ଦେଖନ୍ତୁ ଭିଡିଓ: ଏବେବି କ‌ହୁଛନ୍ତି ସୁର ରାଉତରାୟ ମନ୍ମଥ ରାଉତରାୟ ଜିତିବ ଅପରାଜିତା ଷଡ଼ଙ୍ଗୀ ହାରିବ

 

ଚଳିତ ନିର୍ବାଚନର ୨ ଚର୍ଚ୍ଚିତ ଚେହେରା ହେଲେ ଅପରାଜିତା ଷଡ଼ଙ୍ଗୀ ଓ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ। ଫଳାଫଳ ପୂର୍ବରୁ ଉଭୟ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିବା ବେଳେ ଜୁନ୍ ୪ ରେ ୨୦୨୪ ଲୋକସଭା ନିର୍ବାଚନ ଶେଷ ପରେ ଆଜି ଭୋଟ ଗଣତି ଜାରି ରହିଛି। 

ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ବିଜେପି ଆଗକୁ ଆଗକୁ ମାଡ଼ି ଚାଲିଛି। ସିଟ ସଂଖ୍ୟା ତୁଳନାରେ ବିଜେଡି ବହୁ ପଛରେ ଚାଲିଛି। ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ବିଜେପି ୧୯ଟି ଆସନରେ ଆଗୁଆ ଥିବାବେଳେ ବିଜେଡି ୧ ଓ କଂଗ୍ରେସ ୧ଟି ଆସନରେ ଆଗୁଆ ରହିଛି।

<a href=https://youtube.com/embed/gKpW6eoS28A?autoplay=1&mute=1><img src=https://img.youtube.com/vi/gKpW6eoS28A/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ତେବେ ଭୁବନେଶ୍ୱର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଆଗୁଆ ଅଛନ୍ତି। ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ୪୫୪୯୮୨ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେଡି ପ୍ରାର୍ଥୀ ମନ୍ମଥ କୁମାର ରାଉତରାୟଙ୍କୁ ୪୦୮୫୧୬ଖଣ୍ଡ ଭୋଟ ମିଳିଛି। ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ୟାସିର ନୱାଜଙ୍କୁ ୫୫୪୦୧ଖଣ୍ଡ ଭୋଟ ମିଳିଛି।