ପଣ୍ଡିଆନଙ୍କ ସହିତ ଶତ୍ରୁତା ପଡ଼ିଲା ଭାରି! କାହିଁକି ନିଜ ଦଳର ସଦସ୍ୟର ଖୁଲାସା କରିବାରେ ଲାଗିଛନ୍ତି ସରକାର? ଜାଣନ୍ତୁ ପୁରା ଖବର

 

କାଲି ଯେ ଥିଲେ ଅତି ଆପଣାର ଆଜି ବନିଯାଇଛନ୍ତି ଶତ୍ରୁ। ହେଲେ ଶତ୍ରୁତା କରିବା ଏତେ ଭାରି ପଡ଼ିଯିବ ବୋଲି କିଏ ବା ଜାଣିଥିଲା। ଯେଉଁ ଖବରକାଗଜ କାଲି ସରକାରର ଏତେ ଗୁଣଗାନ କରୁଥିଲା ଆଜି ତାର ଅବସ୍ଥା ସାଙ୍ଘାତିକ। ସରକାର ବିରୋଧୀ ହେବାର ପରିଣାମ ଏବେ ଭୋଗୁଛନ୍ତି ସୌମ୍ୟ। ଏହା ସରକାରଙ୍କର ହୁଏ ତ ଏକ ବାର୍ତ୍ତା ଯେ ସରକାର ବିରୋଧୀ ହେବ କିଛି ବି ହୋଇପାରେ ତା ସହିତ।

ସମ୍ବାଦ ଭବନର ଚଢାଉ କଥା ଏବେ ବେଶ୍ ଚର୍ଚ୍ଚାରେ। ଯାହାକୁ ବିରୋଧୀ ଦଳ ବିରୋଧ କରିବା ବେଳେ ବିଜେଡ଼ି ବେଶ୍ ସ୍ପଷ୍ଟ ଯୁକ୍ତି ବାଢ଼ିଛି ଏ ନେଇ। ବିଗତ ଦିନରେ ସୌମ୍ୟରଞ୍ଜନ ଙ୍କର ପାଣ୍ଡିୟାନଙ୍କୁ କହିଥିବା କଟାକ୍ଷ ଏବେ ଭାରି ପଡୁଛି ସୌମ୍ୟଙ୍କ ଉପରେ। ଗୋଟିଏ ପରେ ଗୋଟିଏ ଦୁର୍ନୀତିର ଖୁଲାଶା କରା ଯାଉଛି ତାଙ୍କର। ଯେଉଁଥିପାଇଁ ଏବେ ନିଦ ହଜିଗଲାଣି ସୌମ୍ୟଙ୍କର।
ବିଜେପି ସରକାର କିନ୍ତୁ ଏଭଳି କଥାର ଘୋର ନିନ୍ଦା କରିଛି। ବିଜେପିର ବରିଷ୍ଠ ନେତା ସମୀର ମହାନ୍ତି କହିଛନ୍ତି, ଆଗରୁ କେଉଁଠି ଶୋଇଥିଲେ ସରକାର, ଯେ ପର୍ଯ୍ୟନ୍ତ ସୌମ୍ୟ ସରକାରଙ୍କ ଗୁଣଗାନ କରୁଥିଲେ ସେ ପର୍ଯ୍ୟନ୍ତ ସବୁ ଠିକ୍ ଥିଲା। ହେଲେ ଆଜି ହଠାତ୍ ସରକାର ବିରୋଧୀ ହେବାରୁ ସରକାର ଉଗ୍ରେସ୍ ରେଡ୍ କରିଛି ସୌମ୍ୟଙ୍କ ଉପରେ। ଏହା ଏକ ପ୍ରକାରର ଗଣତନ୍ତ୍ରର କଣ୍ଠରୋଧ ଅଟେ। ଯାହା ଗଣତନ୍ତ୍ର ପାଇଁ ଅନୁକୂଳ ନୁହେଁ।
ଏପଟେ ବିଜେଡ଼ି ନେତ୍ରୀ ତଥା ରାଜସ୍ବ ବିଭାଗ ମନ୍ତ୍ରୀ ପ୍ରମିଳା ମଲ୍ଲିକ ସମୀର ମହାନ୍ତିଙ୍କ କଥାର ଉତ୍ତର ଦେଇ କହିଛନ୍ତି ବିରୋଧୀର କାମ ବିରୋଧ କରିବା। ଏପରି କରିବା ମଧ୍ୟ ସ୍ୱାଭାବିକ ହେଲେ ସରକାର ଉଚିତ୍ କାର୍ଯ୍ୟ କରୁଛି। ସରକାର ତାର କର୍ତ୍ତବ୍ୟ କରୁଛି। ଉଗ୍ରେସ ମନୋଭାବରେ ସରକାର କେବେ ରେଡ୍ କରି ନ ଥାଏ। ଏହା ସମ୍ପୂର୍ଣ ଆଇନ୍ ସଂଗତ। କଂଗ୍ରେସ କି ବିଜେପି ବିରୋଧୀ ଦଳ ଭାବରେ ବିରୋଧ କରିବା ସାଧାରଣ କଥା।