ଦେଖନ୍ତୁ ଭିଡିଓ: ରାଜଧାନୀରେ ବୁଲୁଛନ୍ତି ଚଡ଼ି ପିନ୍ଧା ଲଙ୍ଗଳା ଚୋର, ଘରେ ପସି ବୁଲଉଛନ୍ତି କଳାକନା, ଲୋକେ ଛାନିଆ

 

ରାଜଧାନୀରେ ମାତିଛନ୍ତି ଲୁଟେରା ! ଦିନ ଦ୍ଵି ପହରେ ବି ଭୟ ନାହିଁ ପୋଲିସ୍ ର । ଗୋଟିଏ ପରେ ଗୋଟିଏ ଆପାର୍ଟମେଣ୍ଟ ରେ ବୁଲେଇ ଦେଉଛନ୍ତି କଳା କନା । ତେବେ ଏଠି ପ୍ରଶ୍ନ ଉଠୁଛି ପ୍ରଶାସନ କରୁଛି କଣ । ଆପାର୍ଟମେଣ୍ଟର ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ବଡ ପ୍ରଶ୍ନ । ଯଦି ରାଜଧାନୀର ଏପରି ଅବସ୍ଥା ତେବେ ଲୋକ ସୁରକ୍ଷିତ କେଉଁଠି ?

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଭୁବନେଶ୍ୱର ପାହାଳ ଥାନା ଅନ୍ତର୍ଗତ ମେଟ୍ରୋ ସାଟେଲାଇଟ୍ ସିଟି ସୋସାଇଟିରେ ଦେଖିବାକୁ ମିଳିଛି ଦୁର୍ବୃତ୍ତଙ୍କର ବଡ କାଣ୍ଡ ।ଆପାର୍ଟମେଣ୍ଟରେ ଥିବା ରୁମ୍ ରୁ ଲୁରି ନେଇଛନ୍ତି ଲକ୍ଷାଧିକ ଟଙ୍କା ସହିତ ସୁନା ଗହଣା । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ନିର୍ବାଚନ ସମୟରେ ପୋଲିସ୍ ର ପେଟ୍ରୋଲିଂ ରେ ଏତେ ଅବହେଳା କେମିତି ।

ଏପରି ଚୋରି ମାମଲା ସାମ୍ନାକୁ ଆସିବା ପରେ ଏବେ ଭୁବନେଶ୍ୱର ଆପାର୍ଟମେଣ୍ଟ ଗୁଡିକରେ ଲାଗୁ ହୋଇଛି ନୂଆ ନିୟମ । ହାଇ ସିକୁରିଟି ସହିତ ପୋଲିସ୍ ର ରହିବ କଡା ନଜର । ଆହୁରି ମଧ୍ୟ ବିଭିନ୍ନ ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର ହେବ ଆପାର୍ଟମେଣ୍ଟ ଗୁଡିକରେ । ଯାହା ସିକୁରିଟି ଗାର୍ଡ ର ଅନୁପସ୍ଥିତିରେ ବା ଘରୋଇ ଲୋକଙ୍କ ଅନୁପସ୍ଥିତିରେ ଚୋରିକୁ ଟ୍ରାକ କରିବ । 

ଅନ୍ୟପଟେ ରାଜଧାନୀରେ ପୋଲିସ ପେଟ୍ରୋଲିଂକୁ ଦାୟୀ କରିଛନ୍ତି ଆପାର୍ଟମେଣ୍ଟବାସୀ । ପେଟ୍ରୋଲିଂ ଅଭାବ ପାଇଁ ବଢୁଛି ଲୁଟତରାଜ । ଏହା ପରେ ମଧ୍ୟ ଗତ କିଛିଦିନ ତଳେ ଧରା ପଡ଼ିଥିଲା କୁଖ୍ୟାତ ଆପାର୍ଟମେଣ୍ଟ ଲୁଟେରା ।

<a href=https://youtube.com/embed/F3JpdmqIOzQ?autoplay=1&mute=1><img src=https://img.youtube.com/vi/F3JpdmqIOzQ/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

କମିଶନରେଟ୍ ପୋଲିସ ଧରିଥିଲା ନଅ ଜଣ ଆପାର୍ଟମେଣ୍ଟ ଲୁଟେରାଙ୍କୁ । ତା'ସହ ବିପୁଳ ପରିଣାମର ଅଳଙ୍କାର ଏବଂ ନଗଦ ୩ ଲକ୍ଷରୁ ଅଧିକ ଟଙ୍କା ଜବତ କରିଥିଲା । ଏହି ଗ୍ୟାଙ୍ଗ ବିରୋଧରେ ଲକ୍ଷ୍ମୀସାଗର, ଭରତପୁର, ଏୟାରଫିଲଡ, ମଞ୍ଚେଶ୍ୱର ଓ ଇନଫୋସିଟି ଥାନାରେ ଅନେକ ମାମଲା ରୁଜୁ ରହିଛି । କେବଳ ଏତିକି ନୁହେଁ, ବିଶାଖାପାଟଣା ଏବଂ ମଛଲିପଟନମରେ ରହିଛି ମାମଲା ।