ଦେଖନ୍ତୁ ଭିଡିଓ: କୁକୁର ଭୋକାରୁ ରାଜଧାନୀରେ ଆତଙ୍କ! କୁକୁରକୁ ହାଣିଲେ, ମାଲିକାଣୀକୁ ବିଚ ରାସ୍ତାରେ ଉଲଗ୍ନ କଲେ

 

ରାଜଧାନୀରେ କୁକୁର ଭୋକାକୁ ନେଇ ଆତଙ୍କ। କୁକୁରକୁ ହାଣିଲେ, ମାଲିକାଣୀକୁ ବିଚ୍ ରାସ୍ତାରେ ପିଟିଲେ। ଆଜ୍ଞା ହଁ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ। ପାଖା ପାଖି ରହୁଥିବା ଦୁଇ ପଡୋଶୀଙ୍କ ମଧ୍ୟରେ କୁକୁର ଭୋକାକୁ ନେଇ ମହାଭାରତ। ଝିମିଟି ଖେଳରୁ ମହାଭାରତ ଏ କଥା ତ ଆପଣ ଶୁଣି ଥିବେ। ରାଜଧାନୀରେ ଘଟିଥିବା ଏହି ଘଟଣା ଟି ଏହାର ଏକ ଜ୍ୱଳନ୍ତ ଉଦାହରଣ। ସବୁଠୁ ଆଶ୍ଚର୍ଯ୍ୟର କଥା ଘଟଣାଟି ଦଶହରାର କଡ଼ା କଡି ପୋଲିସ ବ୍ୟବସ୍ଥା ମଧ୍ୟରେ ଘଟିଛି। 

ସୂଚନା ଅନୁସାରେ ପଡୋଶୀଙ୍କ କୁକୁର ଭୋକିବାରୁ ରାଗରେ ଆସି ଆଉ ଏକ ପଡୋଶୀ କୁକୁରକୁ ହାଣି ଦେଇଥିଲେ। ତାହା ପୁଣି ଘରେ ପଶି। ହାଣିବା ପରେ ମନ ବୁଝିଲାନୀ ଯେ କୁକୁର ପଛ ପଟେ ରଡ ପୁରାଇ ଦେଇଥିଲେ।

ଏହି ସମୟରେ ଘରର ମାଲିକାଣୀ ଓ ତାଙ୍କ ପୁଅ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ପିଟିଥିଲେ।ଅନେକ ଗାଳି ଗୁଲଜ କରିବା ସହିତ ତାଙ୍କୁ ସେ ଜାଗାରେ ରଖେଇ ନ ଦେବାର ଧମକ ମଧ୍ୟ ଦେଇଥିଲେ। 

ମାଲିକାଣୀ ଜଣକ ଘଟଣା ଟିକୁ ନିଜର ଝିଅ ଓ ଜ୍ବାଇଁକୁ ଜଣାଇବା ପରେ ଘଟଣା ସ୍ଥଳରେ ତାଙ୍କ ଝିଅ ଆସି ପହଞ୍ଚି ଥିଲେ। ଝିଅ ଜ୍ବାଇଁ ଆସିବାର ଦେଖି ଅଧିକ ରାଗି ଯାଇଥିଲେ ପଡୋଶୀ ଜଣକ। ପୀଡ଼ିତା ମହିଳା ଜଣକଙ୍କ କହିବା ଅନୁସାରେ ସେ ଘଟଣା ସ୍ଥଳରେ ପହଞ୍ଚିବା ମାତ୍ରେ ପଡୋଶୀ ଟୁନା, ମାଗୁଣି ଓ ଚନ୍ଦନ ତିନି ଜଣ ମିଶି ବିଚ୍ ରାସ୍ତାରେ ତାଙ୍କୁ ପିଟିଥିଲେ। ତାଙ୍କ ବେକକୁ ସେ ପିନ୍ଧିଥିବା ଓଢଣିରେ ଚିପି ଧରିବା ସହିତ ତାଙ୍କ ଡ୍ରେସ୍ ଚିରି ଦେଇଥିଲେ।

<a href=https://youtube.com/embed/Oj_Z4y687K4?autoplay=1&mute=1><img src=https://img.youtube.com/vi/Oj_Z4y687K4/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ପୀଡ଼ିତା ମହିଳା ଜଣକ ଏ ସବୁ ପାଇଁ ପୋଲିସ୍ କୁ ଦାୟୀ କରିଛନ୍ତି। ମହିଳାଙ୍କ କହିବା ଅନୁସାରେ କଳହର ଆରମ୍ଭରୁ ହିଁ ସେ ପୋଲିସର ଆଶ୍ରୟ ନେଇଥିଲେ। ମାତ୍ର ପୋଲିସ ତାଙ୍କୁ କୌଣସି ପ୍ରକାରର ସହାୟତା ଦେଇ ନ ଥିଲା। ଯଦି ପୋଲିସ ଠିକ୍ ସମୟରେ ଉଚିତ୍ ପଦକ୍ଷେପ ନେଇ ଥାନ୍ତା ତେବେ ତାଙ୍କ ସହିତ ଏପରି ବିଚ୍ ରାସ୍ତାରେ ମାନହାନି ଘଟଣା ଘଟି ନ ଥାନ୍ତା ବୋଲି କହିଥିଲେ।