ଦେଖନ୍ତୁ ଭିଡ଼ିଓ: ଓଡ଼ିଶାରେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ! ମାଲକାନଗିରିରେ ଆରମ୍ଭ ହେଲା 'ପୁଷ୍ପା-୨'ର ସୁଟିଂ

 

ସୁପରହିଟ୍ ଚଳଚିତ୍ର 'ପୁଷ୍ପା'ର ଦ୍ୱିତୀୟ ପାର୍ଟ ଖୁବଶୀଘ୍ର ଦର୍ଶକ ମାନଙ୍କ ପାଖକୁ ଆସିବାକୁ ଯାଉଛି। ଏହି ଚଳଚିତ୍ରରେ ନାମୀଦାମୀ କଳାକାର ମାନଙ୍କ ସହିତ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ମଧ୍ୟ ଦେଖା ଦେବେ। ତେବେ, ଏହି ଚଳଚିତ୍ରର ସୁଟିଂ ଚାଲିଥିବା ବେଳେ ଓଡ଼ିଆ ମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସି ପହଞ୍ଚିଛି। କାରଣ ଏହି ଚଳଚିତ୍ରର କିଛି ଅଂଶ ମାଲକାନଗିରି ଜିଲ୍ଲାରେ ସୁଟିଂ ହେବାକୁ ଯାଉଛି।

ସବୁଠାରୁ ବଡ଼ କଥା ହେଉଛି ସୁଟିଂ ପାଇଁ ଖୋଦ୍ ଅଲ୍ଲୁ ଅର୍ଜୁନ ମଧ୍ୟ ଏଠାରେ ପହଞ୍ଚି ସାରିଛନ୍ତି। ମିଳିଥିବା ସୂଚନା ଅନୁଯାଇ ସ୍ଵାଭିମାନ ଅଞ୍ଚଳ ଏବଂ ସପ୍ତଧାରା ନଦୀର ବିଭିନ୍ନ ସ୍ଥାନରେ ଏହି ଚଳଚ୍ଚିତ୍ରର କେତେକ ଦୃଶ୍ୟ ସୁଟିଂ ହେବାକୁ ଯାଉଛି। ଏଥିପାଇଁ "ପୁଷ୍ପା-୨"ର ପୁରା ଟିମ୍ ଏଠାରେ ପହଞ୍ଚିଛି। ଏଥିପାଇଁ ମାଲକାନଗିରି ଜିଲ୍ଲାପାଳଙ୍କ ଅନୁମତି ମଧ୍ୟ ନିଆଯାଇଥିବା ଜଣାପଡିଛି।

<a href=https://youtube.com/embed/hrc_G3VY_HU?autoplay=1&mute=1><img src=https://img.youtube.com/vi/hrc_G3VY_HU/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ତେବେ, ଅଲ୍ଲୁ ଅର୍ଜୁନ ଆସିଥିବା ଖବର ପ୍ରଚାର ହେବାପରେ ତାଙ୍କୁ ଦେଖିବା ପାଇଁ ସୁଟିଂ ସେଟରେ ପ୍ରବଳ ଭିଡ ଜମିଯାଇଥିଲା। ଚିତ୍ରକୋଣ୍ଡା ବ୍ଲକରେ ଚଳଚ୍ଚିତ୍ରର ସୁଟିଂ ଚାଲିଥିବା ସମୟରେ ଆଲୁ ଅର୍ଜୁନ କଳା ଟି-ସାର୍ଟ ସାଙ୍ଗକୁ ହାଫ୍ ଫ୍ୟାଣ୍ଟରେ ନଜର ଆସିଥିଲେ। ଚିତ୍ରକୋଣ୍ଡାର ଝୁଲାପୋଲ ଉପରେ ଏହି ଚଳଚିତ୍ରର କିଛି ଅଂଶ ସୁଟିଂ ହେବାକୁ ଯାଉଥିବା ସୂଚନା ମିଳିଛି।