ଦେଖନ୍ତୁ ଭିଡିଓ: ସ୍ତ୍ରୀ ନିଜେ ନାଚିବା ପାଇଁ ସ୍ୱାମୀକୁ ଅନ୍ଧ କରିଦେଲା, ସ୍ୱାମୀକୁ ଭିକାରୀ କରିଦେଇ ଛାଡିଦେଇ ସ୍ତ୍ରୀ ହୋଇଗଲା ନାଚବାଲି

 

ଅଗ୍ନିକୁ ସାକ୍ଷୀ ରଖି ଦୁହେଁ ଦୁହିଁଙ୍କୁ ବିବାହ କରିଥିଲେ । ସାତ ଜନ୍ମର ସାଥୀ ହୋଇ ରହିବା ପାଇଁ କଥା ମଧ୍ଯ ଦେଇଥିଲେ । ହେଲେ ସ୍ଵାମୀ କଣ ସ୍ତ୍ରୀକୁ ନାଚିବା ପାଇଁ ବାରଣ କରିଦେଲେ ଯେ , ସ୍ୱାମୀକୁ ମାରିବାକୁ ପଛାଇଲାନି ସ୍ତ୍ରୀ ।

 Follow our WhatsApp channel and get all the Latest news 

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର 

WhatsApp Channel (Join Now) Join Now
ସ୍ତ୍ରୀର ମାଡ଼ ଖାଇ ଏବେ ଅନ୍ଧ ହୋଇ ବୁଲୁଛନ୍ତି ସ୍ବାମୀ ! ପାଖରେ ଅଛି ଛୋଟା ପୁଅ ଟିଏ । କଣ କରିବେ , କିପରି ଚଳିବେ ଆଉ କିପରି ରୋଜଗାର କରି ପେଟ ପୋଷିବେ ସେହି କଥା ଭାବି ଭାବି ଏବେ ଆଖିରୁ ଲୁହ ଗଡାଉଛନ୍ତି ।

ଦିନ ଥିଲା ନିଜେ ରୋଜଗାର କରି ପରିବାର ପେଟ ପୋଷୁଥିଲେ । ହେଲେ ଏବେ ବାର ଦୁଆର ସୁଣ୍ଡି ପିଣ୍ଡା ହୋଇ ଭିକ ମାଗୁଛନ୍ତି ସେ । ନିଜ କଥା ହୋଇଥିଲେ ପୁଣି ବି ଚଳି ଯାଇଥାନ୍ତା ହେଲେ ଛୋଟ ପୁଅଟିକୁ କିପରି ବା ଭୋକ ଉପାସରେ ରଖିବେ ।

<a href=https://youtube.com/embed/amL4cTW6SgY?autoplay=1&mute=1><img src=https://img.youtube.com/vi/amL4cTW6SgY/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ଆଜ୍ଞା ହଁ, ବେଳେ ବେଳେ ଆମ ଚତୁର୍ପାର୍ଶ୍ଵରେ ଘଟୁଥିବା ଘଟଣା ଦେଖିଲେ ଆମକୁ ଆଶ୍ଚର୍ଯ୍ୟ ଲାଗେ । ମାନବିକତା ଉପରୁ ବିଶ୍ୱାସ ଉଠିଯାଏ । ଘଟଣା ଅନୁସାରେ ବିବାହ ପରେ ସ୍ବାମୀ ସ୍ତ୍ରୀ ଦୁହେଁ ବିହାର ଯାଇଥିଲେ । ଯେଉଁଠାରେ ନାଚିବା ଆରମ୍ଭ କରି ଦେଇଥିଲା ସ୍ତ୍ରୀ । ସ୍ବାମୀ ଜଣଙ୍କ ଏଥି ପାଇଁ ବାରଣ କରିବାରୁ ସ୍ୱାମୀର ପଛ ମୁଣ୍ଡକୁ ପିଟି ଦେଇଥିଲା ସ୍ତ୍ରୀ । ପରେ ସେଠାରୁ ଫେରାର ମଧ୍ୟ ହୋଇ ଯାଇଥିଲା ସ୍ତ୍ରୀ । ବର୍ତ୍ତମାନ ସ୍ୱାମୀର ଆଖିକୁ କିଛି ଦେଖାଯାଉ ନାହିଁ ।