ରାସନ୍‌କାର୍ଡଧାରୀଙ୍କ ପାଇଁ ଖୁସି ଖବର, ଏବେ ଡାଲି, ଚାଉଳ ସହ ସରକାର ଦେବେ ୫୦୦୦ ! ଏହି ଦିନ ମିଳିବ ଟଙ୍କା

 

ରାଜ୍ୟରେ ଗରିବଙ୍କ କଲ୍ୟାଣ ଉପରେ ଧ୍ୟାନ ଦେଇଥିବା ସମୟ ସମୟରେ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି। ଏହି କ୍ରମରେ ଅନ୍ତର୍ଦୋୟ ଅନ୍ନ ଯୋଜନା ରାସନକାର୍ଡଧାରୀମାନେ ଅନେ ଲାଭ ପାଇବାକୁ ଯାଉଛନ୍ତି।ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରମାନଙ୍କ ପାଇଁ ମୋଦି ସରକାର ଅନ୍ତର୍ଦୋୟ ଅନ୍ନା ଯୋଜନା କାର୍ଯ୍ୟକାରୀ କରିଛନ୍ତି। 

ଏହି ଯୋଜନା ଅଧୀନରେ ପ୍ରତି ମାସରେ ସବ୍‌ସିଡିରେ ୩୫ କିଲୋଗ୍ରାମ ରାସନ ଯୋଗାଇ ଦିଆଯାଉଛି। ଗହମ ଓ ଚାଉଳ ସହିତ ଚିନି ମଧ୍ୟ ଯୋଗାଇ ଦିଆଯାଉଛି। ରାସନକାର୍ଡ ଥିଲେ ଅନେକ ସୁବିଧା ଯୋଗାଇ ଦେଉଛନ୍ତି କେନ୍ଦ୍ର ସରକାର। ଏହି ନୂଆ ଘୋଷଣା ମୁତାବକ ଯଦି ଆପଣଙ୍କ ପାଖରେ ରାସନକାର୍ଡଟିଏ ଅଛି ଓ ଆପଣଙ୍କ ବୟସ ୧୮ରୁ ୪୨ ବର୍ଷ ବୟସ ମଧ୍ୟରେ ରହିଛି। 

ତେବେ ସହଜରେ ଏହି ଯୋଜନାର ଲାଭ ଉଠାଇ ପାରିବେ। କାରଣ ଏହି ଯୋଜନାରେ ସରକାର ପ୍ରତି ମାସରେ ୫୦୦୦ ଟଙ୍କା ଆପଣଙ୍କ ଆକାଉଣ୍ଟ୍‌କୁ ପଠାଇବେ। ଏହି ଯୋଜନାରେ ପ୍ରିମିୟମ ରାଶି ପ୍ରଦାନ କରି ହିତାଧିକାରୀ ୧୦୦୦ ଟଙ୍କାରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ପାଇ ପାରିବେ। 

ଖାଲି ସେତିକି ନୁହେଁ ଏହି ଯୋଜନାରେ ସାମିଲ ହେବାକ୍ଷଣି ଏକ ପ୍ରାରମ୍ଭିକ ରାଶି ମଧ୍ୟ ହିତାଧିକାରୀଙ୍କୁ ପ୍ରଦାନ କରାଯାଉଛି। ଅଟଳ ପେନସନ ଯୋଜନାରେ ଯୋଡ଼ି ହେବା ଲାଗି ୧୮ରୁ ୪୦ ବର୍ଷର ବୟସ  ନିର୍ଦ୍ଧାରିତ କରାଯାଇଛି। ଏହି ସ୍କ୍ରିମ୍‌ ଅଧିନରେ ପେନସନ ପାଇବା ଲାଗି ଅତିକମ୍‌ରେ ୨୦ ବର୍ଷ ଯାଏ ଟଙ୍କା ରଖିବାକୁ ପଡ଼ିଥାଏ।

୩୭୬ ଟଙ୍କା ନିବେଶ କରି ୫୦୦୦ ଟଙ୍କା ପେନସନ ପାଇପାରିବେ:

ଏହାପରେ ୬୦ ବର୍ଷ ହେବା ମାତ୍ରକେ ଆପଣଙ୍କୁ ପେନସନ ମିଳିବା ଆରମ୍ଭ ହୋଇଥାଏ। ସ୍କିମ ସହ ଯୋଡ଼ି ହେବା ଲାଗି ଆପଣଙ୍କ ପାଖରେ ବ୍ୟାଙ୍କ ଅଥବା ପୋଷ୍ଟ ଅଫିସରେ ଆକାଉଣ୍ଟ ଥିବା ଜରୁରୀ। ଯଦି ଆପଣଙ୍କ ବୟସ ୨୫ ବର୍ଷ ତେବେ ଏହି ସ୍କିମ୍‌ରେ ପ୍ରତି ମାସରେ ୩୭୬ ଟଙ୍କା ନିବେଶ କରି ୫୦୦୦ ଟଙ୍କା ପେନସନ ପାଇପାରିବେ। ଅର୍ଥାତ ଦୈନିକ ଆପଣଙ୍କୁ ମାତ୍ର ୧୨ ଟଙ୍କା ଦେବାକୁ ପଡ଼ିବ। ୬୦ ବର୍ଷ ପରେ ଆପଣଙ୍କୁ ପେନସନ ମିଳିବ।