କଣ ପାଇଁ ଶ୍ରିମୟୀଙ୍କ ବଦଳରେ ସୁରଙ୍କ ପୁଅ ମନ୍ମଥଙ୍କୁ ଭୁବନେଶ୍ୱର ଲୋକସଭା ଟିକେଟ ଦେଲା ବିଜେଡି? ପଛରେ ଅଛି ବଡ଼ କାରଣ

 

ଏଥର ଭୁବନେଶ୍ୱରରେ ସୁର ରାଉତ୍ ଙ୍କ ପୁଅ ବନାମ ଅପରାଜିତା ଷଡ଼ଙ୍ଗୀଙ୍କ ହେବ କଡ଼ା ଟକ୍କର । ରାଜନୀତିରେ ଏକ ବଡ ପରିବର୍ତ୍ତନ । ସତରେ ଏଥି ପାଇଁ ବୋଧେ ଏହାକୁ କୁହାଯାଏ ରାଜନୀତି । ଏଠି ଯାହା ଦେଖାଯାଏ ତାହା ହୁଏ ନା , ଯାହା ହୁଏ ତାହା ଦେଖାଯାଏ ନା । ପୂର୍ବରୁ ଆଜି ପର୍ଯ୍ୟନ୍ତ ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡି ତରଫରୁ ଶ୍ରୀମୟୀ ଛିଡ଼ା ହେବେ ବୋଲି ଶୁଣିବାକୁ ମିଳୁଥିଲା ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ହେଲେ ହଠାତ୍ ସୁର ରାଉତ୍ ଙ୍କ ପୁଅ ମନ୍ମଥ ରାଉତ୍ ଙ୍କ ଏଣ୍ଟ୍ରି ପରେ ଷ୍ଟ୍ରାଟେଜିରେ ହୋଇଛି ପରିବର୍ତ୍ତନ । ବିଜେଡିର ପ୍ରାର୍ଥୀ ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ହଠାତ୍ ପ୍ରାର୍ଥୀ ତାଲିକାରେ ଏଣ୍ଟ୍ରି କରିଛନ୍ତି ମନ୍ମଥ । ତେବେ ଏହା ପୂର୍ବ ରଚିତ ରଣନୀତି ଥିଲା ନା ହଠାତ୍ ରଣନୀତି ତିଆରି କରାଗଲା ଏହା କହିବା ହୁଏ ତ ସାଧାରଣ ପକ୍ଷେ ସମ୍ଭବ ନୁହେଁ ।

ଏଥର ଭୁବନେଶ୍ୱରରେ ଲୋକସଭା ପ୍ରାର୍ଥୀ ପାଇଁ ବିଜେପିରୁ ଅପରାଜିତା ଷଡ଼ଙ୍ଗୀଙ୍କ ସହିତ ବିଜେଡିରୁ ମନ୍ମଥ ରାଉତ୍ ଙ୍କ ହେବ କଡ଼ା ଟକ୍କର । ତେବେ କାହିଁକି ଶ୍ରୀମୟୀଙ୍କୁ ମିଳିଲାନି ଟିକେଟ୍? ପୂର୍ବରୁ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ବଡ଼ ବ୍ୟବଧାନରେ ପରାସ୍ତ କରିଥିବା ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ଚ୍ୟାଲେଞ୍ଜ କରିବା ପାଇଁ ଏହା ଏକ ରଣକୌଶଳ ହୋଇପାରେ ବୋଲି କେହି କେହି ଅନୁମାନ କରୁଛନ୍ତି।

କାରଣ ମନ୍ମଥଙ୍କ ବାପା ସୁର ରାଉତରାୟ ଏଥର ନିର୍ବାଚନ ଲଢିବେ ନାହିଁ। କିନ୍ତୁ ତାଙ୍କର ଅନୁଗାମୀ ବା ସମର୍ଥକ ରହିଛନ୍ତି। ଯାହା ତାଙ୍କ ପୁଅ ପାଇବେ ବୋଲି ଆଶା ରଖିଛି ବିଜେଡି। ଅନ୍ୟପଟେ ବିଜେଡିର ପକେଟ ଭୋଟ୍ ଅପରାଜିତାଙ୍କୁ ମାତ ଦେଇପାରିବ ବୋଲି କୁହାଯାଉଛି।

ତେବେ ଶ୍ରୀମୟୀ ମିଶ୍ର ଏହାରି ଭିତରେ ରାଜଧାନୀରେ ବ୍ୟାପକ ପ୍ରଚାର କରିଥିଲେ। ଏବେ କିନ୍ତୁ ତାଙ୍କ ସ୍ଥାନରେ ମନ୍ମଥ ରାଉତରାୟଙ୍କୁ ଚୟନ କରାଯାଇଛି। କୁହାଯାଉଛି ଶ୍ରୀମୟୀଙ୍କୁ ତୃଣମୂଳ ସ୍ତରରେ ଆବଶ୍ୟକ ସମର୍ଥନ ମିଳିନଥିବା ରିପୋର୍ଟ ପାଇବା ପରେ ବିଜେଡି ନୂଆ ପ୍ରାର୍ଥୀ ବାଛିବାକୁ ବାଧ୍ୟ ହୋଇଛି ବୋଲି ନାମ ଗୋପନ ରଖି ବିଜେଡିର ବରିଷ୍ଠ ନେତା କହିଛନ୍ତି।