ରାତି ୧୦ଟାରେ ଫୋନ୍ କରି କଥା ହେଲା ଝିଅ ହେଲେ ୪୫ ମିନିଟ୍ ପରେ ଆସିଲା ଝିଅର ମୃତ୍ୟୁ ଖବର, ଜାଣନ୍ତୁ ପୁରା ଘଟଣା

 

ରାତି ପ୍ରାୟ ୧୦ଟା ସମୟରେ ପରିବାର ଲୋକଙ୍କ ସହ ଫୋନ୍ ରେ କଥା ହୋଇଥିଲା ଝିଅ । କିନ୍ତୁ କଥା ହେବାର ପ୍ରାୟ ୪୫ ମିନିଟ୍ ପରେ ଫୋନ୍ ଆସିଲା ଝିଅ ଆଉ ନାହିଁ । ଏ ଦୁନିଆ ଛାଡି ଚାଲି ଯାଇଛି । ଯାହା ପରେ ପରିବାର ଲୋକେ ଆଶ୍ଚର୍ଯ୍ୟ ହେବା ସହ ଦୁଃଖରେ ଭାଙ୍ଗି ପଡ଼ିଥିଲେ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ମୃତ ଝିଅଟିର ଭାଇଙ୍କ କହିବା ଅନୁଯାୟୀ , ଯୁବତୀ ଜଣଙ୍କ ନାମ ହେଉଛି ଶୁଭଶ୍ରୀ ସ୍ୱାଇଁ । ଶୁଭଶ୍ରୀ ମେ ୫ ତାରିଖରେ ରାଜସ୍ଥାନ ଯାଇଥିଲେ । ସେ ସେଠାରେ ଏକ ୟୁନିଭର୍ସିଟିରେ ରହି ନିଟ୍ ପାଇଁ ପ୍ରିପେୟାର ହେଉଥିଲେ । ସବୁ କିଛି ଠିକ୍ ଚାଲିଥିଲା ।

ହେଲେ କିନ୍ତୁ ହଠାତ୍ ଶୁଣିବାକୁ ମିଳିଛି ଏପରି ଦୁଃଖଦ ଖବର । ତାଙ୍କ କହିବା ଅନୁଯାୟୀ , ଶୁଭଶ୍ରୀ ତାଙ୍କ ଘରକୁ ସେହି ଦିନ ରାତିରେ କଲ୍ କରିଥିଲେ । ତାଙ୍କର ପରୀକ୍ଷା ଚାଲି ଥିବାରୁ ପରୀକ୍ଷା ଭଲ ହୋଇଛି ବୋଲି ଜଣାଇଥିଲେ । ଏବଂ ତାଙ୍କୁ ୧୦ହଜାର ଷ୍ଟାଇପେନ୍ ମିଳିବାକୁ ଯାଉଛି ବୋଲି ଅତ୍ୟନ୍ତ ଖୁସି ହୋଇ ଜଣାଇଥିଲେ ।

କିନ୍ତୁ ଏହାର ପ୍ରାୟ ୪୫ ମିନିଟ୍ ପରେ ତାଙ୍କର ଏକ ସାଙ୍ଗ ତାଙ୍କ ଘରକୁ ଫୋନ୍ କରି ଜଣାଇଥିଲେ ଯେ ଶୁଭଶ୍ରୀ ଆଉ ନାହାନ୍ତି ।ଯାହା ପରେ ତାଙ୍କ ଭାଇ ଏବଂ ଆଉ କିଛି ପରିବାର ଲୋକ ମିଶି ରାଜସ୍ଥାନ ଯାଇଥିଲେ । ସେଠାରେ ଜାଇ ବୁଝିଥିଲେ କି ଶୁଭଶ୍ରୀଙ୍କ ସାଙ୍ଗ ମାନେ ହିଁ ପ୍ରଥମେ ତାଙ୍କୁ ଆତ୍ମହତ୍ୟା କରିବାର ଦେଖିଥିଲେ ।

ପରେ ତାଙ୍କୁ ତଳକୁ ଆଣିଥିଲେ । କିନ୍ତୁ ତାଙ୍କ ଭାଇଙ୍କ କହିବା ଅନୁଯାୟୀ , ସେ ସମୟରେ ତାଙ୍କର ୱାର୍ଡେନ୍ କରୁଥିଲେ କଣ ? ଯେହେତୁ ଶୁଭଶ୍ରୀଙ୍କ ରୁମ୍ ଲକ୍ ଥିଲା ତାଙ୍କ ସାଙ୍ଗ ମାନେ ତାଙ୍କ ରୁମ୍ ଖୋଲିଲେ କିପରି ?ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ଯଦି ସେ ଫାଶୀ ଦେଉଛନ୍ତି ତେବେ ସେ ରୁମ୍ ରେ କୌଣସି ଚେୟାର କିମ୍ବା ଷ୍ଟୁଲ୍ ନ ଥିଲା । ତେଣୁ ସେ କିପରି ଆତ୍ମହତ୍ୟା କଲେ ?

<a href=https://youtube.com/embed/AkQtLGpohTU?autoplay=1&mute=1><img src=https://img.youtube.com/vi/AkQtLGpohTU/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ତାଙ୍କ ଭାଇ ଆହୁରି ମଧ୍ୟ କହିଛନ୍ତି କି , ଯେତେବେଳେ ସେମାନେ ଏ ନେଇ ୱାର୍ଡେନ୍ ଏବଂ କଲେଜ୍ କର୍ତ୍ତୃପକ୍ଷଙ୍କୁ ପଚାରିଥିଲେ କେହି ତାଙ୍କୁ କୌଣସି ଉତ୍ତର ନ ଦେଇ ଚୁପ୍ ରହିଥିଲେ । ତେଣୁ ମୃତ ଶୁଭଶ୍ରୀଙ୍କ ଭାଇ ତାଙ୍କୁ ତୁରନ୍ତ ନ୍ୟାୟ ମିଳୁ ବୋଲି ଅପିଲ କରିଛନ୍ତି ।