ଦେଖନ୍ତୁ ଭିଡ଼ିଓ: ଅନୁଭବଙ୍କ ଆଗରେ ହାତ ଯୋଡ଼ି ନେହୁରା ହେଲେ ଏହି ବୃଦ୍ଧ! କହିଲେ, ସୁଧୁରିଯାଅ ନହେଲେ...
ସୁପରଷ୍ଟାର୍ ଦମ୍ପତ୍ତି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟାଦର୍ଶିନୀଙ୍କ ପାରିବାରିକ କଳହ କାହାକୁ ଅବା ଅଛପା ରହିଛି। ଉଭୟଙ୍କ ଘର କଳି ହାଟରେ ପଡ଼ି ଦାଣ୍ଡରେ ଗଡୁଥିବା ବେଳେ ଛାଡପତ୍ର ନେଇ କୋର୍ଟରେ କେସ୍ ଚାଲିଛି। ତେବେ, ଗତ ୩ ଦିନ ଧରି କଟକ ପରିବାର ଅଦାଲତରେ ଏହାର ଶୁଣାଣି ଚାଲୁରହିଛି। ଜେରା ଅସମ୍ପୂର୍ଣ୍ଣ ରହିବାରୁ ଆସନ୍ତା ମେ ୧୫ରେ ଚର୍ଚ୍ଚିତ ଷ୍ଟାର ଦମ୍ପତ୍ତି ବର୍ଷା ଅନୁଭବଙ୍କୁ ପୁଣିଥରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
ତେବେ, ଫ୍ୟାମିଲି କୋର୍ଟ ବାହାରେ ଏକ ଭିନ୍ନ ପ୍ରକାର ଦୃଶ୍ୟ ଦେଖିବାକୁ ମିଳିଛି। ସେଠାରେ ଉପସ୍ଥିତ ଜଣେ ବୃଦ୍ଧ ବ୍ୟକ୍ତି ଅନୁଭବଙ୍କୁ ବୁଝାଉଥିବା ଦେଖିବାକୁ ମିଳିଥିଲା। ପାରିବାରିକ ବିବାଦକୁ ସମାଧାନ କରିବା ପାଇଁ ଏହି ବୃଦ୍ଧ ବ୍ୟକ୍ତି ଜଣକ ଅନୁଭବଙ୍କ ଆଗରେ ହାତ ଯୋଡ଼ି ନିବେଦନ କରୁଥିବା ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି।