ଭୁବନେଶ୍ୱର ସ୍ମାଟ ସିଟିରୁ ହେବ ସୁପର ସ୍ମାର୍ଟ, ଚମକିବ ରାଜଧାନୀ ଗଢି ଉଠିବ ନିୟୁ ସିଟି, ଜାଣନ୍ତୁ ପୁରା ଖବର

 

​​​​​ବଦଳିବାକୁ ଯାଉଛି ରାଜଧାନୀ ରୂପରେଖ। ସ୍ମାର୍ଟ ସିଟିର ବିଭିନ୍ନ ସ୍ଥାନରେ ଆରମ୍ଭ ହେବାକୁ ଯାଉଛି ସ୍ମାର୍ଟ କାର୍ଯ୍ୟକ୍ରମ। ଯେଉଁଥିରେ ଉନ୍ନତ ମାନର ନିର୍ମାଣ ପଦ୍ଧତି ଆପଣା ଯାଇଛି। ଜଟଣୀ, ଭଗବାନପୁର, ବରମୁଣ୍ଡା ଆଦି ସ୍ଥାନରେ ଆରମ୍ଭ ହେବାକୁ ଯାଉଛି ନୂଆ ଯୋଜନା।

ଆସନ୍ତା କାଲି ଜୟଦେବ ଭବନରେ ପାଳିତ ହୋଇଥିଲା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷର ୪୧ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ତରଫରୁ ଭୁବନେଶ୍ୱର ରେ ହେବାକୁ ଯାଉଥିବା ବିଭିନ୍ନ ନୂତନ ଯୋଜନା ଗୁଡିକ ବିଷୟରେ ଆଲୋଚନା କରାଯାଇଥିଲା। ଆସନ୍ତୁ ଏହି ନୂତନ ଯୋଜନା ଗୁଡିକରେ ସଂପୃକ୍ତ ସ୍ଥାନ ଏବଂ ସେଠାରେ ହେବାକୁ ଯାଉଥିବା ନୂତନ କାର୍ଯ୍ୟ ବିଷୟରେ ଜାଣି ନେବା।
ସ୍ଥାନ - ଗୋଠ ପାଟଣା - ଦାସପୁର - ଏହି ସ୍ଥାନରେ ଆରମ୍ଭ ହେବାକୁ ଯାଉଛି ଏକ ନୂତନ ସହର। ଯେଉଁଥି ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ୮୨୧ ଏକର ଜାଗାରେ ନିର୍ମାଣ ହେବାକୁ ଯାଉଛି ନୂତନ ସହର ଟି। ଯେଉଁ ଠାରେ ପାଖା ପାଖି ଦେଢରୁ ଦୁଇ ଲକ୍ଷ ଲୋକଙ୍କ ପାଇଁ କରାଯିବ ବ୍ୟବସ୍ଥା। ୧୫ ମହଲାର ଆପାର୍ଟମେଣ୍ଟର ନିର୍ମାଣ କରାଯିବାର ଲକ୍ଷ ରଖାଯାଇଛି। ଏବଂ ଆପାର୍ଟମେଣ୍ଟ ନିର୍ମାଣର, ସ୍କୁଲ, ହସ୍ପିଟାଲ, ଖେଳ ପଡିଆ ଆଦି ପରି ସମସ୍ତ ସୁବିଧା ଯୋଗାଇ ଦିଆଯିବ।
ସ୍ଥାନ - ବରମୁଣ୍ଡା - ଏହି ସ୍ଥାନରେ ଆନ୍ତର୍ଜାତୀୟ ବସ୍ ଷ୍ଟାଣ୍ଡ ଆସନ୍ତା ଦୁଇ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ। ଯେଉଁଠାରେ ବସ୍ ରହିବା ସହିତ ଯାତ୍ରୀଙ୍କ ସୁରକ୍ଷା ଓ ବିଶ୍ରାମ କୁ ସଂପୂର୍ଣ୍ଣ ଗୁରୁତ୍ଵ ଦିଆଯିବ।
ସ୍ଥାନ - ଜଟଣୀ - ଗୃହ ପାଳିତ ପଶୁଙ୍କ ବିଶେଷ ଭାବରେ ଏକ ସେଣ୍ଟର ପ୍ରସ୍ତୁତ କରାଯିବ।
ସ୍ଥାନ - ଭଗବାନପୁର - ଏକ ନୂତନ ଧରଣର ପରିବା ହାଟ ସ୍ଥାପନ କରାଯିବ।
ଏହା ବ୍ୟତୀତ ଭୁବନେଶ୍ଵରରେ ୨୦ଟି ଖେଳ ପଡିଆ,୧୦ଟି ନୂଆ ପାର୍କ,୩ଟି ଶ୍ମଶାନ ଆଦି ନିର୍ମାଣ କରାଯିବ। 5t ଶାସନ ନୀତି ଅନୁସାରେ ପରିଚାଳିତ ବିଡ଼ିଏ ର କାର୍ଯ୍ୟ ପୁର୍ବରୁ ତଥା ଆଗାମୀ ଦିନ ମାନଙ୍କରେ ଉନ୍ନତ ଧରଣର ରହିବ ବୋଲି ଆଶା କରାଯାଉଛି।