ପ୍ରିୟଙ୍କା ହୋଟେଲ କୁ ନଯିବା ବଢ଼ାଇଲା ସନ୍ଦେହ, କେହି ନଥିବା ବେଳେ ରୁମ୍ ରେ ଘଟିଗଲା ବଡ଼ ଘଟଣା, ଜାଣନ୍ତୁ ପୁରା ଘଟଣା

 

ଯାଜପୁର ଜିଲ୍ଲାର ବ୍ୟାସନଗର ପୌର ପରିଷଦ ୨୧ ନମ୍ବର ଔlଡ ଅଧୀନସ୍ଥ ପାଣିକୋଇଲି ଥାନା ଅନ୍ତର୍ଗତ ସନ୍ତରା ଗାଁ ର ଏକ ଭଡାଘରୁ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ପାଣିକୋଇଲି ପୋଲିସ। ମୃତ୍ୟୁ ର କାରଣ ଅସ୍ପଷ୍ଟ ।

ସୂଚନା ଅନୁଯାଇ ଯୁବତୀ ଜଣକ ଯାଜପୁର ରୋଡ଼ର ଏକ ପଞ୍ଚ ତାରକା ହୋଟେଲରେ କାର୍ଯ୍ୟ କରୁଥିଲା। ଅନ୍ୟ ମହିଳା କର୍ମଚାରୀ ମାନଙ୍କ ସହ ମିଶି ଦୀର୍ଘ ଦିନ ହେବ ସନ୍ତରା ଗାଁ ର ଏକ ଭଡାଘରେ ରହିଆସୁଥିଲେ। କୌଣସି କାରଣ ବଶତଃ ଯୁବତୀ ଜଣକ ହୋଟେଲକୁ କାର୍ଯ୍ୟ କରିବା ପାଇଁ ଯାଇନଥିଲେ।

ନୂଆପଡା ଗାଁ'ର ବାସୁଦେବ ସାହୁଙ୍କ ଝିଅ ପ୍ରିୟଙ୍କା ସାହୁ ଯାଜପୁର ରୋଡ୍‌ରେ ଥିବା ଏକ ହୋଟେଲରେ କାମ କରନ୍ତି। ଅନ୍ୟ ମହିଳାଙ୍କ ସହ ସେ ପାଣିକୋଇଲି ଥାନା ସନ୍ତରା ଗାଁ'ରେ ଏକ ଭଡ଼ା ଘରେ ରହୁଥିଲେ। ଆଜି ସକାଳେ ସମସ୍ତେ କାମ କରିବା ପାଇଁ ହୋଟେଲ୍‌କୁ ଯାଇଥିଲେ। ହେଲେ ପ୍ରିୟଙ୍କା ଯାଇନଥିଲେ। 

ଭଡ଼ା ଘରେ ଏକାକୀ ରହିଥିଲେ। ଅପରାହ୍ନରେ ସାଥୀ ମହିଳାମାନେ ହୋଟେଲ୍‌ରୁ ଭଡ଼ା ଘରକୁ ଫେରିଥିଲେ। ସେତେବେଳେ ସେମାନେ ପ୍ରିୟଙ୍କାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। ମହିଳାମାନେ ଏନେଇ ପ୍ରିୟାଙ୍କ ପରିବାର ଲୋକ ଓ ପାଣିକୋଇଲି ଥାନାକୁ ଖବର ଦେଇଥିଲେ। 

<a href=https://youtube.com/embed/zuPI45ly9y0?autoplay=1&mute=1><img src=https://img.youtube.com/vi/zuPI45ly9y0/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏନେଇ ନମ୍ବର ୧୪୭/୨୪ ରେ ଏକ ମାମଲା ରୁଜୁ କରିଛି। ପୁଲିସ୍‌ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ସେପଟେ ପରିବାର ଲୋକ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ପ୍ରିୟଙ୍କାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି।

​​​