ସରକାରୀ ଚାକିରିଆଙ୍କ ପାଇଁ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ସରକାର, ଉପକୃତ ହେବେ ସମସ୍ତେ, ଜାଣନ୍ତୁ ପୁରା ଖବର

 

ସରକାରୀ ଚାକିରିଆଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରର ଥଇଥାନ ନିୟମକୁ ନେଇ ବଡ଼ ନିଷ୍ପତ୍ତି ନେଇ ପାରନ୍ତି ରାଜ୍ୟ ସରକାର। ଥଇଥାନମୂଳକ ଚାକିରି ନ ହେଲେ, ମିଳିପାରେ ଏକକାଳୀନ ମୋଟା ଅଙ୍କର ଆର୍ଥିକ ସହାୟତା। ଏନେଇ ସଙ୍କେତ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। କିଛି ଦିନ ତଳେ କ୍ୟାବିନେଟରେ ଏ ନେଇ ବିତର୍କ ହୋଇଥିଲା । ଏଥିରେ ମୁଖ୍ୟ ଶାସନ ସଚିବଙ୍କ ସହ ଅନ୍ୟମାନେ ଏହି ପ୍ରସ୍ତାବ ଉପସ୍ଥାପନ କରିଥିଲେ ।

ସବୁଠାରୁ ବଡ଼ କଥା ହେଲା ଯେଉଁମାନଙ୍କର ୨୦୨୦ ପୂର୍ବରୁ ମୃତ୍ୟୁ ହୋଇଛି ତାଙ୍କୁ ୧୯୯୦ ନିୟମ ଅନୁସାରେ ନେବା କଥା, ହେଲେ ୨୦୧୨, ୨୦୧୩, ୨୦୧୪,୨୦୧୫ ରେ ଯେଉଁମାନଙ୍କର ମୃତ୍ୟୁ ହେଲା ତାକୁ ୨୦୨୦ ନିୟମ ଅନୁସାରେ ପକାଇଲେ । ଫଳରେ କେହି ଚାକିରୀ ପାଇଲେ ନାହିଁ । ଯେଉଁମାନେ ଚାକିରୀ ପାଇଁ ଆବେଦନ କଲେ, ତାଙ୍କ ବିରୋଧରେ କେସ କରାଗଲା । ହେଲେ ଏଥିପାଇଁ ପାଇଁ ଆଇନ ବିଭଗର ଅନୁମତି ଆବଶ୍ୟକ ବୋଲି କହିଛନ୍ତି ପୃଥ୍ବୀରାଜ ।

ସରକାରୀ ଚାକିରିଆଙ୍କ ମୃତ୍ୟୁ ହେଲେ, ସେମାନଙ୍କ ପରିବାରର ସଦସ୍ୟଙ୍କୁ ଚାକିରି ବଦଳରେ ୩୦ରୁ ୪୦ ଲକ୍ଷ ଟଙ୍କା ଦେଇ ଥଇଥାନ ବ୍ୟବସ୍ଥା କରିବାକୁ ଆଇନ ମନ୍ତ୍ରୀ କହିଛନ୍ତି । ତେବେ ୧୯୯୦ ଥଇଥାନ ନିୟମ ଅନୁଯାୟୀ ପରିବାରର ଚାକିରିଆ ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରର ଜଣେ ଚାକିରି କରୁଥିଲେ। କିନ୍ତୁ ୨୦୨୦ରେ ଏଥିରେ ପରିବର୍ତ୍ତନ କରାଗଲା। ଏହି ପଲିସି କାହାରିକୁ ଚାକିରି ନ ଦେବା ସଙ୍ଗେ ସମାନ। ଏଥିରେ କାହାରିକୁ ଚାକିରି ନ ମିଳୁ ସେପରି ସ୍ଥିତି ତିଆରି ହେଲା। ସେଥିରେ ଯେଉଁ ପଏଣ୍ଟ ରହିଲା, ଆଉ କେହି ଚାକିରି ପାଇଲେ ନାହିଁ।

ଯେଉଁମାନଙ୍କର ୨୦୨୦ ପୂର୍ବରୁ ମୃତ୍ୟୁ ହୋଇଛି ତାଙ୍କୁ ୧୯୯୦ ନିୟମ ଅନୁସାରେ ନେବା କଥା, ହେଲେ ୨୦୧୨, ୨୦୧୩, ୨୦୧୪,୨୦୧୫ ରେ ଯେଉଁମାନଙ୍କର ମୃତ୍ୟୁ ହେଲା ତାକୁ ୨୦୨୦ ନିୟମ ଅନୁସାରେ ନେଲେ। ଯାହା ଦ୍ୱାରା କେହି ଚାକିରି ପାଇଲେ ନାହିଁ॥ ଏପରିକି ଯେଉଁମାନେ ଚାକିରି ପାଇଁ ଆବେଦନ କରିଥିଲେ, ତାଙ୍କ ବିରୋଧରେ ମାମଲା ରୁଜୁ କରାଗଲା । ହେଲେ ଏଥିପାଇଁ ପାଇଁ ଆଇନ ବିଭଗର ଅନୁମତି ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି।