ଦିଲ୍ଲୀରେ ସୌମ୍ୟଙ୍କୁ ନେଇ ଜୋରଦାର ଚର୍ଚା, ବିଜେପି ପକ୍ଷରୁ ବଡ଼ ଅଫର, ହେବେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ! ଜାଣନ୍ତୁ ପୁରା ଖବର

 

ବଦଳିବ ଦଳ ବଦଳିବ ନିଷ୍ପତି। ସିଧା ବିଧାୟକ ପଦରୁ ରାଜ୍ୟପାଳ ହେବେ କି ସୌମ୍ୟ। ବିଜେଡିର ଏପରି ବ୍ୟବହାର ପରେ ସମସ୍ତଙ୍କର ନଜର ଏବେ ଟିକି ରହିଛି ଶୌମ୍ୟଙ୍କ ଉପରେ।ସୌମ୍ୟ କଣ କହିବେ , ସୌମ୍ୟ କଣ କରୁଛନ୍ତି ତା ଉପରେ ଏବେ ସମସ୍ତଙ୍କର ପ୍ରଶ୍ନ।ସୌମ୍ୟ କିନ୍ତୁ କଥାରେ ନୁହେଁ କାମରେ କରି ଦେଖାଇବାର ଅନୁମାନ କରାଯାଉଛି।

ସୌମ୍ୟଙ୍କର ଅମିତ୍ ସାହାଙ୍କୁ ଭେଟିବା ଖବର ରାଜ୍ୟ ରାଜନୀତିରେ ଚହଳ ପକାଇଥିବା ବେଳେ କେନ୍ଦ୍ର ରେ ମଧ୍ୟ ବେଶ୍ ଚର୍ଚ୍ଛା ଲାଗି ରହିଛି ସୌମ୍ୟ ଙ୍କୁ ନେଇ।ଏବେ ଶୌମ୍ୟଙ୍କର ପୁରୁଣା ଇତିହାସ ମନେ ପକାଯାଉଛି। ଶୁଣିବାକୁ ମିଳୁଛି ଘର ପୁଅ ପୁଣି ଘରକୁ ଫେରିବ।

ସୌମ୍ୟଙ୍କର ରାଜନୀତି କ୍ୟାରିଅର କୁ ଯଦି ଦୃଷ୍ଟି ପକାଯାଏ ତେବେ ଏହା ବିଜେପି ଦଳରୁ ଆରମ୍ଭ ହୋଇଥିଲା। କୁହା ଯାଉଛି ଅଟଳ ବିହାରୀ ବାଜପେୟୀ ଯେବେ ଓଡ଼ିଶା ଆସନ୍ତି ସେ ସୌମ୍ୟ ଙ୍କୁ ହିଁ ଆଗ ଖୋଜନ୍ତି।

ପୁର୍ବରୁ ହିଁ ସୌମ୍ୟ ଙ୍କର ବିଜେପି ସହ ବେଶ୍ ଭଲ ସମ୍ପର୍କ ରହିଥିଲା। ହେଲେ ଓଡ଼ିଶାରେ ବିଜେପିର ଦବଦବା ନ ଥିବା ହେତୁ ସେ ଜମ୍ପ ମାରିଥିଲେ ବିଜେଡ଼ିକୁ। ଯାହା ହୁଏ ତ ତାଙ୍କୁ ଏବେ ଭାରି ପଡୁଛି। ଏପଟେ ଖବର ଶୁଣିବାକୁ ମିଳୁଛି ଶୌମ୍ୟଙ୍କୁ ବିଜେପି ପକ୍ଷରୁ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆ ଯିବାର ପ୍ରସ୍ତାବ ରହିଛି। ଯାହା ଏବେ ଖୁବ୍ ଚର୍ଚ୍ଚାରେ।