ଜଗାର ରତ୍ନଭଣ୍ଡାରକୁ କୋଉଠୁ ଆସିଲା ଏତେ ସୁନା ଅଳଙ୍କାର, ମହଣ ମହଣ ସୁନାରେ ଭରି ରହିଛି ମହାପ୍ରଭୁଙ୍କ ରତ୍ନଭଣ୍ଡାର

 

ଶେଷରେ ସବୁ ଅପେକ୍ଷାର ଅନ୍ତ ଘଟିଛି । ଦୀର୍ଘ ୪୬ ବର୍ଷ ପରେ ଖୋଲିଛି ରତ୍ନଭଣ୍ଡାର । ଆପଣ ତ ଜାଣିଥିବେ କି ରତ୍ନଭଣ୍ଡାର ଖୋଲିବାକୁ ନେଇ କିପରି ପୂର୍ବରୁ ଅନେକ ବାଦ ବିବାଦ ଦେଖିବାକୁ ମିଳିଛି । 

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ କଣ ଆପଣ ଜାଣନ୍ତି କି ପ୍ରଭୁଙ୍କ ରତ୍ନଭଣ୍ଡାରକୁ ଏତେ ଅଳଙ୍କାର ଆସିଲା କେଉଁଠୁ ? ଆସନ୍ତୁ ଜାଣିବା ରତ୍ନଭଣ୍ଡାର ପଛରେ ଥିବା ରହସ୍ୟ.....

ପୁରାଣ ଅନୁସାରେ, ଗଜପତି ମହାରାଜା ମାନେ ପୂର୍ବରୁ ଯୁଦ୍ଧ କରନ୍ତି । ଏବଂ ଯୁଦ୍ଧରୁ ଯେଉଁ ରତ୍ନ ଅଳଙ୍କାର ମିଳେ ତାକୁ ସେ ଜଗନ୍ନାଥଙ୍କୁ ଅର୍ପଣ କରି ଦିଅନ୍ତି । ଏପରିକି ସେ ସମୟର ସୂର୍ଯ୍ୟବଂଶୀ ରାଜା ମାନେ ମଧ୍ୟ ଜଗନ୍ନାଥଙ୍କୁ ଅନେକ ରତ୍ନ ଅଳଙ୍କାର ଦାନ ଦିଅନ୍ତି ।

ମାଦଳା ପାଞ୍ଜି ତଥ୍ୟ ମୁତାବିକ ରାଜା ଅନଙ୍ଗଭୀମ ଦେବ ମହାପ୍ରଭୁଙ୍କ ସ୍ୱର୍ଣ୍ଣ ଅଳଙ୍କାର ପ୍ରସ୍ତୁତି ନିମନ୍ତେ ୨ ଲକ୍ଷ ୫୦ ହଜାର ମାଢ଼ ସୁନା ଦାନ କରିଥିଲେ । ଏକ ମାଢ଼ ହେଉଛି ୧/୨ ତୋଳା ବା ୫.୮୩୧୯ ଗ୍ରାମ । ସେହିପରି ରାଜ୍ୟର ସୂର୍ଯ୍ୟବଂଶୀ ରାଜାମାନେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ରତ୍ନ ଅଳଙ୍କାର ଓ ସ୍ୱର୍ଣ୍ଣ ଦାନ କରିଥିଲେ । ଶ୍ରୀମନ୍ଦିର ଦିଗବିଜୟ ଦ୍ୱାର କାନ୍ଥରେ ଥିବା ଶିଳାଲେଖ ଅନୁଯାୟୀ ଗଜପତି କପିଳେନ୍ଦ୍ର ଦେବ ୧୪୬୬ ଖ୍ରୀଷ୍ଟାବ୍ଦରେ ପ୍ରଚୁର ସୁନା ଓ ରତ୍ନ ଅଳଙ୍କାର ସମେତ ବାସନ ଦାନ କରିଥିଲେ ।

ରତ୍ନ ଭଣ୍ଡାର ଉପରେ ମଧ୍ୟ୧୫ ଥର ଆକ୍ରମଣ ହୋଇଛି । ୧୪୫୧ ମସିହାରେ ପ୍ରଥମ ଥର ଆକ୍ରମଣ ହୋଇଥିବା ବେଳେ ୧୭୩୧ ମସିହାରେ ଶେଷ ଥର ଆକ୍ରମଣ ହୋଇଥିଲା । ଶେଷ ଥର ମହମ୍ମଦ ତକି ଖାଁ ରତ୍ନଭଣ୍ଡାରକୁ ଲୁଟ କରିବା ପାଇଁ ଆକ୍ରମଣ କରିଥିଲା ।

ତେବେ ଐତିହାସିକ ଆର ଡି ବାନାର୍ଜୀଙ୍କ ଦ୍ଵାରା ଲିଖିତ ଏକ ପୁସ୍ତକ ରହିଛି । ଏହି ପୁସ୍ତକର ନାଆଁ ହେଉଛି ହିଷ୍ଟ୍ରି ଅଫ୍ ଓଡ଼ିଶା । ଏହି ପୁସ୍ତକରେ ଜଗନ୍ନାଥଙ୍କୁ ମିଳିଥିବା ସମସ୍ତ ରତ୍ନ ଦାନ ସମ୍ପର୍କରେ ଉଲ୍ଲେଖ ରହିଛି । ଆପଣ ଚାହିଁଲେ ଏହାକୁ ପଢ଼ି ପାରିବେ ।