ମଦ ବୋତଲ ଭାଙ୍ଗି ପୋଲିସକୁ ମାରୁଛି ମଦୁଆ, ସାଥୀ ପୋଲିସମାନେ ଦେଖୁଛନ୍ତି ସିନ୍, ଧିକ୍ ଏଭଳି ଲୋକଙ୍କୁ, ଦେଖନ୍ତୁ ଭିଡ଼ିଓ

 

ରାସ୍ତା ଉପରେ ପୋଲିସ ଅପରାଧିଙ୍କୁ ବାଡେଇ ବାଡେଇ ନେଉଥିବାର ତ ଆପଣ ନିଶ୍ଚିତ ଦେଖୁଥିବ କିନ୍ତୁ ବିଚ୍ ରାସ୍ତା ଉପରେ ପୋଲିସକୁ ବାଡେଇ ଆଖି ଦେଖାଉଛି ମଦ୍ୟପ ଯୁବକ। ଏହିଭଳି ଏକ ଦୃଶ୍ୟ ବରଗଡ଼ ସହରର ଗାନ୍ଧୀ ଛକରେ ଦେଖିବାକୁ ମିଳିଥିଲା। ଏହି ଘଟଣାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମିଳିଥିବା ସୂଚନା ଅନୁଯାଇ ଗାନ୍ଧୀ ଛକ ପାଖରେ ବିଜେଡିର ଆନ୍ଦୋଳନ ସଭା ଚାଲିଥିବା ବେଳେ ସଭା ସ୍ଥଳରୁ କିଛି ଦୂରରେ ଦୁଇ ଗୋଷ୍ଠି ଭିତରେ ଗଣ୍ଡଗୋଳ ଚାଲିଥିବା ନେଇ ପୋଲିସ ଖବର ପାଇଥିଲା। ସେଠାରେ ପହଞ୍ଚିଲା ବେଳକୁ ସେମାନେ ମଦ ପିଇ ଉତ୍ପାତ କରୁଥିବା ଦେଖିବାକୁ ମିଳିଥିଲା। ପୋଲିସ ବୁଝାସୁଝା କରିବା ପାଇଁ ଯାଇଥିବା ବେଳେ ଜଣେ ମଦ୍ୟପ ଯୁବକ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲା।

ପ୍ରଥମେ ଯୁବକ ଜଣକ ପିସିଆର ଭ୍ୟାନ୍ କୁ ଅଟକାଇ ପୋଲିସ ଠାରୁ ଗାଡି ଚାବି ଛଡ଼ାଇବାକୁ ଚେଷ୍ଟା କରିଥିଲା। ପୋଲିସ ଗାଡିରୁ ଓଲ୍ହାଇବା ପରେ ମଦ୍ୟପ ଯୁବକ ଜଣକ ଏକ ମଦ ବୋତଲ ଧରି ସେମାନଙ୍କୁ ଡରାଇବାକୁ ଚେଷ୍ଟା କରିଥିଲା। ଜଣେ ପୋଲିସ କନେଷ୍ଟବଳଙ୍କ ସହିତ ଯୁବକ ଜଣକଙ୍କର ମାରପିଟ ମଧ୍ୟ କରିଥିଲା। ଜନଗହଳିପୂର୍ଣ୍ଣ ରାସ୍ତା ଉପରେ ଜଣେ ମଦ୍ୟପ ପୋଲିସକୁ ଏପରି ଭୁଆଁ ବୁଲାଉଥିବା ବେଳେ ସ୍ଥାନୀୟ ଲୋକେ ଏହାର ତମାଶା ଦେଖି ଭିଡ଼ିଓ ରେକର୍ଡ଼ କରିବାରେ ବ୍ୟସ୍ତ ରହିଥିଲେ।