ରସିକିଆ ଭୂଗୋଳ ସାର୍: ଛାତ୍ରୀ ଆଗରେ କିସ୍ ଚିତ୍ର କରି କିସ୍ ମାଗିଲେ ସାର୍, ଜାଣନ୍ତୁ ପୁରା ଘଟଣା

 

ରସିକିଆ ଲଭ୍ ମାଷ୍ଟର। ସାର୍ ଅମର ଭାରି ରସିକିଆ। ଆଉ ରୂପ ବି ସେହିଭଳି। ଯେମିତି ଭୂଗୋଳ ପଢ଼ାନ୍ତି ସେମିତି ପ୍ରେମ ବି କରନ୍ତି। ପୁରା ଅଢ଼େଇ ଅକ୍ଷର ପ୍ରେମ। ପୁରା ମହକୁଚି। ସାର ଅମର ଏମତି ପ୍ରେମ କଲେ ଯେ ସିଧା ମାମୁ ଡାକିକି ସେବା କଲେ। ମାମୁ ବା ଭଣଜା କଥା ରଖିବେନି କେମିତି। ଆଜ୍ଞା ଇଏ ଜହ୍ନ ମାମୁ ନୁହନ୍ତି ବ ଇଏ ବା ପୁଲିସ ମାମୁ।

ରସିକିଆ ଭୂଗୋଳ ମାଷ୍ଟର ଆଙ୍କିଲେ ପ୍ରେମ ମାନଚିତ୍ର। ସାରଙ୍କ ପ୍ରେମ ନିବେଦନରେ ହଟହଟା ହେବା ପରେ ଥାନାରେ ଛାତ୍ରୀ। ରାଜଧାନୀ ଭରତପୁର ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଭରତପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଦଶମ ଶ୍ରେଣୀର ଛାତ୍ରୀ ଭୂଗୋଳ ଶିକ୍ଷକ କାଳୁ ବଡ଼ଜେନାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଛନ୍ତି.

ପ୍ରଥମେ ପ୍ରେମ ନିବେଦନ ଓ ପରେ ପାର୍କ ଯିବାକୁ ବାଧ୍ୟ କରିବା ସହ ସ୍କୁଲ ବେଞ୍ଚରେ ଅସଭ୍ୟ ଭାଷା ଲେଖିବା ନେଇ ଅଭିଯୋଗ କରିଛନ୍ତି ଛାତ୍ରୀ। ଆଜିକୁ ମାସେ ହେବ ହଇରାଣ କରୁଥିବା ଛାତ୍ରୀ କହୁଛନ୍ତି । ପ୍ରେମ ନକଲେ ପରୀକ୍ଷାରେ ଫେଲ୍ କରେଇବାକୁ ଧମକ ଦେବା ସହ ପରୀକ୍ଷାରେ ଆଗୁଆ ନୋଟ୍ ଦେଇ ପ୍ରେମ ଭିକ୍ଷା କରିଛନ୍ତି। ବାଟରେ ଅଟକାଇ ଘରେ କେହି ନଥିବା ବେଳେ ଘରକୁ ଯିବାକୁ ବାଧ୍ୟ ଭୂଗୋଳ ସାର୍ କରିଥିଲେ।

ସେପଟେ ଭୁଗୋଳ ଶିକ୍ଷକଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରୁଥିବା ବେଳେ ଭରତପୁର ଥାନାରେ ଲିଖିତ ଭାବେ ଛାତ୍ରୀ ଓ ଛାତ୍ରୀଙ୍କ ପରିବାର ଅଭିଯୋଗ କରିଛନ୍ତି। ତେବେ ଶିକ୍ଷକ ଜଣଙ୍କୁ ଗିରଫ ଗିରଫ କରି ଭରତପୁର ଥାନା ପୁଲିସ କୋର୍ଟ ଚାଲାଣ କରିଥିବା ସୂଚନା ରହିଛି।