ପ୍ରଧାନ ଶିକ୍ଷକଙ୍କ ସ୍କୁଲ ଶିକ୍ଷୟତ୍ରୀଙ୍କ ଉପରେ ଖରାପ ନଜର, ଏକୁଟିଆ ଚାମ୍ୱରକୁ ଡାକି କରୁଥିଲେ ଖରାପ କାମ, ଜାଣନ୍ତୁ ପୁରା ଘଟଣା

 

ପ୍ରଧାନ ଶିକ୍ଷକ କାମ ବାହାନାରେ ମୋତେ ତାଙ୍କ ଚ୍ୟାମ୍ବର୍ କୁ ଡାକନ୍ତି ଏବଂ ମୋତେ ଅଶ୍ଳିଳ ନଜରରେ ଦେଖିବା ସହିତ ମୋତେ ଡବଲ୍ ମିନିଂ କଥା ବି କୁହନ୍ତି । ମୁଁ ପ୍ରତିବାଦ କଲେ ମୋତେ ଚରିତ୍ର ହିନା କହି ମୋ ନାଁରେ ଅପପ୍ରଚାର କରନ୍ତି ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଏପରି ଏକ ଅଭିଯୋଗ ଆଣିଛନ୍ତି ଜଣେ ସରକାରୀ ଶିକ୍ଷୟତ୍ରୀ ,ତାଙ୍କ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନାଁରେ । ଶିକ୍ଷୟତ୍ରୀ ଜଣଙ୍କ କେନ୍ଦୁଝର ଜିଲ୍ଲା ଆନନ୍ଦପୂର୍ ଅଞ୍ଚଳର ବାସିନ୍ଦା ଅଟନ୍ତି । ସେ ଦୀର୍ଘ ଦୁଇ ବର୍ଷ ହେଲା ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗୋପାଳଜିୟୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବେ କାମ କରି ଆସୁଛନ୍ତି ।

 

ଶିକ୍ଷୟତ୍ରୀ ଜଣକଙ୍କ ନାଆଁ ହେଉଛି ପ୍ରିୟଙ୍କା ରାଉତ୍ । ପ୍ରିୟଙ୍କା ସେହି ବିଦ୍ୟାଳୟରେ କାର୍ଯ୍ୟରତ ଥିବା ପ୍ରଧାନ ଶିକ୍ଷକଙ୍କ ନାମରେ ଅଭିଯୋଗ ଆଣିଛନ୍ତି । ପ୍ରଧାନ ଶିକ୍ଷକଙ୍କ ନାମ ହେଉଛି ରମେଶ ଚନ୍ଦ୍ର ସେଠି ।

ପ୍ରିୟଙ୍କାଙ୍କ ଅଭିଯୋଗ ଅନୁସାରେ ଦୀର୍ଘ ଛଅ ମାସ ହେବ ପ୍ରଧାନ ଶିକ୍ଷକ ଜଣଙ୍କ ତାଙ୍କୁ ଖୁବ୍ ହଇରାଣ କରି ଆସୁଛନ୍ତି । ଅନେକ ସମୟରେ ତାଙ୍କ ଚରିତ୍ରକୁ ନେଇ ଆକ୍ଷେପ କରି କହିବା ସହିତ ତାଙ୍କର ବିଭିନ୍ନ ପ୍ରାଇଭେଟ୍ ପାର୍ଟ ଉପରେ ନଜର ପକାଉଛନ୍ତି । ସେ ଏ ନେଇ ଗଣଶିକ୍ଷା ବିଭାଗରେ ଅଭିଯୋଗ କରିଥିଲେ ମଧ୍ୟ କେହି ତାଙ୍କ କଥା ନ ଶୁଣିବାରୁ ବାଧ୍ୟ ହୋଇ ଶେଷରେ ସେ ଆଇନ୍ ର ଆଶ୍ରୟ ନେଇଛନ୍ତି ।