ପ୍ରେମିକ ସହ ଝଗଡ଼ା ହେବାରୁ ଗୁଡ୍ ନାଇଟ୍ ଲିକ୍ୟୁଇଡ୍ ପିଇଦେଲେ ମହିଳା SI କାଜଲ୍, ଜାଣନ୍ତୁ ପୁରା ଘଟଣା

 

ପ୍ରେମ ପାଇଁ ହାରିବାକୁ ଯାଉଥିଲେ ଜୀବନ। ଭାଗ୍ୟବଶତଃ ବଞ୍ଚିଗଲେ ମହିଳା ଜଣଙ୍କ।ଏ ମହିଳା ଜଣଙ୍କ ସାଧାରଣ ମହିଳା ନୁହଁନ୍ତି, ଆମେ ଯେଉଁ ମହିଳା ଆତ୍ମହତ୍ୟା ଉଦ୍ଦ୍ୟମ୍ କଥା କହୁଛୁ। ସେ ଜଣେ SI ପୋଲିସ୍ ଅଧିକାରୀ।

ଆମେ ଅନେକ ଥର ଦେଖିଛେ ଉଚ୍ଚ ପଦସ୍ଥ ଚାକିରୀ ପାଇଲେ ଲୋକେ ନିଜ ଭଲ ପାଇବାକୁ ଭୁଲି ଯାଆନ୍ତି।ହେଲେ ଏହି SI ମହିଳା ଜଣଙ୍କ ଭଲ ଚାକିରିଟିଏ ପାଇଥିଲେ ମଧ୍ୟ ନିଜ ପ୍ରେମ ପାଇଁ ସବୁକୁ ତୁଚ୍ଛ କରିବାକୁ ବସିଥିଲେ।

SI ମହିଳା ଜଣକଙ୍କ ନାମ ହେଉଛି କାଜଲ୍ ବାଗ୍।ସେ ବଲାଙ୍ଗୀର ସଇଁତାଲ ଥାନରେ SI ଭାବେ କାର୍ଯ୍ୟରତ ଥିଲେ। କୁହାଯାଉଛି ଗତକାଲି ରାତିରେ ମହିଳା ଜଣଙ୍କର ତାଙ୍କ ବୟଫ୍ରେନଡଙ୍କ ସହ କୌଣସି କାରଣରୁ ଝଗଡ଼ା ହୋଇଥିଲା।

ଯେଉଁ ଝଗଡାଟି ଏତେ ଗୁରୁତ୍ଵପୂର୍ଣ୍ଣ ଥିଲା ଯେ, ଯେଉଁଥିପାଇଁ SI କାଜଲ ବାଗ ନିଜ ଜୀବନ ନେବାକୁ ପଛାଇନଥିଲେ।ସେ ବିଷ ପିଇ ନିଜ ଜୀବନ ହାରିବାକୁ ଉଦ୍ଦ୍ୟମ କରିଥିଲେ।ହେଲେ ଭଗବାନଙ୍କ ଦୟାରୁ ପଡୋଶୀ ମାନେ କିଭଳି ଜାଣି ପାରି କାଜଲଙ୍କୁ ଉଦ୍ଧାର କରି ତାଙ୍କୁ ବଲାଙ୍ଗୀର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।