ପୁଣି ମହାନତା ଦେଖାଇଲେ ରାନୀ, ଦୀପା ସାହୁ ଓ ବିଜୟ ମହାନ୍ତିଙ୍କୁ ଭେଟି କଲେ ଏହି ସାହାଯ୍ୟ

ଡ୍ୟାନ୍ସ ହେଉ କି ବୟାନ ସବୁବେଳେ ବିବାଦରେ ରାନୀ ପଣ୍ଡାଙ୍କ ନାମ ଚର୍ଚା। ତେବେ କରୋନା ଭାଇରସ ବିସ୍ତାର ହେବା ଦିନ ଠାରୁ ତାଙ୍କ ମାନବିକତା ପାଇଁ ସେ ଏବେ ପ୍ରଶଂସା ସାଉଁଟୁଛନ୍ତି। କରୋନା ମୁକାବିଲା ପାଇଁ ରିଲିଫ ପାଣ୍ଠିକୁ ୫୦ ହଜାର ଟଙ୍କା ଦାନ ପରେ ସେ ଅନେକ ଭଲ କାମ କରୁଥିବାର ଦେଖିବାକୁ ମିଳୁଛି। ଓଡିଆ ସିନେମା ଜଗତର ବରିଷ୍ଠ କଳାକାର ଏବେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି, ଏହା ଛଡା ଆଲବମ
 

ଡ୍ୟାନ୍ସ ହେଉ କି ବୟାନ ସବୁବେଳେ ବିବାଦରେ ରାନୀ ପଣ୍ଡାଙ୍କ ନାମ ଚର୍ଚା। ତେବେ କରୋନା ଭାଇରସ ବିସ୍ତାର ହେବା ଦିନ ଠାରୁ ତାଙ୍କ ମାନବିକତା ପାଇଁ ସେ ଏବେ ପ୍ରଶଂସା ସାଉଁଟୁଛନ୍ତି। କରୋନା ମୁକାବିଲା ପାଇଁ ରିଲିଫ ପାଣ୍ଠିକୁ ୫୦ ହଜାର ଟଙ୍କା ଦାନ ପରେ ସେ ଅନେକ ଭଲ କାମ କରୁଥିବାର ଦେଖିବାକୁ ମିଳୁଛି। ଓଡିଆ ସିନେମା ଜଗତର ବରିଷ୍ଠ କଳାକାର ଏବେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି, ଏହା ଛଡା ଆଲବମ ହିରୋଇନ ଦିପା ସାହୁ ମଧ୍ୟ କ୍ୟାନସରରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି। ଉଭୟଙ୍କ ପାଇଁ ଅର୍ଥର ଆବଶ୍ୟକତା ରହିଛି।

ଉଭୟଙ୍କ ଏପରି ପରିସ୍ଥିତିରେ ରାନୀ ପଣ୍ଡା ନିଜ ମହାନତା ଦେଖାଇଛନ୍ତି। ବିଜୟ ମହାନ୍ତି ଓ ଦୀପା ସାହୁଙ୍କୁ ଦେଖା କରିଛନ୍ତି। ରାନୀ ଉଭୟଙ୍କ ପାଖକୁ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ଏହାସହ ରାନୀ ନିଜ ସାମର୍ଥ୍ୟ ଅନୁସାରେ ଉଭୟଙ୍କୁ ସାହାଯ୍ୟ କରିଛନ୍ତି। ରାନୀ ପଣ୍ଡା କହିଛନ୍ତି, ଓଡ଼ିଶା ଚଳଚିତ୍ରର ଗଡଫାଦର ହେଉଛନ୍ତି ବିଜୟ ମହାନ୍ତି, ମୁଁ ତାଙ୍କୁ ମୋର ଆଦର୍ଶ ବୋଲି ମିନେ, ତାଙ୍କର ଏପରି ପରିସ୍ଥିତିରେ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ଏହି ଦୁଇ କଳାକାର ଶୀଘ୍ର ଭଲ ହୋଇଯାଆନ୍ତୁ। ରାନୀ ପଣ୍ଡା ଆହୁରି କହିଛନ୍ତି ଯେ ଏଭଳି ସମୟରେ ଏହି ୨ କଳାକାରଙ୍କୁ ସରକାରଙ୍କ ସହଯୋଗର ଆବଶ୍ୟକତା ରହିଛି।

ତେବେ ବିଜୟ ମହାନ୍ତି କିଛି ଦିନ ତଳେ ହୃଦ୍‌ଘାତରେ ଅସୁସ୍ଥ ହେବାରୁ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଏବେ ସେ ସାମାନ୍ୟ ସୁସ୍ଥ ହୋଇ ଓଡିଶା ଫେରି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ ଆଲବମ ଅଭିନେତ୍ରୀ ଦୀପା ସାହୁ କ୍ୟାନସର ରୋଗ ସହ ଲଢେଇ କରୁଛନ୍ତି। ବର୍ତ୍ତମାନ ସେ ମଧ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।