଗହଣା ନେଇ ବାହା ହେବାକୁ ଆସି ଧରା ପଡ଼ିଲା ବର । କେବଳ ସେତିକି ନୁହେଁ ଆଜ୍ଞା ଯୁବକ ଜଣକ ପୂର୍ବରୁ ବିବାହିତ ମଧ୍ୟ । ଖାଲି ଭାଗ୍ୟ ଭଲକୁ ବିବାହ ହେବା ପୂର୍ବରୁ ଜଣା ପଡ଼ିଗଲା ସବୁ ସତ । 

ଏପରି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଚାଉଳସୁଖା ଗାଆଁରେ । ପୂର୍ବରୁ ଝିଅକୁ ବାହା ହେବା ପାଇଁ ଶଶୁର ଘରକୁ ବାରମ୍ବାର ଆସୁଥିଲା । ନିଜେ ଏକ ସ୍କୁଲରେ ହେଡ ମାଷ୍ଟର ଅଛି ବୋଲି ମଧ୍ୟ କହିଥିଲା । କେବଳ ସେତିକି ନୁହେଁ ଏପରି ଅନେକ ମିଛ କଥାର ଜାଲରେ ଫସାଇଥିଲା କନ୍ୟା ପକ୍ଷକୁ । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

କନ୍ୟାର ବାପା ନ ଥିବାରୁ ମାଆ ବାହାଘରକୁ ନେଇ ସବୁ ବୁଝା ସୁଝା କରୁଥିଲେ । ଶାଶୁ ମା ବରକୁ ଘର ଦେଖାଇବା କଥା କହିବାରୁ ଏକ ନକଲି ଘରକୁ ମଧ୍ୟ ନେଇ ଯାଇଥିଲା । ଏପରି ଅନେକ ମିଛର ଆଶ୍ରୟ ନେଇଥିଲା ଝିଅକୁ ବାହା ହେବ ବୋଲି । ଏପରିକି ମିଛ କଥାରେ ସମସ୍ତଙ୍କ ବିଶ୍ୱାସ ବି ଜିତିଥିଲା । ବାହାଘର ପାଇଁ ତାରିଖ ମଧ୍ୟ ଠିକ୍ କରାଗଲା । 

ହେଲେ ବାହାଘର ଦିନ ସାମ୍ନାକୁ ଆସିଥିଲା ସବୁ ସତ କଥା । ବାହାଘର ଦିନ ମାତ୍ର କିଛି ଜଣ ବରଯାତ୍ରୀଙ୍କ ସହିତ ନକଲି ସୁନା ହାର , କାନ ଫୁଲ , ବାହୁଟି ଆଦି ସହିତ ମିଠା ଧରି ଆସିଥିଲା । ବର ସହିତ ବରର ପରିବାର ଲୋକ କେହି ନ ଆସିଥିବା ଦେଖି ପ୍ରଥମତଃ ଗାଆଁ ଲୋକ ମାନଙ୍କୁ ସନ୍ଦେହ ହୋଇଥିଲା ଓ ପରେ ଗ୍ରାମ ବାସୀ ମାନଙ୍କ ମଧ୍ୟରୁ କେହି ଜଣେ ସେ ସୁନାକୁ ନକଲି ବୋଲି ଜାଣି ଦେଇଥିଲେ । ପରେ ଏ ନେଇ ପୋଲିସ କୁ ଖବର ଦେଇଥିଲେ ଗ୍ରାମବାସୀ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବରକୁ ଗିରଫ କରିଥିଲେ ।